କାଜିରଙ୍ଗା ଜାତୀୟ ଉଦ୍ୟାନ ଆସାମ ରାଜ୍ୟର ବ୍ରହ୍ମପୁତ୍ର ନଦୀକୂଳରେ ଅବସ୍ଥିତ ଏବଂ ଏଠାରେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ବାସ କରନ୍ତି।
କାଜିରଙ୍ଗା ଜାତୀୟ ଉଦ୍ୟାନ ମୁଖ୍ୟତଃ ଏହାର ବିଶ୍ୱବିଖ୍ୟାତ ଏକଶିଙ୍ଗିଆ ଗଣ୍ଡା ବା ଭାରତୀୟ ଗଣ୍ଡାମାନଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି।
ହାତୀ ପରେ ଏକଶିଙ୍ଗିଆ ଗଣ୍ଡା ହିଁ ଭାରତବର୍ଷର ଦ୍ୱିତୀୟ ବଡ଼ ପଶୁ ଭାବରେ ପରିଗଣିତ ହୋଇଥାନ୍ତି।
ଲୋକମାନେ ଔଷଧୀୟ ଗୁଣ ଥିବା ବିଶ୍ୱାସରେ ଶିଙ୍ଗ ପାଇଁ ଗଣ୍ଡା ଶିକାର କରିବାରୁ ସେମାନଙ୍କ ସଂଖ୍ୟା କମିବାରେ ଲାଗିଛି।
କାଜିରଙ୍ଗାରେ ଭୁକୁଥିବା ହରିଣ, ବାରଶିଙ୍ଗିଆ ହରିଣ, ବାମନ ହରିଣ ଏବଂ ସମ୍ବର ହରିଣ ଭଳି ଚାରି ପ୍ରକାରର ହରିଣ ଦେଖାଯାଆନ୍ତି।
କାଜିରଙ୍ଗା ଜାତୀୟ ଉଦ୍ୟାନରେ ରହୁଥିବା ମାଂସାହାରୀ ରୟାଲ ବେଙ୍ଗଲ ଟାଇଗରମାନେ ମୁଖ୍ୟତଃ ରାତି ସମୟରେ ବାହାରକୁ ବାହାରିଥାନ୍ତି।
ଉତ୍ତରାଖଣ୍ଡରେ ଥିବା ଜିମ୍ କାର୍ବେଟ୍ ଜାତୀୟ ଉଦ୍ୟାନ ହେଉଛି ଭାରତର ସବୁଠାରୁ ପୁରୁଣା ଓ ପ୍ରଥମ ଜାତୀୟ ଉଦ୍ୟାନ।
ଭାରତବର୍ଷରେ ବନ୍ୟପ୍ରାଣୀ ସଂରକ୍ଷଣ ତଥା ପରିବେଶ ସୁରକ୍ଷା ପାଇଁ ବର୍ତ୍ତମାନ ସମୁଦାୟ ଏକଶହ ଛଅଟି ଜାତୀୟ ଉଦ୍ୟାନ ରହିଛି।
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ ବାଘ, ବିଭିନ୍ନ ବନ୍ୟଜନ୍ତୁ ଏବଂ ଜଳପ୍ରପାତ ପାଇଁ ପ୍ରସିଦ୍ଧ।
ଶିମିଳିପାଳର ବରେହିପାଣି ଜଳପ୍ରପାତ ଓଡ଼ିଶାର ଉଚ୍ଚତମ ଏବଂ ସମଗ୍ର ଭାରତର ଦ୍ୱିତୀୟ ଉଚ୍ଚତମ ଜଳପ୍ରପାତ ଅଟେ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ବିସ୍ତୀର୍ଣ୍ଣ ହେନ୍ତାଳବଣ ଘେରା ଭିତରକନିକା ଜାତୀୟ ଉଦ୍ୟାନକୁ ଓଡ଼ିଶାର ‘ଆମାଜନ’ କୁହାଯାଏ।
ଭିତରକନିକା ଭାରତର ଦ୍ୱିତୀୟ ବୃହତ୍ତମ ଲୁଣା ଜଙ୍ଗଲ ଏବଂ ଏଠାରେ ଏକ ପ୍ରସିଦ୍ଧ କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି।
ଚିଲିକା ହେଉଛି ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ, ଯେଉଁଠାକୁ ଶୀତଋତୁରେ ସୁଦୂର ବିଦେଶରୁ ଅସଂଖ୍ୟ ପରିବ୍ରାଜକ ପକ୍ଷୀ ଆସନ୍ତି।
ଅନୁଗୋଳ ଜିଲ୍ଲାର ଟିକରପଡ଼ାଠାରେ ମହାନଦୀର ପ୍ରସିଦ୍ଧ ସାତକୋଶିଆ ଗଣ୍ଡ ଏବଂ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ରହିଛି।
ଭୁବନେଶ୍ୱର ନିକଟରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନଟି ଧଳାବାଘର ସଂରକ୍ଷଣ ପାଇଁ ସମଗ୍ର ବିଶ୍ୱରେ ବିଶେଷ ଖ୍ୟାତି ଅର୍ଜନ କରିଛି।