ଭାରତ ଓ ଆମ ପୃଥିବୀ · Code EVS
Learning outcomes for ଭାରତ ଓ ଆମ ପୃଥିବୀ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
25 learning outcomes for this subject.
ନକ୍ଷତ୍ର, ଗ୍ରହ ଓ ଉପଗ୍ରହ (ଯଥା - ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର) ମଧ୍ଯରେ ପାର୍ଥକ୍ୟ ଦର୍ଶାଇବେ।
ପୃଥିବୀ ଗୋଟିଏ ଅନନ୍ୟ ମହାକାଶୀୟ ପିଣ୍ଡ ଯେଉଁଥରେ ଜୀବଜଗତ ତିଷ୍ଠିରହିଛି, ସେଥ୍ରେ ଜୀବମଣ୍ଡଳର ବିଭିନ୍ନ ବିଭାଗକୁ ଚିହ୍ନଟ କରିବେ।
ଦିନ, ରାତି ଓ ଋତୁ କୁ ପ୍ରଦର୍ଶନ କରିବେ।
ସମତଳ ଅଞ୍ଚଳର ବିଭିନ୍ନ ଦିଗ ଏବଂ ପୃଥିବୀ ମାନଚିତ୍ରରେ ବିଭିନ୍ନ ମହାଦେଶ ଓ ମହାସାଗର କୁ ଚିହ୍ନଟ କରିବେ।
ଗ୍ଲୋବ ଓ ପୃଥିବୀ ମାନଚିତ୍ରରେ ଅକ୍ଷାଂଶ ଓ ଦ୍ରାଘିମାଗୁଡିକୁ ଚିହ୍ନଟ କରିବେ, ଯଥା ମେରୁ, ବିଷୁବରେଖା, କ୍ରାନ୍ତି ରେଖା, ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତର ଅନ୍ୟାନ୍ୟ ପଡୋଶୀ ଦେଶଗୁଡିକୁ ଚିହ୍ନଟ କରିବେ।
ଭାରତ ମାନଚିତ୍ରରେ ଭାରତର ପ୍ରାକୃତିକ ଭୂମିରୁପ ଯଥା – ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ ଓ ମରୁଭୂମି ଇତ୍ୟାଦିକୁ ଚିହ୍ନଟ କରିବେ।
ମାନଚିତ୍ରର ମାନ, ଦିଗ ଓ ବିଭିନ୍ନ ଭୂମିରୂପକୁ ପ୍ରଚଳିତ ସଙ୍କେତକୁ ବ୍ୟବହାର କରି ପଡୋଶୀ/ନିକଟସ୍ଥ ଅଞ୍ଚଳର ମାନଚିତ୍ର ଅଙ୍କନ କରି ସେଥ୍ରେ ଦର୍ଶାଇବେ।
ପରାଗ ସମ୍ପର୍କିତ ବିଭିନ୍ନ ଅନ୍ଧବିଶ୍ବାସକୁ ସମାଲୋଚନାତ୍ମକ ଢଙ୍ଗରେ ପରୀକ୍ଷା କରିବେ।
ବିଭିନ୍ନ ଉତ୍ସ (ଯଥା ପ୍ରତ୍ନତାତ୍ତ୍ଵିକ, ସାହିତ୍ୟ ଇତ୍ୟାଦି)କୁ ଚିହ୍ନଟ କରିବେ ଏବଂ ସାଂପ୍ରତିକ ଇତିହାସର ପୁନର୍ଗଠନ ନିମନ୍ତେ ସେମାନଙ୍କର ବ୍ୟବହାରକୁ ବର୍ଣନା କରିବେ।
ଭାରତର ରେଖାଙ୍କିତ ମାନଚିତ୍ରରେ ପ୍ରସିଦ୍ଧ ଐତିହାସିକ ସ୍ଥାନଗୁଡିକୁ ଚିହ୍ନଟ କରିବେ।
ଆଦି ମାନବ ସଂସ୍କୃତିରେ ବିଶେଷ ଗୁଣାବଳୀକୁ ଚିହ୍ନଟ କରିବା ସହ ସେମାନଙ୍କର ବିକାଶ ସମ୍ପର୍କରେ ବର୍ଣ୍ଣନା କରିବେ।
ପ୍ରସିଦ୍ଧ ସାମ୍ରାଜ୍ୟ/ ବଂଶ ଯଥା – ଅଶୋକ ଶିଳାଲିପି, ଗୁପ୍ତ ସମୟରେ ପ୍ରଚଳିତ ମୁଦ୍ରା, ପଲ୍ଲବ ମାନଙ୍କ ଦ୍ବାରା ନିର୍ମିତ ମହାବଳୀ ପୁରମର ରଥ ମନ୍ଦିର ଇତ୍ୟାଦିର ଗୁରୁତ୍ବପୂର୍ଣ ଅବଦାନଗୁଡିକୁ ତାଲିକା କରିବେ।
ଆଦିମକାଳ ଯଥା – ଶିକାର କରି ଜୀବନ ନିର୍ବାହ କରୁଥିବା ସମୟ, କୃଷିର ଆରମ୍ଭ, ସିନ୍ଧୁ ସଭ୍ୟତାର ପ୍ରଥମ ନଗରୀକରଣ ଇତ୍ୟାଦିର ବ୍ୟାପକ ବିକାଶ ଏବଂ ଗୋଟିଏ ସ୍ଥାନର ବିକାଶ ସହିତ ଅନ୍ୟ ଏକ ସ୍ଥାନର ସମ୍ପର୍କକୁ ବର୍ଣ୍ଣନା କରିବେ।
ବିଭିନ୍ନ ସମୟର ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଅବଦାନ, ବିଭିନ୍ନ ସମସ୍ୟା ଓ ଘଟଣାବଳୀଗୁଡିକୁ ବର୍ଣନା କରିବେ।
ଭାରତ ବାହାରେ ବିଭିନ୍ନ ଅଞ୍ଚଳ ସହ ଧର୍ମ, କଳା ଓ ସ୍ଥାପତ୍ୟ ଇତ୍ୟାଦି କ୍ଷେତ୍ରରେ ଭାରତର ସମ୍ପର୍କ ଓ ଏହାର ଗୁରୁତ୍ବକୁ ବର୍ଦ୍ଧନା କରିବେ।
ଭାରତୀୟ ସଂସ୍କୃତି ଓ ବିଜ୍ଞାନ (ଯଥା – ଜ୍ୟୋତିଷ ଶାସ୍ତ୍ର, ଭେଷଜ, ଗଣିତ ଏବଂ ଧାତୁ) ସମ୍ପର୍କିତ ଜ୍ଞାନ ଆଦିର ଗୁରୁତ୍ବପୂର୍ଣ ଅବଦାନକୁ ଦର୍ଶାଇବେ।
ବିଭିନ୍ନ ଐତିହାସିକ ବିକାଶ ସହିତ ସମ୍ପର୍କିତ ତଥ୍ୟର ସଂଶ୍ଳେଷଣ କରିବେ।
ଆଦ୍ୟକାଳରେ ବିଭିନ୍ନ ଧର୍ମ ଓ ଚିନ୍ତାଧାରା ଧାରଣା ଓ ମୂଲ୍ୟବୋଧଗୁଡିକୁ ବିଶ୍ଳେଷଣ କରିବେ।
ନିଜ ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ପ୍ରକାରର ମାନବୀୟ ବିବିଧତାଗୁଡିକୁ ବର୍ଣ୍ଣନା କରିବେ।
ନିଜ ଚତୁଃପାର୍ଶ୍ବରେ ଥିବା ବିଭିନ୍ନ ପ୍ରକାରର ବିବିଧତା ପ୍ରତି ଉତ୍ତମ ମନୋବୃତ୍ତି ବିକାଶ କରିବେ।
ବିଭିନ୍ନ ପ୍ରକାରର ପକ୍ଷପାତିତା (ଭେଦଭାବ) କୁ ଚିହ୍ନଟ କରିବେ ଏବଂ ପକ୍ଷପତିତାର ପ୍ରକୃତି ଓ ଉତ୍ସକୁ ବୁଝିବେ।
ଅନ୍ୟମାନଙ୍କୁ ସୁସ୍ଥ ଭାବେ ଆଚରଣ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ପ୍ରକାରର ସମତା ଓ ଅସମତା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ।
ବିଭିନ୍ନ ସ୍ତରରେ ସରକାର ଚିହ୍ନଟ କରିବେ ଯଥା – ଆଞ୍ଚଳିକ, ରାଜ୍ୟ ଓ କେନ୍ଦ୍ରସ୍ତର।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଥାନୀୟ ସରକାରୀ ସଂସ୍ଥାର କାର୍ଯ୍ୟକଳାପକୁ ବର୍ଣ୍ଣନା କରିବେ।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରକାର ବୃଦ୍ଧି ଉପଲବ୍ଧ ନିମନ୍ତେ ଯେଉଁ ସବୁ କାରଣଗୁଡିକ ଦାୟୀ ତାହା ବର୍ଣ୍ଣନା କରିବେ।