ଏହି ପର୍ବ ସମାଜରୁ ବାଦ-ବିବାଦ, ମାନ-ଅଭିମାନ ଓ ରାଗ-ରୁଷା ଦୂର କରି ଭ୍ରାତୃତ୍ୱ ଭାବନା ସୃଷ୍ଟି କରେ ।
ନୂଆଖାଇ ଦିନ ଘରର ମୁଖୁଆ ଓ ପରିବାରର ଲୋକେ ନୂଆ ଲୁଗା ପିନ୍ଧିବା ନିଷେଧ ଅଟେ ।
‘ହୋରି ଖେଳିବା’ କବିତାଟିର ରଚୟିତା ହେଉଛନ୍ତି ବିପିନ ବିହାରୀ ବିଶି ।
ସଞ୍ଜ ନଇଁଆସିଲେ ଲୋକମାନେ ଘୁମୁରା ନାଚ, ଭଜନ ଓ କୀର୍ତ୍ତନରେ ନିଜକୁ ହଜାଇ ଦିଅନ୍ତି ।
ନୂଆଖାଇ ଅବସରରେ ଠାକୁରଙ୍କ ପାଖରେ ଖରିଫ୍ ଓ ରବି ଫସଲର ଉତ୍ପାଦନ ବୃଦ୍ଧି ପାଇଁ ପ୍ରାର୍ଥନା କରାଯାଏ ।
ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପୂର୍ବରୁ ହିଁ ଘରର ସମସ୍ତେ ପ୍ରସାଦ ଖାଇସାରନ୍ତି ।
ନୂଆଖାଇ ପର୍ବ କେବଳ ଧନୀ ଶ୍ରେଣୀର ଲୋକମାନେ ହିଁ ପାଳନ କରିଥାନ୍ତି ।
‘ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ’ ବୋଲି ଗାଁର ବୁଢ଼ାବୁଢ଼ୀମାନେ ହସଖୁସିରେ କହିଥାନ୍ତି ।
ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିବା ପରମ୍ପରାକୁ ‘ନୂଆଖାଇ ଭେଟ୍ଘାଟ୍’ କୁହାଯାଏ ।
ଦେବଦେବତାଙ୍କ ନିକଟରେ ଲାଗି ହେଉଥିବା ଭୋଗରେ ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଯାଏ ।
ନୂଆଖାଇରେ ମା’ ବସୁମତୀଙ୍କୁ କୃତଜ୍ଞତା ଜ୍ଞାପନ ସ୍ୱରୂପ ବର୍ଷର ପ୍ରଥମ ଫସଲ ଅର୍ପଣ କରାଯାଏ ।
ପ୍ରସାଦ ସେବନ କରିବା ସମୟରେ ପରିବାରର ସମସ୍ତ ସଦସ୍ୟ ପଶ୍ଚିମ ଦିଗକୁ ମୁହଁ କରି ବସନ୍ତି ।
‘ନୂଆଖାଇ’ ଏକ ସାମାଜିକ ତଥା କୃଷିଭିତ୍ତିକ ପର୍ବ ଅଟେ ।
ନୂଆଖାଇ ପର୍ବର ପୂର୍ବଦିନ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ ।
ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ‘ନୂଆଖାଇ’ ପର୍ବ ପାଳନ କରାଯାଏ ।