ଜିଜ୍ଞାସା · Code SCI
Learning outcomes for ଜିଜ୍ଞାସା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
13 learning outcomes for this subject.
ଉଦ୍ଭିଦ ତନ୍ତୁ ଓ ଫୁଲ ଆଦି ପଦାର୍ଥ ଓ ଜୀବଜନ୍ତୁଙ୍କର ରୂପ, ଗଠନ, କାର୍ଯ୍ୟକାରୀତା ଓ ଗନ୍ଧ ଆଦି ଗୁଣାବଳୀର ପର୍ଯ୍ୟବେକ୍ଷଣ ଭିତ୍ତରେ ଚିହ୍ନଟୀକରଣ କରିବେ।
ତନ୍ତୁ ଓ ସୂତା, ଗୁଚ୍ଛମୁଳ ଓ ପ୍ରଧାନମୂଳ, ବିଦ୍ୟୁତ କୁପରିବାହୀ ଓ ସୁପରିବାହୀ ଆଦି ବସ୍ତୁ ଓ ଜୀବଗୁଡିକର ଗୁଣ, ସଂରଚନା(ଗଠନ) ଓ କାର୍ଯ୍ୟକାରିତା ଆଧାରରେ ପୃଥକୀକରଣ କରିବେ।
ପର୍ଯ୍ୟବେକ୍ଷଣ ଯୋଗ୍ୟ ଗୁଣାବଳୀ (ଯଥା: ଦ୍ରାବ୍ୟ ଓ ଅଦ୍ରାବ୍ୟ ସାମଗ୍ରୀ: ସ୍ବଚ୍ଛ, ଅସ୍ବଚ୍ଛ ଓ ଅର୍ଦ୍ଧସ୍ବଚ୍ଛ ସାମଗ୍ରୀ; ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ, ଗୁଳ୍ମ, ଲତା, ବୁଦାଳିଆ ଓ ଗଛ: ଜୈବିକ ଓ ଅଜୈବିକ ପରିସ୍ଥାନର ଉପାଦାନ: ବୃତ୍ତୀୟ, ରୈୟ ଓ ପର୍ଯ୍ୟାୟକ୍ରମିକ ଗତି) ଆଦିଭିଭିରେ ବସ୍ତୁ ଓ ଜୀବ ଓ ପ୍ରକ୍ରିୟାଗୁଡିକର ବିଭାଗୀକରଣ କରିବେ।
ପଚରାଯାଇଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପାଇଁ ସରଳ ଅନ୍ଵେଷଣର ଆୟୋଜନ କରିବେ ଯଥା- ପଶୁମାନଙ୍କର ଖାଦ୍ୟରେ କେଉଁ ପୋଷକ ଅଛି? ସମସ୍ତ ପ୍ରକାରର ଭୌତିକ ପରିବର୍ତ୍ତନ ପତ୍ୟାବର୍ତ୍ତୀ କି? ଗୋଟିଏ ଚୁମ୍ୱକକୁ ସୂତାରେ ବାନ୍ଧି ମୁକ୍ତ ଭାବରେ ଝୁଲାଇଦେଲେ ତାହା ଏକ ନିର୍ଦ୍ଦିଷ୍ଟ ଦିଗ ସହ ସମାନ୍ତର ହେବ କି?
ପ୍ରକ୍ରିୟା ଓ ଘଟଣାବଳୀ ସହିତ କାରଣକୁ ସମ୍ପର୍କିତ କରିବେ। ଯଥା – ଖାଦ୍ୟ ସହ ଖାଦ୍ୟ ଅଭାବ ଜନିତ ରୋଗର ସମ୍ପର୍କ, ପ୍ରାଣୀ ଓ ବୃକ୍ଷଲତା ସେମାନଙ୍କ ପରିସ୍ଥାନ ସହିତ ଉପଯୋଜନ, ପ୍ରଦୂଷଣକାରୀ ପଦାର୍ଥ ସହ ବାୟୁର ମାନ ଇତ୍ୟାଦି।
ପ୍ରକ୍ରିୟା ସହିତ ଘଟଣାବଳୀକୁ ବାଖ୍ୟା କରିବେ। ଉଦାହରଣସ୍ବରୂପ - ଉଭିଦଗୁଡିକ ଡିକର ତନ୍ତୁ ପ୍ରକ୍ରିୟାକରଣ, ବୃକ୍ଷ ଓ ଜୀବମାନଙ୍କର ଚଳନ, ଛାୟାର ସୃଷ୍ଟି, ସମତଳ ଦର୍ପଣରେ ପ୍ରତିଫଳନ, ବାୟୁର ଉପାଦାନରେ ପରିମାଣର କମ୍ ବେଶୀ, ଜିଆଖତ, ପ୍ରସ୍ତୁତ କରିବା ଇତ୍ୟାଦି।
ଭୌତିକ ପରିମାଣର ମାପ କରି ତାହାକୁ ଆନ୍ତର୍ଜାତିକ ମାନକ ଏକକରେ ପ୍ରକାଶ କରିବେ ଯଥା ଦୈର୍ଘ୍ୟ
ନାମାଙ୍କିତ ଚିତ୍ର ଅଙ୍କନ କରିବେ / ଜୀବଜନ୍ତୁ ଓ ପ୍ରକ୍ରିୟାଗୁଡିକୁ ଫ୍ଲୋ- ଚାର୍ଟ ରେ ଦର୍ଶାଇବେ। ଉଦାହରଣ ସ୍ବରୂପ – ଫୁଲର ବିଭିନ୍ନ ଅଂଶ, ହାଡଗଣ୍ଠି ଜୋଡ, ଛାଣିବା, ଜଳଚକ୍ର ଇତ୍ୟାଦି।
ଚତୁଃପାର୍ଶ୍ଵରେ ମିଳୁଥିବା ସାମଗ୍ରୀକୁ ନେଇ ମଡେଲ ପ୍ରସ୍ତୁତ କରିବେ ଓ ତାର କାର୍ଯ୍ୟକାରିତାକୁ ବାଖ୍ୟା କରିବେ, ଉଦାହରଣସ୍ବରୂପ – ରନ୍ଧ୍ରକ୍ୟାମେରା, ପେରିସ୍କୋପ, ବୈଦ୍ୟୁତିକ ଟର୍ଜ ଇତ୍ୟାଦି
ଦୈନନ୍ଦିନ ଜୀବନରେ ବୈଜ୍ଞାନିକ ଧାରଣାଗତ ଶିକ୍ଷଣକୁ ପ୍ରୟୋଗ କରିବେ, ଉଦାହରଣ ସ୍ବରୂପ - ଏକ ସନ୍ତୁଳିତ ଖାଦ୍ୟ ପାଇଁ ଖାଦ୍ୟକୁ ଚୟନ କରିବେ, ସାମଗ୍ରୀକୁ ପୃଥକ କରିବେ, ଋତୁ ଅନୁଯାୟୀ ଉପଯୁକ୍ତ ପୋଷାକ ବାଛିବେ, ଦିଗ ଜାଣିବାପାଇଁ ଚୁମ୍ୱକ ବ୍ୟବହାର କରିବେ, ପ୍ରବଳ ବର୍ଷା/ ମରୁଡିରୁ ରକ୍ଷା ପାଇବାପାଇଁ ଉପାୟଗୁଡିକୁ କହିବେ।
ପରିବେଶ ସୁରକ୍ଷା ପାଇଁ ଯତ୍ନବାନ ହେବେ ଓ ଉଦ୍ୟମ କରିବେ,ଉଦାହରଣ ସ୍ବରୂପ – ଖାଦ୍ୟ, ବିଜୁଳି ଓ ଜଳର ଅପଚୟକୁ ହ୍ରାସ କରିବେ, ଆବର୍ଜନା ସୃଷ୍ଟି କମାଇବା, ବର୍ଷାଜଳକୁ ସଦୁପଯୋଗ କରିବା ପାଇଁ ସଚେତନତା ସୃଷ୍ଟି କରିବେ, ବୃକ୍ଷର ଯତ୍ନ ନେବେ ଇତ୍ୟାଦି।
ଉପଲବ୍ଧ ହେଉଥିବା ସମ୍ୱଳଗୁଡିକର ବ୍ୟବହାର ନିମିତ୍ତ ଯୋଜନା ଓ ଡିଜାଇନ ଜାଇନ ପ୍ରସ୍ତୁତିରେ ସୃଜନଶୀଳତା ପ୍ରଦର୍ଶନ କରିବେ।
ସାଧୁତା, ବସ୍ତୁନିଷ୍ଠତା, ସହଯୋଗୀତା,(ଭୟ ଓ କୁସଂସ୍କାର ଠାରୁ ମୁକ୍ତ ମୁକ୍ତ ହେବା ଇତ୍ୟାଦି) ମୂଲ୍ୟବୋଧକୁ ପ୍ରଦର୍ଶନ କରିବେ।