ଗଣିତ ପ୍ରକାଶ · Code MATH
Learning outcomes for ଗଣିତ ପ୍ରକାଶ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
21 learning outcomes for this subject.
ବଡ ବଡ ସଂଖ୍ୟା ସମ୍ପୃକ୍ତ ଗାଣିତିକ ସମସ୍ୟାକୁ ( ଯୋଗ, ବିୟୋଗ, ଗୁଣନ ଓ ଭାଗ) ଉପଯୁକ୍ତ ଗାଣିତିକ ପ୍ରକ୍ରିୟା ବ୍ୟବହାର କରି ସମାଧାନ କରିବେ।
ସଂଖ୍ୟାମାନଙ୍କୁ ମୌଳିକ,ଯୌଗିକ,ପରସ୍ପର ମୌଳିକ, ଯୁଗ୍ମ,ଅଯୁଗ୍ମ ଇତ୍ୟାଦି ଆଧାରରେ ବର୍ଗୀକରଣକୁ ( ସଂରଚନା ସାହାଯ୍ୟରେ) ଚିହ୍ନଟ କରିବେ ଓ ପସନ୍ଦ କରିବେ।
ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗ.ସା.ଗୁ. ଓ ଲ.ସା.ଗୁ.ର ପ୍ରୟୋଗ କରିବେ।
ପୂର୍ଣ୍ଣ ସଂଖ୍ୟାର ଯୋଗ ଓ ବିୟୋଗ ସମ୍ୱନ୍ଧିତ ସମସ୍ୟାଗୁଡିକର ସମାଧାନ କରିବେ।
ଟଙ୍କା ପଇସା,ତାପମାତ୍ରା,ଦୈର୍ଘ୍ୟ ମାପ ଧାରଣା ସମ୍ବଳିତ ପରିସ୍ଥିତିରେ ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା ବ୍ୟବହାର କରିବେ। ଉଦାହରଣ ସ୍ବରୂପ- ୭୧/୨ ମିଟର କପଡା, ଦୁଇଟି ସ୍ଥାନ ମଧ୍ୟରେ ଦୂରତା ୧୧୨.୫ ମିଟର ଇତ୍ୟାଦି।
ଭଗ୍ନ ସଂଖ୍ୟା/ ଦଶମିକ ସଂଖ୍ୟା ଯୋଗ ଓ ଫେଡାଣ, ସମ୍ବଳିତ ଦୈନନ୍ଦିନ ଜୀବନ ଘଟଣା ଆଧାରିତ ସରଳ ସମସ୍ୟାର ସମାଧାନ କରିବେ।
ଦିଆଯାଇଥୁବା ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ବ୍ୟାପାକୀକରଣ କରିବା ପାଇଁ ଚଳରାଶି ଓ ଗାଣିତିକ ପ୍ରକ୍ରିୟା ର ବ୍ୟବହାର କରିବେ। ଉଦାହରଣ – x ଏକକ ଦୈର୍ଘ୍ୟ ଓ y ଏକକ ପ୍ରସ୍ତ ବିଶିଷ୍ଟ ଆୟତକ୍ଷେତ୍ରର ପରିସୀମା ୨ (x+y)।
ବିଭିନ୍ନ ପରିସ୍ଥିତିରେ ପରିମାଣମାନଙ୍କର ତୁଳନା କରିବା ପାଇଁ ଅନୁପାତ ଧାରଣାର ବ୍ୟବହାର କରିବେ, ଯେପରି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀରେ ଝିଅ ଓ ପୁଅ ଙ୍କର ସଂଖ୍ୟା ୩:୨ ଅନୁପାତରେ ଅଛନ୍ତି।
ଉକ୍ତିଗଣିତ ସମସ୍ୟା ସମାଧାନରେ ଐକିକ ପ୍ରଣାଳୀର ବ୍ୟବହାର କରିବେ। ଉଦାହରଣ ସ୍ବରୂପ – ଯଦି ଗୋଟିଏ ଡଜନ ଖାତାର ମୂଲ୍ୟ ଦିଆଯାଇଥାଏ, ସେହିଭଳି ୭ ଟି ଖାତାର ମୂଲ୍ୟ ଜାଣିବାକୁ ହେଲେ ପ୍ରଥମ ଗୋଟିଏ ଖାତାର ମୂଲ୍ୟ ଜାଣିବାକୁ ହେବ।
ଜ୍ୟାମିତିକ ଧାରଣା, ଯଥା – ରେଖା, ରେଖାଖଣ୍ଡ, ଅବାଦ୍ଧ ଚିତ୍ର, କୋଣ, ତ୍ରିଭୁଜ, ଚତୁର୍ଭୁଜ,ବୃତ୍ତ ଇତ୍ୟାଦିକୁ ନିଜ ପରିବେଶର ଉଦାହରଣ ନେଇ ବର୍ତ୍ତନା କରିବେ।
ପରିବେଶରେ ଦେଖୁଥିବା କୋଣ ଆକୃତିକୁ ଚିହ୍ନଟ କରିବେ।
ମାପ ଅନୁଯାୟୀ କୋଣଗୁଡିକୁ ବର୍ଗୀକରଣ କରିବେ।
୪୫°, ୯୦°, ୧୮୦° କୁ ଆଧାର କରି ବିଭିନ୍ନ କୋଣର ପରିମାଣକୁ ଅନୁମାନ କରି କହିବେ।
ଏକ ବା ଏକାଧିକ ପ୍ରତିସମ ଅକ୍ଷ ଥିବା ଦ୍ବି-ମାତ୍ରିକ ଆକୃତିକୁ ଚିହ୍ନଟ କରିବେ।
ଦ୍ବି-ମାତ୍ରିକ ପ୍ରତିସମ ଚିତ୍ର ଅଙ୍କନ କରିବେ।
କୋଣ ଓ ବାହୁର ମାପ ଅନୁଯାୟୀ ତ୍ରିଭୁଜମାନଙ୍କୁ ବର୍ଗୀକରଣ କରିବେ। ଉଦାହରଣ ସ୍ବରୂପ– ବାହୁର ମାପ ଅନୁଯାୟୀ ସମବାହୁ, ସମହିବାହୁ, ବିଷମ ବାହୁ ତ୍ରିଭୁଜ ଇତ୍ୟାଦି।
ବାହୁ ଓ କୋଣର ପରିମାଣ ଆଧାରରେ ଚତୁର୍ଭୁଜ କୁ ବିଭିନ୍ନ ସମୂହ/ ପ୍ରକାରରେ ବର୍ଗୀକରଣ କରିବେ।
ନିକଟ ପରିବେଶରୁ ତ୍ରି-ମାତ୍ରିକ ବସ୍ତୁଗୁଡିକୁ ଚିହ୍ନଟ କରିବେ, ଯେପରି – ଗୋଲକ, ସମଘନ, ଆୟତଘନ, ସିଲିଣ୍ଡର ଓ କୋନ୍।
ତ୍ରି-ମାତ୍ରିକ ବସ୍ତୁର ଧାର,ଶୀର୍ଷ ଓ ପାର୍ଶ୍ବକୁ ଉଦାହରଣ ଦେଇ ବର୍ଣ୍ଣନା କରିବେ।
ନିକଟ ପରିବେଶରେ ଦେଖୁଥିବା ଆୟତାକୃତି କ୍ଷେତ୍ରର ପରିସୀମା ଓ କ୍ଷେତ୍ରଫଳ ନିର୍ଣ୍ଣୟ କରିବେ, (ଯେପରି - ଶ୍ରେଣୀ କକ୍ଷର ଚଟାଣ,ଚକ୍ ଡବାର ଉପର ପାର୍ଶ୍ବ ଇତ୍ୟାଦି)।
ବିଭିନ୍ନ ତଥ୍ୟ ସଂଗ୍ରହ କରି ସେଗୁଡିକୁ ଉପଯୁକ୍ତ ପ୍ରଣାଳୀରେ ସଜାଡିବେ, ଯେପରି ଗୋଟିଏ ପରିବାରର ଗତ ୬ ମାସର ଖର୍ଚ୍ଚ ପରିମାଣ। ଏହିଭଳି ତଥ୍ୟକୁ ଚିତ୍ରଲେଖ, ସାରଣୀରେ ପ୍ରକାଶ କରି ତାହାକୁ ବ୍ୟାଖ୍ୟା କରିବେ।