ଏଭରେଷ୍ଟ ଗିରିଶୃଙ୍ଗ ଆରୋହଣ କରିବାରେ ପ୍ରଥମ ଭାରତୀୟ ମହିଳା କିଏ ଥିଲେ ?
ନଦୀ ସଙ୍ଗମ କାହାକୁ କୁହାଯାଏ ?
ବୃଷ୍ଟିପାତ କହିଲେ କ’ଣ ବୁଝାଏ ?
ଓଡ଼ିଶାର ସର୍ବୋଚ୍ଚ ଗିରିଶୃଙ୍ଗର ନାମ କ’ଣ ?
ପାହାଡ଼ କାହାକୁ କୁହାଯାଏ ?
ପୃଥିବୀ ପୃଷ୍ଠରେ ଦେଖାଯାଉଥିବା ତିନୋଟି ପ୍ରମୁଖ ଭୂମିରୂପ କ'ଣ କ'ଣ ?
ମରୁଭୂମି କାହାକୁ କୁହାଯାଏ ? ଏହାର ଗୋଟିଏ ଗରମ ଓ ଗୋଟିଏ ଥଣ୍ଡା ମରୁଭୂମିର ଉଦାହରଣ ଦିଅ ।
ପ୍ଳାବନ ଭୂମି କିପରି ସୃଷ୍ଟି ହୁଏ ଏବଂ ଏହା କୃଷି ପାଇଁ କାହିଁକି ଉପଯୋଗୀ ?
ମାଳଭୂମିକୁ କାହିଁକି ‘ଖଣିଜ ପଦାର୍ଥର ଭଣ୍ଡାର’ କୁହାଯାଏ ?
ତିବ୍ବତୀୟ ମାଳଭୂମିକୁ ‘ବିଶ୍ୱର ଛାତ’ କାହିଁକି କୁହାଯାଏ ?
ମାଳଭୂମିକୁ ‘ଟେବୁଲ୍ ଲ୍ୟାଣ୍ଡ’ କାହିଁକି କୁହାଯାଏ ?
ଏଭରେଷ୍ଟ ଗିରିଶୃଙ୍ଗକୁ ତିବ୍ବତୀୟ ଏବଂ ନେପାଳୀମାନେ କେଉଁ କେଉଁ ନାମରେ ଡାକନ୍ତି ?
ପାର୍ବତ୍ୟ ଅଞ୍ଚଳରେ ଦେଖାଯାଉଥିବା ଭୂସ୍ଖଳନ ଓ ହିମସ୍ଖଳନ ମଧ୍ୟରେ ପାର୍ଥକ୍ୟ କ’ଣ ?
ସୋପାନ କୃଷି କହିଲେ କ’ଣ ବୁଝାଏ ?
ହିମାଳୟକୁ ଏକ ‘ତରୁଣ ଭଙ୍ଗିଳ ପର୍ବତ’ କାହିଁକି କୁହାଯାଏ ?
ମରୁଭୂମି କାହାକୁ କୁହାଯାଏ ? ଏହାର ପ୍ରକାରଭେଦ ଏବଂ ପ୍ରତିକୂଳ ପରିବେଶ ସତ୍ତ୍ୱେ ଏଠାରେ ମାନବ ଜୀବନ କିପରି ସମ୍ଭବ ହୋଇଛି, ବୁଝାଅ ।
ସମତଳ ଭୂମି କିପରି ଗଠିତ ହୁଏ ଏବଂ ଏହି ଅଞ୍ଚଳ କୃଷି ତଥା ମାନବ ବସତି ପାଇଁ କାହିଁକି ସବୁଠାରୁ ଅନୁକୂଳ ଅଟେ ?
ପାର୍ବତ୍ୟ ଅଞ୍ଚଳରେ ବାସ କରୁଥିବା ଲୋକମାନେ କେଉଁ କେଉଁ ପ୍ରାକୃତିକ ତଥା ମାନବକୃତ ଆହ୍ବାନର ସମ୍ମୁଖୀନ ହୁଅନ୍ତି ? ବୁଝାଇ ଲେଖ ।
ଭାରତର ଗାଙ୍ଗେୟ ସମତଳ ଅଞ୍ଚଳରେ ଲୋକମାନଙ୍କର ଜୀବନଶୈଳୀ, ପ୍ରମୁଖ ଜୀବିକା ଏବଂ ସେଠାରେ ଦେଖାଦେଉଥିବା ମୁଖ୍ୟ ପରିବେଶୀୟ ସମସ୍ୟାଗୁଡ଼ିକ ବିଷୟରେ ଆଲୋଚନା କର ।
ମାଳଭୂମି କାହାକୁ କୁହାଯାଏ ? ମାଳଭୂମିର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ଉଲ୍ଲେଖ କରି ଏହାର ଅର୍ଥନୈତିକ ଗୁରୁତ୍ଵ ସମ୍ପର୍କରେ ଉଦାହରଣ ସହ ଆଲୋଚନା କର ।
ପୃଥିବୀର ପ୍ରମୁଖ ତିନୋଟି ଭୂମିରୂପ କ’ଣ କ’ଣ ? ପ୍ରତ୍ୟେକ ଭୂମିରୂପର ମୁଖ୍ୟ ବୈଶିଷ୍ଟ୍ୟ ଏବଂ ଏହା ମାନବ ଜୀବନକୁ କିପରି ପ୍ରଭାବିତ କରେ, ତାହା ବିସ୍ତୃତ ଭାବେ ବର୍ଣ୍ଣନା କର ।