ଛଉନୃତ୍ୟ ଅଭିନୟ ସମୟରେ ଧୁମ୍ସା, ନାଗରା, ଚଡ଼ଚଡ଼ି, ଢୋଲ ଓ ମହୁରୀ ଆଦି ବାଦ୍ୟ ବଜାଯାଏ ।
ଭାରତରେ କେବଳ ଓଡ଼ିଶା ରାଜ୍ୟରେ ହିଁ ବାନ୍ଧକଳା ଦ୍ଵାରା ବସ୍ତ୍ର ନିର୍ମାଣ ହୁଏ ।
ଜଗନ୍ନାଥଙ୍କ ବକ୍ଷଦେଶରେ ଲମ୍ବିଥିବା ମାଳର ଅନୁକରଣରେ ବାନ୍ଧକଳାର ‘ଘାଘରାବନ୍ଧ’ ପ୍ରସ୍ତୁତ ହୋଇଛି ।
ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ କଟକ ଜିଲ୍ଲାର ପଟ୍ଟାମୁଣ୍ଡାଇଠାରେ ଜନ୍ମଗ୍ରହଣ କରିଥିଲେ ।
ଓଡ଼ିଶାର ଲୋକନୃତ୍ୟ ‘ଛଉନାଚ’ ବର୍ତ୍ତମାନ ଶାସ୍ତ୍ରୀୟନୃତ୍ୟର ମର୍ଯ୍ୟାଦା ଲାଭ କରିଛି ।
ଏକ ଗୋଲାକାର ମଣ୍ଡପ ବା ମଞ୍ଚ ଉପରେ ଛଉନୃତ୍ୟ ପରିବେଷିତ ହୋଇଥାଏ ।
ଛଉନୃତ୍ୟ ଶିକ୍ଷାରେ ଓସ୍ତାତ୍ମାନେ କଳାକାରମାନଙ୍କୁ ପ୍ରାୟ ଛତିଶଗୋଟି ଉଫିଲ୍ ବା ଉପଲୟ ଶିକ୍ଷା ଦିଅନ୍ତି ।
ଛଉନୃତ୍ୟରେ କଳାକାରମାନେ ନିଜେ ମଞ୍ଚ ଉପରେ ଗୀତ ଗାଇ ବାଚିକ ଅଭିନୟ କରନ୍ତି ।
ଦଶହରାର ପବିତ୍ର ଦିନଠାରୁ ଛଉନୃତ୍ୟର ଶିକ୍ଷା ଆରମ୍ଭ ହୋଇଥାଏ ।
ଛଉନୃତ୍ୟ ସାଧାରଣତଃ ଶ୍ରାବଣ ମାସର ଶେଷଭାଗରେ ଅନୁଷ୍ଠିତ ହୁଏ ।
‘ବୀରରସ’ ହେଉଛି ଛଉନୃତ୍ୟର ମୁଖ୍ୟ ରସ ।
ସମଗ୍ର ଭାରତରେ କେବଳ ଓଡ଼ିଶା ରାଜ୍ୟରେ ହିଁ ଛଉନୃତ୍ୟ ପରିଲକ୍ଷିତ ହୋଇଥାଏ ।
ଡକ୍ଟର ସୁକୁମାର ସେନ୍ଙ୍କ ମତରେ ‘ଶୌଭିକ’ ଶବ୍ଦରୁ ‘ଛଉ’ ଶବ୍ଦର ଉତ୍ପତ୍ତି ହୋଇଛି ।
ଷଢ଼େଇକଳା ଅଞ୍ଚଳରେ ‘ଛଉ’ ଶବ୍ଦର ଅର୍ଥ ହେଉଛି ତରବାରି ।
ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଛଉନୃତ୍ୟ ପରିବେଷଣ କରିବାକୁ ସ୍ଥିର କରିଥିଲେ ।