କବିତାରେ ‘ନନ୍ଦିଘୋଷ’ ଶବ୍ଦଟି କେବଳ ପୁରୀ ରଥଯାତ୍ରାର କାଠ ରଥକୁ ବୁଝାଉଛି ।
“ଜାତିଇତିହାସ” ଓ “ଜନନୀର ଉକ୍ତି” ମଧୁସୂଦନ ଦାସଙ୍କ ରଚିତ ସାରସ୍ୱତ ସୃଷ୍ଟି ।
ତିନୋଟି ପକ୍ଷ ମିଳିତ ହୋଇ ଗୋଟିଏ ମାସ ସୃଷ୍ଟି କରନ୍ତି ।
ଚନ୍ଦ୍ର ପୃଥିବୀର ଚାରିପାଖରେ ଥରେ ବୁଲି ଆସିଲେ ଗୋଟିଏ ତିଥି ହୁଏ ।
ଚନ୍ଦ୍ରର ନିଜସ୍ୱ ଆଲୋକ ରହିଛି ଯାହାଦ୍ୱାରା ରାତିରେ ପୃଥିବୀ ଆଲୋକିତ ହୁଏ ।
ସୌରମାସ ପୂର୍ଣ୍ଣିମାଠାରୁ ଏବଂ ଚାନ୍ଦ୍ରମାସ ସଂକ୍ରାନ୍ତିଠାରୁ ଗଣନା କରାଯାଏ ।
ଆମ ଦେଶରେ ଚାନ୍ଦ୍ରମାସ ଓ ସୌରମାସ ଅନୁସାରେ ବର୍ଷ ଗଣନା କରାଯାଏ ।
ସ୍ୱର୍ଗରେ ଥିବା ପୂର୍ବପୁରୁଷମାନେ ଆଜିର ଉତ୍କଳବାସୀଙ୍କ କର୍ମ ଦେଖି ଆନନ୍ଦିତ ହେଉଛନ୍ତି ।
‘ବୀରପ୍ରସବିନୀ’ ଶବ୍ଦର ଅର୍ଥ ଯେଉଁ ମାଆ ବୀର ପୁରୁଷଙ୍କୁ ଜନ୍ମ ଦେଇଛି ।
‘ଉତ୍କଳ ସନ୍ତାନ’ କବିତାର ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ଚଉଦ (୧୪) ଅଟେ ।
ସ୍ୱାର୍ଥପର ବ୍ୟକ୍ତିମାନଙ୍କ ଦ୍ୱାରା ଜାତିର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇଥାଏ ।
କବିତାରେ ତୋଷାମଦିଆ ବ୍ୟକ୍ତିର ପ୍ରକୃତିକୁ କୁକୁର ସହିତ ତୁଳନା କରାଯାଇଛି ।
ଆମ ପୂର୍ବପୁରୁଷମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଭୂଭାଗ ଜୟ କରିଥିଲେ ।
ଓଡ଼ିଶାରେ ମଧୁସୂଦନ ଦାସ ‘ଉତ୍କଳମଣି’ ଉପାଧିରେ ପରିଚିତ ଥିଲେ ।
ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।