ଗୋନାସିକା ପର୍ବତର କିୟଦୂରରେ ଥିବା ଉଚ୍ଚ ପ୍ରସ୍ତର ସ୍ଥଳୀକୁ ‘ଋଷି-ସଭା’ କୁହାଯାଏ ।
ରାଧାନାଥ ରାୟ ସ୍ୱଭାବକବି ଗଙ୍ଗାଧର ମେହେରଙ୍କୁ ପତ୍ରଟି ବାଲେଶ୍ୱରରୁ ଲେଖିଥିଲେ ।
କେନ୍ଦୁଝର ଏବଂ ଆନନ୍ଦପୁର ଅଞ୍ଚଳ ତସର ଲୁଗା ପ୍ରସ୍ତୁତି ନିମନ୍ତେ ପ୍ରସିଦ୍ଧ ଅଟେ ।
କୁଶଳେଶ୍ୱର ମନ୍ଦିର କଟକ ସହରରେ ଅବସ୍ଥିତ ।
ଓଡ଼ିଆ ଭାଷାର ପ୍ରଥମ ପ୍ରବନ୍ଧ ‘ବିବେକୀ’ର ରଚୟିତା ହେଉଛନ୍ତି କବିବର ରାଧାନାଥ ରାୟ ।
ଆନନ୍ଦପୁରରୁ କେନ୍ଦୁଝରଗଡ଼କୁ ସେହି ସମୟରେ ଏକ ଉତ୍କୃଷ୍ଟ ପକ୍କା ରାଜପଥ ନିର୍ମିତ ହୋଇସାରିଥିଲା ।
ବାଲିଯୋଡ଼ୀରେ ଲେଖକ ଓ ତାଙ୍କ ବନ୍ଧୁ ବାଘ ଗର୍ଜନ ଶୁଣି ଭୟରେ ଅଧିକ ଅଗ୍ନି ପ୍ରଜ୍ୱଳିତ କରି ରାତି କଟାଇଥିଲେ ।
ଘଟଗାଁରେ ଥିବା ମା’ ତାରିଣୀଙ୍କ ଅରଣ୍ୟ ମଧ୍ୟସ୍ଥ ସ୍ୱତନ୍ତ୍ର ମୂର୍ତ୍ତିକୁ ସବୁ ସାଧାରଣ ଲୋକ ଦର୍ଶନ କରିପାରନ୍ତି ।
କେନ୍ଦୁଝରଗଡ଼ର ଜଳବାୟୁ ଆଦୌ ସ୍ୱାସ୍ଥ୍ୟକର ନ ଥିଲା ।
ଲେଖକ ଗୋନାସିକାରେ ଭେଟିଥିବା ଜୁଆଙ୍ଗମାନେ ଆଦୌ ଲୁଗା ପିନ୍ଧି ନ ଥିଲେ ।
ଭୂୟାଁପୀଠର ସମଧିକ ଉଚ୍ଚ ଅଞ୍ଚଳରେ ଶୀତଦିନେ ପଡ଼ୁଥିବା ବରଫକୁ ସ୍ଥାନୀୟ ଲୋକେ ‘ପଣ୍ଡୁ’ କହନ୍ତି ।
ଗୋନାସିକା ଗୋଟିଏ ସମତଳ ଭୂମିରେ ଅବସ୍ଥିତ କନ୍ଧ ଗ୍ରାମ ଅଟେ ।
ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ପଥର ଦେହରେ ନାଗରାକ୍ଷରରେ ‘ଆଦ୍ୟ ବୈତରଣୀ’ ଅଙ୍କିତ ହୋଇଛି ।
ଭୂୟାଁପୀଠରେ ଗୋଦୁଗ୍ଧ ବହୁଳ ପରିମାଣରେ ସହଜରେ ମିଳୁଥିଲା ।
କୁଆଁର ଗ୍ରାମର ଗୋପାଳ ପ୍ରଧାନମାନେ ଆଗନ୍ତୁକମାନଙ୍କୁ ଦଧି ଉପହାର ଦେଉଥିଲେ ।