୧ ଠାରୁ ଆରମ୍ଭ କରି ୨ ର ଘାତଗୁଡ଼ିକୁ କ୍ରମାଗତ ଯୋଗ କଲେ (ଯଥା : ୧, ୧+୨, ୧+୨+୪) ସର୍ବଦା ଯୁଗ୍ମ ସଂଖ୍ୟା ମିଳିଥାଏ ।
ସରଳ ବହୁଭୁଜଗୁଡ଼ିକର ସମସ୍ତ ବାହୁ ସମାନ ଦୈର୍ଘ୍ୟବିଶିଷ୍ଟ ଏବଂ ସମସ୍ତ କୋଣ ମଧ୍ୟ ପରସ୍ପର ସମାନ ହୋଇଥାଏ ।
ଗଣିତର ଏକମାତ୍ର ଲକ୍ଷ୍ୟ ହେଉଛି ସଂରଚନାଗୁଡ଼ିକୁ ଚିହ୍ନିବା, ସେଗୁଡ଼ିକ କାହିଁକି ଅଛି ତାହା ବୁଝାଇବା ଆବଶ୍ୟକ ନୁହେଁ ।
ଗଣନ ସଂଖ୍ୟାକୁ ଆଗକୁ ବଢ଼ାଇ ଓ ପଛକୁ କମାଇ ଯୋଗ କଲେ (ଯଥା : ୧ + ୨ + ୩ + ୨ + ୧) ଏକ ବର୍ଗ ସଂଖ୍ୟା ମିଳେ ।
ପ୍ରଥମ ୧୦ ଟି କ୍ରମିକ ଅଯୁଗ୍ମ ସଂଖ୍ୟାର ସମଷ୍ଟି ବା ଯୋଗଫଳ ହେଉଛି ୧୦୦ ।
୧, ୨, ୪, ୮, ୧୬, ୩୨, ୬୪ ଏହି ସଂଖ୍ୟାକ୍ରମଟିକୁ ବିରହାଙ୍କ ସଂଖ୍ୟା କୁହାଯାଏ ।
କଚ୍ ତୁଷାରକଣା ଚିତ୍ର କ୍ରମରେ ପ୍ରତ୍ୟେକ ଆକୃତିରେ ଥିବା ରେଖାଖଣ୍ଡର କ୍ରମଟି ହେଉଛି ୩, ୧୨, ୪୮, ... ।
ଦୁଇଟି କ୍ରମିକ ତ୍ରିକୋଣୀୟ ସଂଖ୍ୟାକୁ ଯୋଗ କଲେ ଏକ ବର୍ଗ ସଂଖ୍ୟା ମିଳିଥାଏ ।
ସରଳ ବହୁଭୁଜ ଆକୃତି କ୍ରମରେ ବାହୁ ସଂଖ୍ୟା ୨ ରୁ ଆରମ୍ଭ ହୋଇଥାଏ ।
ଗଣିତଜ୍ଞମାନେ ଗଣିତକୁ କେବଳ ଏକ ବିଜ୍ଞାନ ଭାବେ ବିବେଚନା କରନ୍ତି ଏବଂ ଏଥିରେ କଳାର କୌଣସି ସ୍ଥାନ ନାହିଁ ।
୧, ୭, ୧୯, ୩୭ ଏହି ସଂଖ୍ୟାକ୍ରମଟିକୁ ତ୍ରିକୋଣୀୟ ସଂଖ୍ୟା କୁହାଯାଏ ।
ଗଣିତର ଯେଉଁ ବିଭାଗ ଆକୃତିଗୁଡ଼ିକର ସଂରଚନା ସହିତ ସଂପର୍କିତ, ତାହାକୁ ଜ୍ୟାମିତି କୁହାଯାଏ ।
୧ ରୁ ଆରମ୍ଭ କରି କ୍ରମିକ ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଯୋଗ କଲେ ସର୍ବଦା ଏକ ଘନ ସଂଖ୍ୟା ମିଳିଥାଏ ।
୩୬ ସଂଖ୍ୟାଟି ଏକା ସାଙ୍ଗରେ ଉଭୟ ଏକ ତ୍ରିକୋଣୀୟ ସଂଖ୍ୟା ଏବଂ ଏକ ବର୍ଗ ସଂଖ୍ୟା ଅଟେ ।
ଗଣିତର ଯେଉଁ ବିଭାଗରେ ସ୍ଵାଭାବିକ ସଂଖ୍ୟାମାନଙ୍କର ସଂରଚନା ସଂପର୍କରେ ପଢ଼ାଯାଏ, ତାହାକୁ ସଂଖ୍ୟା ତତ୍ତ୍ଵ କୁହାଯାଏ ।