ହିରଣ୍ୟକଶ୍ୟପୁର ମୃତ୍ୟୁ ପରେ ଭକ୍ତ ପ୍ରହ୍ଲାଦ ରାଜା ହୋଇ ସୁଖରେ ପ୍ରଜା ପାଳନ କଲେ ।
ବିଶେଷ୍ୟ ପଦ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାହାକୁ ବିଶେଷଣ ପଦ କୁହାଯାଏ ।
ନୃସିଂହ ଅବତାରଙ୍କ ଶରୀର ମଣିଷ ପରି ଏବଂ ମୁଣ୍ଡଟି ସିଂହ ପରି ଥିଲା ।
ଭଗବାନ ବିଷ୍ଣୁ ଖଣ୍ଡା ସାହାଯ୍ୟରେ ଦିନ ଦ୍ୱିପ୍ରହରରେ ହିରଣ୍ୟକଶ୍ୟପୁକୁ ବଧ କରିଥିଲେ ।
ବରଦାନରେ ମିଳିଥିବା ଚଦରଟି ଉଡ଼ିଆସି ପ୍ରହ୍ଲାଦଙ୍କୁ ଘୋଡ଼ାଇ ଦେବାରୁ ସେ ଅଗ୍ନିକୁଣ୍ଡରୁ ବଞ୍ଚିଗଲେ ।
ବନ୍ଦୀଶାଳାରେ ଥିବା ବିଷଧର ସର୍ପମାନେ ପ୍ରହ୍ଲାଦଙ୍କୁ ଦଂଶନ କରି ମାରିଦେଇଥିଲେ ।
ହିରଣ୍ୟକଶ୍ୟପୁ ଅମର ବର ପାଇବା ପାଇଁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଘୋର ତପସ୍ୟା କରିଥିଲେ ।
ଅସୁର ରାଜା ହିରଣ୍ୟକଶ୍ୟପୁ ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଥିଲେ ।
‘ଉଭା’ ଏବଂ ‘କାବା’ ଶବ୍ଦ ଦୁଇଟି ହେଉଛି ପରସ୍ପର ସମତାନ ବିଶିଷ୍ଟ ଶବ୍ଦ ।
‘ଦଳପତି ପଦ ତୁମକୁ ସାଜେ’ କବିତାର ରଚୟିତା ହେଉଛନ୍ତି ଗୋଦାବରୀଶ ମିଶ୍ର ।
କପୋତମାନେ ପ୍ରାଣ ବିକଳରେ ଏକାଠି ମିଳିମିଶି ଜାଲ ସହିତ ଆକାଶକୁ ଉଡ଼ିଯାଇଥିଲେ ।
ମୂଷିକରାଜ ହିରଣ୍ୟକ ଏବଂ କପୋତରାଜ ପରସ୍ପରର ପୁରୁଣା ଶତ୍ରୁ ଥିଲେ ।
କପୋତରାଜ ନିଜ ଜାଲ କାଟିବା ପୂର୍ବରୁ ତାଙ୍କ ଅନୁଗତ ପ୍ରଜାମାନଙ୍କୁ ଆଗ ମୁକ୍ତ କରିବାକୁ ହିରଣ୍ୟକଙ୍କୁ ଅନୁରୋଧ କରିଥିଲେ ।
ହିରଣ୍ୟକ ନାମକ ଚରିତ୍ରଟି ଜଙ୍ଗଲର ସିଂହରାଜା ଥିଲେ ।
କପୋତମାନେ ଖୁଦକଣିକାର ଲୋଭରେ ପଡ଼ି ଶିକାରୀର ଜାଲରେ ଛନ୍ଦି ହୋଇଯାଇଥିଲେ ।