ଭାରତରେ ଖାଦ୍ୟ ପଦାର୍ଥର ଗୁଣବତ୍ତା ଓ ନିରାପତ୍ତା ନିୟନ୍ତ୍ରଣ କରୁଥିବା ସରକାରୀ ସଂସ୍ଥାଟିର ନାମ କ’ଣ ?
ପନିପରିବାକୁ ଅତ୍ୟଧିକ ସମୟ ରାନ୍ଧିଲେ ସେଥିରୁ କେଉଁ ଭିଟାମିନ୍ ନଷ୍ଟ ହୋଇଯାଏ ?
ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ଜଳ କିପରି ସାହାଯ୍ୟ କରେ ?
ଗଳଗଣ୍ଡ ବା ଗଏଟର ରୋଗ କେଉଁ ଖଣିଜ ଲବଣର ଅଭାବ ଯୋଗୁଁ ହୋଇଥାଏ ?
ପୁଷ୍ଟିସାର ବା ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ଶରୀର ଗଠନକାରୀ ଖାଦ୍ୟ କାହିଁକି କୁହାଯାଏ ?
ଆମ ଶରୀରକୁ ମୁଖ୍ୟତଃ ଶକ୍ତି ଯୋଗାଉଥିବା ଦୁଇଟି ପୋଷକର ନାମ ଲେଖ।
ଖାଦ୍ୟ ପଦାର୍ଥରେ ଷ୍ଟାର୍ଚ ବା ମଣ୍ଡଦ ଥିବାର କିପରି ଜଣାପଡ଼େ ?
ସୁଷମ ଖାଦ୍ୟ ବା ସନ୍ତୁଳିତ ଖାଦ୍ୟ କାହାକୁ କୁହାଯାଏ ?
ଭାରତରେ ପୋଷଣ କ୍ଷେତ୍ରରେ ବୈଜ୍ଞାନିକ କଲୁଥୁର ଗୋପାଲନ୍ଙ୍କ ମୁଖ୍ୟ ଅବଦାନ କ’ଣ ଥିଲା ?
‘ଖାଦ୍ୟ ଯାତ୍ରା’ କହିଲେ କ’ଣ ବୁଝାଏ ଏବଂ ଏହାର ସମୟ କମାଇବା କାହିଁକି ଆବଶ୍ୟକ ?
ବାଜରା ଜାତୀୟ ଶସ୍ୟକୁ କାହିଁକି ‘ପୋଷକ ଶସ୍ୟ’ ବୋଲି କୁହାଯାଏ ?
ଜଙ୍କଫୁଡ୍ କାହାକୁ କୁହାଯାଏ ଏବଂ ଏହା ଶରୀର ପାଇଁ କାହିଁକି କ୍ଷତିକାରକ ? ଆଳୁ ଚିପ୍ସ ଓ ଭଜା ଚଣାର ପୋଷକ ମୂଲ୍ୟକୁ ତୁଳନା କରି କେଉଁଟି ଖାଇବା ଉପଯୁକ୍ତ ବୁଝାଅ।
ସୁଷମ ଖାଦ୍ୟ କାହାକୁ କୁହନ୍ତି ? ଆମ ଶରୀର ପାଇଁ ରଫେଜ୍ (ତନ୍ତୁଜାତୀୟ ଖାଦ୍ୟ) ଏବଂ ଜଳର ଭୂମିକା କ’ଣ ?
(କ) ଖାଦ୍ୟରେ ପ୍ରୋଟିନ୍ (ପୁଷ୍ଟିସାର)ର ଉପସ୍ଥିତି କିପରି ପରୀକ୍ଷା କରାଯାଏ, ଆବଶ୍ୟକୀୟ ସତର୍କତା ସହ ବର୍ଣ୍ଣନା କର। (ଖ) ବାଜରା (ମିଲେଟ୍ସ)କୁ ‘ପୋଷକ ଶସ୍ୟ’ କାହିଁକି କୁହାଯାଏ ଏବଂ ଏହାର ଚାଷ କାହିଁକି ସୁବିଧାଜନକ ?
'କ୍ଷେତରୁ ଆମ ଥାଳି ପର୍ଯ୍ୟନ୍ତ' ଖାଦ୍ୟର ଯାତ୍ରା କିପରି ସମ୍ପନ୍ନ ହୁଏ, ତାହା ରୁଟି ପ୍ରସ୍ତୁତି ଉଦାହରଣ ମାଧ୍ୟମରେ ବୁଝାଅ। ଖାଦ୍ୟ ଯାତ୍ରାର ସମୟ ହ୍ରାସ କରିବା କାହିଁକି ଜରୁରୀ ଏବଂ ଖାଦ୍ୟ ନଷ୍ଟ ନ କରିବା ପାଇଁ ଆମେ କି ପଦକ୍ଷେପ ନେବା ଉଚିତ ?
ଜଙ୍କଫୁଡ୍ କାହାକୁ କୁହାଯାଏ ଏବଂ ଏହା ଶରୀର ପାଇଁ କାହିଁକି ଅସ୍ୱାସ୍ଥ୍ୟକର ?
ଆମ ଦୈନନ୍ଦିନ ଖାଦ୍ୟରେ ତନ୍ତୁ ଜାତୀୟ ଖାଦ୍ୟ ବା ରଫେଜ୍ ରହିବା କାହିଁକି ଜରୁରୀ ?
ସ୍କର୍ଭି ରୋଗ କେଉଁ ଭିଟାମିନ୍ର ଅଭାବରୁ ହୁଏ ଏବଂ ଏହାର ମୁଖ୍ୟ ଲକ୍ଷଣ କ’ଣ ?
ଖାଦ୍ୟରେ ପ୍ରୋଟିନ୍ ପରୀକ୍ଷା କରିବା ପାଇଁ କେଉଁ କେଉଁ ରାସାୟନିକ ଦ୍ରବଣ ଆବଶ୍ୟକ ଏବଂ ଏହାର ପରିବର୍ତ୍ତିତ ରଙ୍ଗ କ’ଣ ହୁଏ ?
ଖାଦ୍ୟ ପଦାର୍ଥରେ ଷ୍ଟାର୍ଚ (ମଣ୍ଡଦ) ଏବଂ ସ୍ନେହସାର (ଫ୍ୟାଟ୍)ର ଉପସ୍ଥିତି କିପରି ପରୀକ୍ଷା କରାଯାଏ ? ପ୍ରଣାଳୀ ସହ ବୁଝାଇ ଲେଖ।
ଆମ ଶରୀର ପାଇଁ ଭିଟାମିନ୍ ଏବଂ ଖଣିଜ ଲବଣର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଭିଟାମିନ୍ A, C, D ତଥା ଆୟୋଡିନ୍ ଏବଂ ଆଇରନ୍ର ମୁଖ୍ୟ କାର୍ଯ୍ୟ, ଉତ୍ସ, ଅଭାବଜନିତ ରୋଗ ଓ ଏହାର ଲକ୍ଷଣଗୁଡ଼ିକ ବିସ୍ତୃତ ଭାବେ ଆଲୋଚନା କର।