ଦେବତା ହାରୁକୁ ମୋଟ ଉପରେ ପାଞ୍ଚୋଟି ବର ମାଗିବା ପାଇଁ ସୁଯୋଗ ଦେଇଥିଲେ ।
ହାରୁ ନିଜ ବୁଦ୍ଧିମତ୍ତା ପ୍ରୟୋଗ କରି ଦେବତାଙ୍କ ଦତ୍ତ ବରଗୁଡ଼ିକର ସଦୁପଯୋଗ କଲା ।
‘ତିନୋଟି ବର’ କାହାଣୀଟି ସ୍ୱାମୀ ବିବେକାନନ୍ଦଙ୍କ ‘କଥା ଉପଦେଶ’ରୁ ସଂଗୃହୀତ ।
ତୃତୀୟ ବରରେ ହାରୁ ଓ ତା’ ସ୍ତ୍ରୀ ନିଜର ପୂର୍ବ ଚେପ୍ଟା ନାକ ଫେରାଇ ଦେବା ପାଇଁ ପ୍ରାର୍ଥନା କଲେ ।
ଦ୍ୱିତୀୟ ବର ମାଗିବା ପରେ ହାରୁ ଓ ତା’ ସ୍ତ୍ରୀଙ୍କୁ ପ୍ରଚୁର ସୁନା-ରୂପା ମିଳିଥିଲା ।
ପ୍ରଥମ ପଶାକାଠି ଗଡ଼ାଇବା ପରେ ହାରୁ ଓ ତା’ ସ୍ତ୍ରୀଙ୍କ ସାରା ଶରୀରରେ ଅନେକ ନାକ ଭର୍ତ୍ତି ହୋଇଗଲା ।
ହାରୁର ସ୍ତ୍ରୀ ପ୍ରଥମ ବର ମାଧ୍ୟମରେ ନିଜ ପାଇଁ ଏକ ସୁନ୍ଦର ନାକ ଚାହୁଁଥିଲା ।
ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଦୟାଳୁ ଦେବତା ହାରୁକୁ ଗୋଟିଏ ଯାଦୁକରୀ ଖଣ୍ଡା ଦେଇଥିଲେ ।
ଭଗବାନଙ୍କୁ ଏକାଗ୍ର ମନରେ ପ୍ରାର୍ଥନା କରିବା ପାଇଁ ହାରୁ ଅରଣ୍ୟକୁ ଯାଇଥିଲା ।
ବିବାହ ପରେ ଗାଁର ପିଲାମାନେ ହାରୁ ଓ ତା’ ସ୍ତ୍ରୀକୁ ଚିଡ଼ାଇବା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ।
ହାରୁ ନିଜ ପାଇଁ ଜଣେ ଚେପ୍ଟା ନାକ ଥିବା ଝିଅକୁ ବାହା ହେବାକୁ ସ୍ଥିର କରିଥିଲା ।
ମା’ଙ୍କ ମୃତ୍ୟୁ ପରେ ଗ୍ରାମପ୍ରଧାନ ହାରୁକୁ ଗାଁ ଛାଡ଼ି ଚାଲିଯିବା ପାଇଁ ପରାମର୍ଶ ଦେଇଥିଲେ ।
ଅସୁନ୍ଦର ନାକ ପାଇଁ ଗାଁର ପିଲାମାନେ ହାରୁକୁ ‘ଚେପ୍ଟା ନାକା’ ବୋଲି ଚିଡ଼ାଉଥିଲେ ।
ହାରୁ ବହୁତ ଲେଖାପଢ଼ା ଜାଣିଥିଲା ଏବଂ ସେ ଆଦୌ ପରିଶ୍ରମ କରୁ ନ ଥିଲା ।
ବାଳକ ହାରୁର ନାକଟି ଛୋଟ ଓ ଚେପ୍ଟା ଥିଲା ।