ମୁକାଭିନୟ ହେଉଛି ଏକ ନୀରବ କଳା ଯେଉଁଥିରେ କୌଣସି ଧ୍ୱନି ବା ସଂଳାପ ବିନା କେବଳ ଅଙ୍ଗଭଙ୍ଗୀ ଓ ମୁଖଭଙ୍ଗୀ ଦ୍ୱାରା ଭାବ ପ୍ରକାଶ କରାଯାଏ ।
ମୁକାଭିନୟ କଳାକୁ ମଞ୍ଚରେ ନିଖୁଣ ଭାବରେ ପରିବେଷଣ କରୁଥିବା କଳାକାରମାନଙ୍କୁ ମୁକାଭିନେତା କୁହାଯାଏ ।
ମୁହଁ ସାହାଯ୍ୟରେ ମନର ଭାବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବାକୁ ମୁଖ ଅଭିବ୍ୟକ୍ତି କୁହାଯାଏ ।
ହସ୍ତମୁଦ୍ରା ଓ ଶରୀରର ବିଭିନ୍ନ ଅଙ୍ଗଭଙ୍ଗୀ ଦ୍ୱାରା କରାଯାଉଥିବା ଅଭିନୟକୁ ଶାରୀରିକ ଭାଷା କୁହାଯାଏ ।
ପ୍ରତ୍ୟେକ ଅଭିନୟ ପଛରେ ରହିଥିବା ଏକାଗ୍ର ଧ୍ୟାନ ଏବଂ ଭାବର ତୀବ୍ରତାକୁ ଉର୍ଜ୍ଜା କୁହାଯାଏ ।
ଏକାଧିକ ଅଭିନେତା ମିଶି ସଙ୍ଗୀତ ସହିତ ହାସ୍ୟରସଭରା ମୁକାଭିନୟ ପରିବେଷଣ କରିବାକୁ ଦଳଗତ ମୁକାଭିନୟ ବା ପେଣ୍ଟୋମାଇମ୍ କୁହାଯାଏ ।
ମୁକାଭିନୟରେ କଳାକାର ନିଜେ ବସ୍ତୁ ନ ହୋଇ କାଳ୍ପନିକ ବସ୍ତୁକୁ ହାତରେ ବ୍ୟବହାର କରିବାର ଅଭିନୟ କରିବା ଉଚିତ ।
ପରିବେଷଣକୁ ବିଶ୍ୱାସଯୋଗ୍ୟ କରିବା ପାଇଁ କାଳ୍ପନିକ ବସ୍ତୁର ଆକାର, ଆୟତନ ଏବଂ ଓଜନକୁ ସଠିକ୍ ଭାବେ ଦର୍ଶାଇବା ଆବଶ୍ୟକ ।
ମୁକାଭିନୟ ପରିବେଷଣର ତିନୋଟି ପ୍ରମୁଖ ସ୍ତମ୍ଭ ହେଉଛି ପରିକଳ୍ପନା, ଅତିରଞ୍ଜିତ ଅଭିନୟ ଏବଂ ବେଶପୋଷାକ ଓ ରୂପସଜ୍ଜା ।
ପରିକଳ୍ପନା ସହାୟତାରେ ଅଭିନେତା ଓ ଦର୍ଶକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଘଟି ପ୍ରଦର୍ଶନଟି ଅଧିକ ଆମୋଦଦାୟକ ହୋଇଥାଏ ।
ବାସ୍ତବ ଜୀବନର ପଦଚାଳନା ଓ ଭାବଭଙ୍ଗୀଠାରୁ ଅଧିକ ମାତ୍ରାରେ ପ୍ରଦର୍ଶନ କରିବା କୌଶଳକୁ ଅତିରଞ୍ଜିତ ଅଭିନୟ କୁହାଯାଏ ।
ମୁଖର ଅଭିବ୍ୟକ୍ତିକୁ ସ୍ପଷ୍ଟ ଭାବରେ ଦର୍ଶାଇବା ପାଇଁ ମୁକାଭିନେତାମାନେ ମୁହଁରେ କଳା, ଧଳା ଓ ନାଲି ରଙ୍ଗର ରୂପସଜ୍ଜା ବ୍ୟବହାର କରନ୍ତି ।
ମୁକାଭିନୟ ସଂଳାପବିହୀନ ହୋଇଥିବାରୁ ଏହା ଭାଷାଗତ ପ୍ରତିବନ୍ଧକ ଦୂର କରି ବିଶ୍ୱସ୍ତରରେ ଏକ ସାର୍ବଜନୀନ ଭାଷା ଭାବରେ କାର୍ଯ୍ୟ କରେ ।
ମୁକାଭିନୟ ସମାଜର ଗତାନୁଗତିକ ଲିଙ୍ଗଗତ ପ୍ରଭେଦକୁ ଭାଙ୍ଗି ସମାନତାର ବାର୍ତ୍ତା ପ୍ରଦାନ କରିବାରେ ସାହାଯ୍ୟ କରେ ।
ମୁକାଭିନୟ ପରିବେଷଣରେ କେବଳ ପରିସ୍ଥିତି ଉପଯୋଗୀ ଯନ୍ତ୍ରସଙ୍ଗୀତ ବ୍ୟବହାର କରାଯାଏ ଏବଂ କୌଣସି ଗୀତ ପରିବେଷଣ କରାଯାଏ ନାହିଁ ।