ସାହିତ୍ୟସୁଧା · Code MIL
Learning outcomes for ସାହିତ୍ୟସୁଧା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
20 learning outcomes for this subject.
ବିଭିନ୍ନ ପ୍ରକାର ଧ୍ବନି (ଯେପରି - ବର୍ଷା, ପବନ,ରେଳଗାଡି, ବସ, ଫେରିବାଲା ଆଦି) କୁ ଶୁଣି, କୌଣସି ବସ୍ତୁର ସ୍ବାଦକୁ ଅନୁଭବ କରି ନିଜ ଶୈଳୀରେ ମୌଖକ / ସାଙ୍କେତିକ ଭାଷାରେ ପ୍ରକାଶ କରିବେ।
ଶୁଣି, ଦେଖୁଥିବା କଥା ଯେପରି ସ୍ଥାନୀୟ ସାମାଜିକ ଘଟଣା,କାର୍ଯ୍ୟକ୍ରମକୁ ନ ଥଙ୍ଗେଇ, ଆତ୍ମବିଶ୍ଵାସର ସହିତ କହିବେ ଓ ପ୍ରଶ୍ନ ପଚାରିବେ।
ଦେଖି, ଶୁଣି ଘଟଣାକୁ ନିଜ ଶୈଳୀରେ ଆଗକୁ ନେବେ (ଯେପରି କୌଣସି ଗପକୁ ଆଗକୁ ନେବେ)।
ରେଡିଓ, ଟିଭି, ଖବରକାଗଜ, ଇଣ୍ଟରନେଟରେ ଦେଖୁଥିବା ଶୁଣିଥିବା ଖବରକୁ ନିଜ ଭାଷାରେ କହିବେ।
ବିଭିନ୍ନ ବିଷୟବସ୍ତୁରେ କୁହାଯାଇଥିବା ଅନ୍ୟର କଥାକୁ ନିଜ ଢଙ୍ଗରେ କହିବେ ଯେପରି ଆଖୁରେ ନ ଦେଖୁଥିବା ସାଙ୍ଗ ମଧ୍ୟ ଯାତ୍ରାକୁ ଅନୁଭବ କରିପାରିବେ।
ନିଜ ପରିବେଶରେ ଥିବା ଲୋକକଥା ଓ ଲୋକଗୀତ ବିଷୟରେ ଜାଣିବା ସହିତ ଆଲୋଚନା କରିବେ।
ନିଜ ଠାରୁ ଭିନ୍ନ ଭାଷା, ଖାଦ୍ୟ, ପାନୀୟ, ରହଣୀ ସମ୍ପର୍କିତ ବିବିଧତା ବିଷୟରେ ଆଲୋଚନା କରିବେ।
କୌଣସି ପାଠ୍ୟ ବିଷୟକୁ ଶୀଘ୍ର ପଢି ସେହି ବିଷୟରେ ଅନୁମାନ କରିବେ।
କୌଣସି ପାଠ୍ୟ ବିଷୟବସ୍ତୁକୁ ଯାଞ୍ଚ କରି ସେଥ୍ରେ ଥିବା ବିଶେଷ ତଥ୍ୟକୁ ଖୋଜିବେ, ଅନୁମାନ କରିବେ, ସିଦ୍ଧାନ୍ତ ବାହାର କରିବେ।
ଓଡିଆ ଭାଷାରେ ବିଭିନ୍ନ ପ୍ରକାର ସାମଗ୍ରୀ (ଖବର କାଗଜ, ପତ୍ରପତ୍ରିକା, ଇଣ୍ଟରନେଟରେ ବାହାରୁଥିବା ଖବର ଆଦି) କୁ ପଢି ବୁଝିବେ ଓ ସେଥ୍ରେ ନିଜ ପସନ୍ଦ, ଅପସନ୍ଦ ମତାମତ ଦେବେ।
ଭାଷାର ଗୁଣାତ୍ମକତା / ବ୍ୟବସ୍ଥା / ଢଙ୍ଗ ଉପରେ ଦୃଷ୍ଟି ଦେଇ ବିଶ୍ଳେଷଣ କରିବେ, (ଯେପରି - କବିତାରେ ଲୟ- ଧ୍ଵନୀ,ବର୍ଣ୍ଣଆବୃତ୍ତି (ଛନ୍ଦ), ଗପ, ପ୍ରବନ୍ଧ, ଲୋକଗୀତ ଆଦି)।
ବିଭିନ୍ନ ସାହିତ୍ୟିକ ସାମଗ୍ରୀ କୁ ଉପଯୁକ୍ତ ଉତ୍ଥାନ ପତନ ଓ ଠିକ୍ ସ୍ବର – ଲୟ ପ୍ରତି ଧ୍ୟାନ ଦେଇ ଆବୃତ୍ତି କରିବେ।
ଓଡିଆ ଭାଷାରେ ବିଭିନ୍ନ ପ୍ରକାର ପ୍ରବନ୍ଧକୁ ପଢିବେ।
ନୂଆ ଶବ୍ଦ ଶିଖୁବା ପ୍ରତି ଜିଜ୍ଞାସା ପ୍ରକାଶ କରିବେ ଓ ସେଗୁଡିକର ଅର୍ଥ ଜାଣିବା ପାଇଁ ଶବ୍ଦକୋଷ ବ୍ୟବହାର କରିବେ।
ବିବିଧ କଳା(ଯେପରି ହସ୍ତକଳା,ବାସ୍ତୁକଳା, କୃଷିକଳା, ନୃତ୍ୟକଳା ଆଦି) ସହିତ ଜଡିତ ସାମଗ୍ରୀରେ ବ୍ୟବହୃତ ଭାଷା ଜାଣିବାକୁ ଇଚ୍ଛାପ୍ରକାଶ କରିବେ ଓ ଏହାକୁ ବ୍ୟବହାର କରିବେ।
ଅନ୍ୟ ଦ୍ବାରା ପ୍ରକାଶିତ ଅନୁଭୂତିକୁ ଆବଶ୍ୟକତା ଅନୁସାରେ ଲେଖିବେ ଏବଂ ସାର୍ବଜନୀନ ସ୍ଥାନରେ (ଯେପରି ବସଷ୍ଟାଣ୍ଡ, ଗାଁ ଦାଣ୍ଡ, ପୋଖରୀକୁଳ ଆଦି) ଶୁଣିଥିବା କଥାକୁ ଲେଖିବେ।
ଓଡିଆ ଭାଷାରେ ବିଭିନ୍ନ ପ୍ରକାରସାମଗ୍ରୀ( ଖବରକାଗଜ, ପତ୍ରପତ୍ରିକା, ଗପ, ଇଣ୍ଟେରନେଟରେ ପ୍ରକାଶିତ ସାମଗ୍ରୀ) କୁ ପଢି ବୁଝିବେ ଓ ସେଥ୍ରେ ନିଜ ପସନ୍ଦ, ଅପସନ୍ଦ ଓ ଟିପ୍ପଣୀକୁ ଲେଖିବେ ଏବଂ ବ୍ରେଲ ଭାଷାରେ ମଧ୍ୟ ପ୍ରକାଶ କରିବେ।
ବିଭିନ୍ନ ବିଷୟ/ ଉଦ୍ଦେଶ୍ୟ ପାଇଁ ଉପଯୁକ୍ତ ବିରାମ ଚିହ୍ନର ବ୍ୟବହାର କରି ଲେଖିବେ।
ବିଭିନ୍ନ ସମୟରେ / ବିଷୟରେ କୁହାଯାଉଥିବା ଅନ୍ୟର କଥାକୁ ନିଜ ଶୈଳୀରେ ଲେଖିବେ।
ବିଭିନ୍ନ ବିଷୟରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ଲେଖୁବା ସମୟରେ ଶବ୍ଦ, ବାକ୍ୟର ସଂରଚନା ଆଦିକୁ ଉପଯୁକ୍ତ ଭାବରେ ବ୍ୟବହାର କରିବେ।