1(କ) 24 ବର୍ଗ ଏକକ କ୍ଷେତ୍ରଫଳ ବିଶିଷ୍ଟ ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ପୂର୍ଣ୍ଣସଂଖ୍ୟା ମାପ ନେଇ ଯେତେ ପ୍ରକାରର ଆୟତକ୍ଷେତ୍ର ସମ୍ଭବ, ସେଗୁଡ଼ିକର ଦୈର୍ଘ୍ୟ, ପ୍ରସ୍ଥ ଓ ପରିସୀମା ନିର୍ଣ୍ଣୟ କର ଏବଂ କେଉଁ କ୍ଷେତ୍ରରେ ପରିସୀମା ସର୍ବାଧିକ ଓ କେଉଁ କ୍ଷେତ୍ରରେ ସର୍ବନିମ୍ନ ହେବ ଦର୍ଶାଅ ।
(ଖ) ଯଦି ଆୟତକ୍ଷେତ୍ରର କ୍ଷେତ୍ରଫଳ 32 ବର୍ଗ ସେ.ମି. ହୁଏ, ତେବେ ଏହାର ସର୍ବାଧିକ ଓ ସର୍ବନିମ୍ନ ପରିସୀମା କେତେ ହେବ ? ସମାନ କ୍ଷେତ୍ରଫଳ ଥାଇ ପରିସୀମାରେ କି ପରିବର୍ତ୍ତନ ଘଟେ, ସିଦ୍ଧାନ୍ତ ଲେଖ ।
(ଗ) ଗୋଟିଏ ଆୟତକ୍ଷେତ୍ରର କର୍ଣ୍ଣ ଅଙ୍କନ କଲେ କ୍ଷେତ୍ରଫଳ ସମ୍ବନ୍ଧୀୟ କି ସିଦ୍ଧାନ୍ତ ମିଳେ ? ଏଥିରୁ ତ୍ରିଭୁଜର କ୍ଷେତ୍ରଫଳ ସହିତ ଆୟତକ୍ଷେତ୍ରର କ୍ଷେତ୍ରଫଳର ସମ୍ପର୍କ ସ୍ପଷ୍ଟ କର ।
10 marks