‘ନୀତି-ବଚନ’ କବିତାରେ ବ୍ୟବହୃତ ‘ଭେକ’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଭ୍ରମର ।
ଗିରିପାଷାଣ ଅତ୍ୟନ୍ତ କଠିନ ହୋଇଥିଲେ ମଧ୍ୟ ତାକୁ ଖୋଳିଲେ ସେଥିରୁ ଜଳ ଝରିଥାଏ ।
କବି ରାମକୃଷ୍ଣ ନନ୍ଦ ପୁରୀ ଜିଲ୍ଲାର ବାଇରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
ଓଡ଼ିଶାର ପ୍ରସିଦ୍ଧ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ଵବିହାରୀ’ କବି ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ରଚିତ ।
କୋଟିଏ ଗୁଣ ମଧ୍ୟରେ ଗୋଟିଏ ଦୋଷ ରହିଲେ, ତାହା ବିଷ କଳସରେ ଅମୃତ ବିନ୍ଦୁ ପରି ହୋଇଥାଏ ।
ଚମ୍ପା ଫୁଲର ବାସ୍ନା ଅତି ଉତ୍କଟ ହୋଇଥିବାରୁ ଭ୍ରମର ତାହା ନିକଟକୁ ଯାଏ ନାହିଁ ।
ଯିଏ କେବଳ ଯୁଦ୍ଧ କ୍ଷେତ୍ରରେ ଶତ୍ରୁକୁ ପରାସ୍ତ କରେ, ତାହାକୁ ହିଁ ସଂସାରରେ ‘ବୀର-ମୁକୁଟମଣି’ କୁହାଯାଏ ।
ହାତୀ ପରି ବଳଶାଳୀ ପ୍ରାଣୀ ବନ୍ଧନରେ ପଡ଼ିଲେ ମାହୁନ୍ତର ଅଙ୍କୁଶ ବାଡ଼ିକୁ ଭୟ କରେ ।
ପର ଅଧୀନରେ ରହୁଥିବା ପ୍ରାଣୀ ଜୀବନରେ ସୁଖ ଓ ଶାନ୍ତି ଉପଭୋଗ କରିଥାଏ ।
ପଦ୍ମଫୁଲର ମନୋହର ସୁଗନ୍ଧକୁ ବେଙ୍ଗ କେବେହେଲେ ବୁଝିପାରେ ନାହିଁ ।
ମୂର୍ଖ ଲୋକ ସାଧୁଜନଙ୍କ ପବିତ୍ର ଉପଦେଶର ମହତ୍ତ୍ୱ ସହଜରେ ବୁଝିପାରେ ।
ମନ୍ଦମତି ବା ଖଳ ବ୍ୟକ୍ତି ସର୍ବଦା ଅନ୍ୟର ଗୁଣ ନ ଦେଖି କେବଳ ଦୋଷ ବାଛିଥାଏ ।
ଜୋକ ମାତୃସ୍ତନରୁ ଅମୃତତୁଲ୍ୟ କ୍ଷୀର ପାନ କରିଥାଏ ।
ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଏ ପୃଥିବୀରେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସାଧ୍ୟ ହୋଇପାରେ ।
‘ନୀତି-ବଚନ’ କବିତାଟି କବି ରାମକୃଷ୍ଣ ନନ୍ଦଙ୍କ ‘ସୁନାପାହାଚ’ ପୁସ୍ତକରୁ ଆନୀତ ହୋଇଛି ।