ପ୍ରାକୃତିକ ସମ୍ପଦର ବ୍ୟବହାର ସମ୍ପର୍କରେ ମହାତ୍ମା ଗାନ୍ଧୀ କ’ଣ କହିଥିଲେ ?
ସି.ଏନ୍.ଜି. (CNG) ର ସମ୍ପୂର୍ଣ୍ଣ ନାମ ଓଡ଼ିଆରେ କ'ଣ ?
ପଥରରେ ଥିବା ଖଣିଜ ପଦାର୍ଥରୁ ମିଳୁଥିବା ଦୁଇଟି ଧାତୁର ନାମ ଲେଖ।
ଆମ ଦେଶରେ କେଉଁ ମାସରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ ?
ପ୍ରତିବର୍ଷ କେଉଁ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଏ ?
ବାୟୁରେ ଯବକ୍ଷାରଜାନ ଏବଂ ଅମ୍ଳଜାନ ଗ୍ୟାସର ପରିମାଣ ଶତକଡ଼ା କେତେ ରହିଥାଏ ?
ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ ?
ପେଟ୍ରୋଲିୟମକୁ ଏକ ନବୀକରଣଅଯୋଗ୍ୟ ସମ୍ବଳ ବୋଲି କାହିଁକି କୁହାଯାଏ ?
ନବୀକରଣଯୋଗ୍ୟ ସମ୍ବଳ କହିଲେ କ’ଣ ବୁଝ ? ଗୋଟିଏ ଉଦାହରଣ ଦିଅ।
ଜୀବାଶ୍ମ ଇନ୍ଧନ କାହାକୁ କୁହାଯାଏ ? ଏହାର ଦୁଇଟି ଉଦାହରଣ ଦିଅ।
‘ସୂର୍ଯ୍ୟ ହେଉଛନ୍ତି ପୃଥିବୀର ସମସ୍ତ ଶକ୍ତିର ମୁଖ୍ୟ ଉତ୍ସ’ — ବୁଝାଇ ଲେଖ। ଆମେ ସୌରଶକ୍ତିକୁ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରିପାରିବା ?
ବାୟୁ ଏକ ଅତ୍ୟାବଶ୍ୟକ ପ୍ରାକୃତିକ ସମ୍ପଦ— ଏହାର ଗଠନ ଏବଂ ଉପଯୋଗିତା ବିଷୟରେ ବର୍ଣ୍ଣନା କର।
ଜୀବାଶ୍ମ ଇନ୍ଧନ କ’ଣ ଏବଂ ଏହା କିପରି ସୃଷ୍ଟି ହୁଏ ? ଏହାର ବ୍ୟବହାର ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ଓ ଏହାର ସଂରକ୍ଷଣ ପାଇଁ ଉପାୟଗୁଡ଼ିକ ଉଲ୍ଲେଖ କର।
ଜଙ୍ଗଲର ଉପକାରିତା ବର୍ଣ୍ଣନା କର। ଜଙ୍ଗଲ କ୍ଷୟର ପରିଣାମ କ’ଣ ଏବଂ ଏହାର ସୁରକ୍ଷା ପାଇଁ କି କି ପଦକ୍ଷେପ ଗ୍ରହଣ କରାଯାଇଛି ?
ପ୍ରକୃତିରେ ମାଟି କିପରି ସୃଷ୍ଟି ହୁଏ ?
ଚିପକୋ ଆନ୍ଦୋଳନ କ’ଣ ଥିଲା ?
ସୂର୍ଯ୍ୟଙ୍କୁ ପୃଥିବୀର ଶକ୍ତିର ମୁଖ୍ୟ ଉତ୍ସ କାହିଁକି କୁହାଯାଏ ?
ବର୍ଷା ଜଳ ଅମଳ କହିଲେ କ’ଣ ବୁଝ ?
ପବନକଳର ଦୁଇଟି ମୁଖ୍ୟ ବ୍ୟବହାର ଉଲ୍ଲେଖ କର।
ନବୀକରଣଯୋଗ୍ୟ ଏବଂ ନବୀକରଣଅଯୋଗ୍ୟ ପ୍ରାକୃତିକ ସମ୍ପଦ ମଧ୍ୟରେ ଥିବା ପାର୍ଥକ୍ୟ ଉଦାହରଣ ସହ ବୁଝାଇ ଲେଖ।
ଆମ ଦୈନନ୍ଦିନ ଜୀବନରେ ଜଳର ଆବଶ୍ୟକତା କ’ଣ ? ଜଳ ପ୍ରଦୂଷଣ ଓ ଅପଚୟର କାରଣ ଲେଖି ବର୍ଷା ଜଳ ଅମଳ ପଦ୍ଧତି କିପରି କରାଯାଏ ବୁଝାଅ।