ଭାଷାମହକ · Code MIL
Learning outcomes for ଭାଷାମହକ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
16 learning outcomes for this subject.
ଶୁଣିଥିବା କିମ୍ବା ପଢିଥିବା ଲେଖାଗୁଡିକର ( ହାସ୍ୟ, ସାହାସିକ, ସାମାଜିକ ଆଦି ବିଷୟ ଆଧାରିତ ଗପ, କବିତା ଆଦି) ବିଷୟବସ୍ତୁ, ଘଟଣାବଳୀ, ଚିତ୍ର ଓ ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ /ପ୍ରଶ୍ନ ପଚାରିବେ / ନିଜର ସ୍ବତନ୍ତ୍ର ଟିପ୍ପଣୀ ଦେବେ/ନିଜ କଥା ପାଇଁ ଯୁକ୍ତି ବାଢିବେ/ସିଦ୍ଧାନ୍ତରେ ଉପନୀତ ହେବେ
ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଘଟଣାବଳୀର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ମୌଖିକ ଭାବରେ ନିଜ ପ୍ରତିକ୍ରିୟା ପ୍ରକାଶ କରିବେ, ପ୍ରଶ୍ନ ପଚାରିବେ।
ଭାଷାର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ନିଜ ଭାଷା ( ମୌଖିକ) ଗଢିବେ
ବିଭିନ୍ନ ପ୍ରକାର ସାମଗ୍ରୀ ( ଖବରକାଗଜ, ଶିଶୁ ସାହିତ୍ୟ, ପୋଷ୍ଟର) ରେ ଥିବା ସମ୍ବେଦନଶୀଳ ବିଷୟବସ୍ତୁକୁ ମୌଖିକ, ଲିଖିତ ଭାବରେ ଅଭିବ୍ୟକ୍ତ କରିବେ, ଯେପରି - ଠେକୁଆ କଇଁଛ ଗପ ପଢିବା ପରେ କହିବେ – ମୁଁ ମଧ୍ଯ ନିରନ୍ତର ଚେଷ୍ଟାକରି ସଫଳତା ପାଇବି।
ବିଭିନ୍ନ ପରିସ୍ଥିତି ଓ ଉଦ୍ଦେଶ୍ୟ ( ବୁଲେଟିନ୍ ରେ ଲଗାଯାଇଥିବା ସୂଚନା, କାର୍ଯ୍ୟକ୍ରମ, ରିପୋର୍ଟ, ସୂଚନା ଆଦି ପାଇବା ପାଇଁ) ପଢିବେ ଓ ଲେଖିବେ।
ପୁସ୍ତକ ଭିନ୍ନ ଅନ୍ୟ ସାମଗ୍ରୀ ( ଖବର କାଗଜ, ଶିଶୁପତ୍ରିକା,ପୋଷ୍ଟର ଆଦି) କୁ ବୁଝି ପଢିବେ ଏବଂ ନିଜ ସେହି ବିଷୟରେ କହିବେ।
ଅପରିଚିତ ଶବ୍ଦଗୁଡିକର ଅର୍ଥ ଶବ୍ଦକୋଷରୁ ଖୋଜିବେ
ନିଜେ କିମ୍ବା ଶିକ୍ଷକଙ୍କ ନିର୍ଦ୍ଦେଶିତ ଲିଖନ ପ୍ରକ୍ରିୟାକୁ ଉତ୍ତମ ଭାବରେ ବୁଝିବେ, ନିଜ ଲେଖାକୁ ଯାଞ୍ଚ କରିବେ ଓ ଲିଖନର ଅଭ୍ୟାସ କରିବେ ଓ ପାଠକଙ୍କ ରୁଚି ଅନୁସାରେ ଲିଖନରେ ପରିବର୍ତ୍ତନ ଆଣିବେ। ଯେପରି –କୌଣସି ଘଟଣା ବିଷୟରେ ବର୍ଣ୍ଣନା କରି ବିଦ୍ୟାଳୟର ପତ୍ରିକା ପାଇଁ ଲେଖିବେ ଓ ସାଙ୍ଗ ପାଖକୁ ଚିଠି ଲେଖିବେ
ଭାଷାର ଗୁଣାତ୍ମକତା ପ୍ରତି ଦୃଷ୍ଟିଦେଇ ନିଜ ଭାଷା ଗଢିବେ ଓ ସେଗୁଡିକୁ ନିଜ ଲିଖନରେ / ବ୍ରେଲ୍ ରେ ସାମିଲ କରିବେ।
ଭାଷାର ବ୍ୟାକରଣକୁ (ଯେପରି - କାରକ, କ୍ରିୟା, କର୍ତ୍ତା, ଆଦି) ଚିହ୍ନିବେ ଓ ସେଥିପ୍ରତି ସଚେତନ ହେବେ
ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଲେଖୁଥିବା ନିଜ ଲେଖାରେ ବିରାମ ଚିହ୍ନ ଯେପରି ପୂର୍ଣ୍ଣଛେଦ, କମା, ପ୍ରଶ୍ନବାଚୀ ଚିହ୍ନ, ଉଦ୍ଧୃତ ଚିହ୍ନକୁ ଠିକ୍ ଭାବରେ ବ୍ୟବହାର କରିବେ।
ସ୍ତର ଅନୁସାରେ ଅନ୍ୟ ବିଷୟ ବୃତ୍ତି, କଳା ଆଦି (ଯେପରି ଗଣିତ, ବିଜ୍ଞାନ, ସାମାଜିକ ପାଠ, ନୃତ୍ୟ କଳା, ଚିକିତ୍ସା, ଆଦି) ରେ ବ୍ୟବହାର ହେଉଥିବା ଶବ୍ଦାବଳୀକୁ ବୁଝିବା ସହିତ ସେଗୁଡିକୁ ନିଜ ଲିଖନରେ ବ୍ୟବହାର କରିବେ।
ନିଜ ଆଖପାଖ ଘଟୁଥିବା ବିଭିନ୍ନ ଘଟଣାବଳୀର ବିଶେଷତ୍ବ ପ୍ରତି ଧ୍ୟାନ ଦେଇ ସେହି ବିଷୟରେ ନିଜ ପ୍ରତିକ୍ରିୟା ଲିଖିତ ଭାବରେ ଦେବେ।
ଉଦ୍ଦେଶ୍ୟ ଓ ବିଷୟବସ୍ତୁ ଅନୁସାରେ ଶବ୍ଦ, ବାକ୍ୟ, ବିରାମ ଚିହ୍ନର ଉଚିତ ବ୍ୟବହାର କରି ଲେଖିବେ
ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀରେ ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଲିଖିତ/ ବ୍ରେଲ୍ ଲିପିରେ ଅଭିବ୍ୟକ୍ତ କରିବେ।
ନିଜ କଳ୍ପନାରୁ ଗପ କବିତା, ଚିଠି ଆଦି ଲେଖିବେ। କବିତା, ଗପକୁ ଆଗକୁ ବଢାଇ ଲେଖିବେ