କଙ୍କଡ଼ାଟି ବଗର ପିଠିରେ ବସି ନିରାପଦରେ ଅନ୍ୟ ଏକ ନୂଆ ପୋଖରୀରେ ପହଞ୍ଚିଗଲା ।
‘ବଗ ଓ କଙ୍କଡ଼ା’ ଗଳ୍ପରେ ବଗଟି ପ୍ରକୃତରେ ଏକ ଦୟାଳୁ ଓ ପରୋପକାରୀ ଜୀବ ଥିଲା ।
‘ପଞ୍ଚତନ୍ତ୍ର’ ପୁସ୍ତକର ରଚୟିତା ହେଉଛନ୍ତି ପଣ୍ଡିତ ବିଷ୍ଣୁ ଶର୍ମା ।
ପ୍ରଥମ ବେପାରୀ ଦ୍ୱିତୀୟ ଥର ଆସି ଦର ବଢ଼ାଇ ଶେଷରେ ହଜାରେ ଟଙ୍କା ଯାଏଁ ଡାକିଥିଲା ।
ଦ୍ୱିତୀୟ ବେପାରୀ ସୁନା ଥାଳିଟି ଧରି ନଈ ଘାଟରୁ ଡଙ୍ଗାରେ ବସି ନିଜ ଜାଗାକୁ ବାହାରି ଯାଇଥିଲା ।
ପ୍ରଥମ ବେପାରୀ ଛୁରୀ ସାହାଯ୍ୟରେ ଥାଳିଟିର ପଛପଟ ରାମ୍ପି ପରୀକ୍ଷା କରିଥିଲା ।
ଦ୍ୱିତୀୟ ବେପାରୀ ନିଜ ପାଖରେ ଥିବା ସମସ୍ତ ଟଙ୍କା ପଇସା ଓ ବାସନକୁସନ ବୁଢ଼ୀଙ୍କୁ ଦେଇଦେଇଥିଲା ।
ପ୍ରଥମ ବେପାରୀ ଶେଷରେ ସୁନା ଥାଳିଟିକୁ କିଣିବାରେ ସଫଳ ହୋଇଥିଲା ।
ପ୍ରଥମ ବେପାରୀ ଥାଳିଟିକୁ ଶସ୍ତାରେ ହଡ଼ପ କରିବା ପାଇଁ ତାହାକୁ ଟଙ୍କାଏ ମସାଏ ମୂଲ୍ୟର ବୋଲି କହିଥିଲା ।
ଆଈ ଓ ନାତୁଣୀ ପୂର୍ବରୁ ସବୁବେଳେ ଭାରି ଗରିବ ଥିଲେ ।
ଗାଆଁ ମୁଣ୍ଡରେ ଓହ୍ଲାଇ ଦୁଇ ବେପାରୀ ଠିକ୍ କରିଥିଲେ ଯେ ଜଣେ ଯେଉଁ ସାହିରେ ବାସନ ବିକୁଥିବ, ଅନ୍ୟ ଜଣକ ସେତେବେଳେ ସେହି ସାହିକୁ ଯିବ ନାହିଁ ।
ଦ୍ୱିତୀୟ ବାସନ ବେପାରୀ ଥାଳିଟିର ମୂଲ୍ୟ ମୋଟେ ପାଞ୍ଚ ଟଙ୍କା ବୋଲି କହିଥିଲା ।
‘ଠକି ବସିଲେ ଠକିଯିବ’ କାହାଣୀଟି ‘ଜାତକ କଥା’ ଗଳ୍ପ ସଂକଳନରୁ ଆସିଅଛି ।
ପ୍ରଥମ ବାସନ ବେପାରୀ ଜଣକ ଭାରି ସଚ୍ଚୋଟ ଓ ଦୟାଳୁ ଥିଲା ।
ଆଈ ଓ ନାତୁଣୀଙ୍କ ଘରେ ଥିବା ପୁରୁଣା ଫଟା ଥାଳିଟି ପ୍ରକୃତରେ ଖାଣ୍ଟି ସୁନାର ଥିଲା ।