ଡ. ଜଗନ୍ନାଥ ମହାନ୍ତି ‘ଦୂରଦିଗନ୍ତ’ ପୁସ୍ତକ ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲେ।
‘ବୃକ୍ଷଲତା ଆମର ବନ୍ଧୁ’ ପ୍ରବନ୍ଧଟିର ଲେଖକ ହେଉଛନ୍ତି ଡ. ଜଗନ୍ନାଥ ମହାନ୍ତି।
ଜଙ୍ଗଲ ଧ୍ୱଂସ ହେବା ସତ୍ତ୍ୱେ କାଠ, ଲାଖ ଓ ଝୁଣା ଭଳି ଜଙ୍ଗଲଜାତ ପଦାର୍ଥ ଶସ୍ତା ହୋଇପଡ଼ୁଛି।
ବୃକ୍ଷଲତାକୁ ତା’ର ଅମୂଲ୍ୟ ଗୁଣ ପାଇଁ ‘ସବୁଜସ୍ୱର୍ଣ୍ଣ’ ବୋଲି କୁହାଯାଏ।
ଉଦ୍ଭିଦଜଗତ ବିନା ପ୍ରାଣୀଜଗତ ସହଜରେ ବଞ୍ଚିପାରିବ।
ଜଙ୍ଗଲ ନଷ୍ଟ ହେବା ଫଳରେ ହୀରାକୁଦ ଜଳଭଣ୍ଡାରର ଶଯ୍ୟା ପୋତିହେବାର କୌଣସି ଆଶଙ୍କା ନାହିଁ।
ବୃକ୍ଷଲତା ଭୂମି ଭିତରେ ଚେର ବିସ୍ତାର କରି ମୃତ୍ତିକା ସଂରକ୍ଷଣରେ ବିଶେଷ ସାହାଯ୍ୟ କରନ୍ତି।
ବୃକ୍ଷଲତାମାନେ ଆଲୋକସଂଶ୍ଳେଷଣ ପ୍ରକ୍ରିୟା ସମୟରେ ବାୟୁରୁ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡ଼ନ୍ତି।
ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଅନାବୃଷ୍ଟି ଓ ଦୁର୍ଭିକ୍ଷ ଘଟିବାର ପ୍ରଧାନ କାରଣ ଅରଣ୍ୟ ସମ୍ପଦର ବିନାଶ।
ପୁରାଣରେ ବର୍ଣ୍ଣିତ ଅଛି ଯେ ବୃକ୍ଷରୋପଣ ଅପେକ୍ଷା ସୁସନ୍ତାନମାନଙ୍କୁ ଜନ୍ମଦେବା ଅଧିକ ପୁଣ୍ୟକାର୍ଯ୍ୟ।
ଚିକିତ୍ସାବିଜ୍ଞାନୀ ଚରକଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ଶାସ୍ତ୍ରଟିର ନାମ ‘ଚରକ ସଂହିତା’।
ଚରକଙ୍କ ଅନୁସନ୍ଧାନ ଅନୁସାରେ ଜଙ୍ଗଲରେ ଅନେକ ଅଦରକାରୀ ଗଛଲତା ରହିଛି।
ଶିଷ୍ୟ ଚରକ ସମସ୍ତ ଗଛଲତା ଅନୁଧ୍ୟାନ କରି ଆଶ୍ରମକୁ ଫେରିବା ପାଇଁ ଦୀର୍ଘ ଏକବର୍ଷ ସମୟ ନେଇଥିଲେ।
ଗୁରୁ ଶିଷ୍ୟମାନଙ୍କୁ ସବୁଠାରୁ ଉପକାରୀ ଗଛଟି ଖୋଜି ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଋଷିଙ୍କ ଆଶ୍ରମରେ ଶିଷ୍ୟମାନଙ୍କ ଶିକ୍ଷା କେବଳ ପୁସ୍ତକ-ପଠନ ମଧ୍ୟରେ ସୀମିତ ନ ଥିଲା।