ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ କଳା ସମନ୍ଵୟ ପଦ୍ଧତି ଶିକ୍ଷା ଏବଂ ସଂସ୍କୃତି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ।
ପଣ୍ଡିତ ହରିପ୍ରସାଦ ଚୌରାସିଆ ମୁଖ୍ୟତଃ ଜଣେ ପ୍ରସିଦ୍ଧ ତବଲା ବାଦକ ଅଟନ୍ତି ।
ଶ୍ରୀଜଗନ୍ନାଥଙ୍କ ସେବାରେ ଭକ୍ତି ସଙ୍ଗୀତ ଗାନ କରୁଥିବା ସେବକ ବା ସେବିକାମାନଙ୍କୁ ‘ଗାଉଣୀ’ କୁହାଯାଏ ।
“ସଭା କଳ୍ପତରୁ ରାତି” ଉକ୍ତିଟିର ଅର୍ଥ ହେଉଛି ଶ୍ରୋତା ଓ ଦର୍ଶକମାନେ କଳାକାରଙ୍କ ଇଚ୍ଛା ପୂରଣ କରନ୍ତି ନାହିଁ ।
କୌଣସି କଥାକୁ ଧ୍ୟାନ ସହିତ ଶୁଣି ତାହାକୁ ବୁଝିବାକୁ ଚେଷ୍ଟା କରିବାକୁ ‘ସକ୍ରିୟ ଶ୍ରବଣ’ କୁହାଯାଏ ।
ଭାରତରେ ପ୍ରଚଳିତ ପୋୱାଡ଼ା, କାଉଡ଼ କଥା ଏବଂ ଆଲ୍ହା-ଉଦଲ ଆଦି କେବଳ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ଅଟେ ।
“ଲବ ପେ ଆତି ହେ ଦୁଆ...” ଏକ ଉର୍ଦ୍ଦୁ ଭାଷାର ଭକ୍ତିମୂଳକ ତଥା ଦେଶାତ୍ମବୋଧକ ସଙ୍ଗୀତ ଅଟେ ।
ଭିକାରୀ ବଳଙ୍କୁ ଓଡ଼ିଶାରେ ‘କାନ୍ତକବି’ ଉପାଧିରେ ସମ୍ମାନିତ କରାଯାଇଛି ।
‘ଶବଦ’ ହେଉଛି ଶିଖ୍ ଧର୍ମାବଲମ୍ବୀମାନଙ୍କର ସଙ୍ଗୀତମୟ ପ୍ରାର୍ଥନା, ଯାହା ଗୁରୁଦ୍ଵାରରେ ଗାନ କରାଯାଏ ।
କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ‘ସର୍ପ ଜଣାଣ’ ଆଦିତାଳାରେ ଆବଦ୍ଧ ଅଟେ ।
“ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ” ଭଜନଟିର ରଚୟିତା ହେଉଛନ୍ତି ଭକ୍ତକବି ଦୀନକୃଷ୍ଣ ଦାସ ।
ଶ୍ରୀମନ୍ଦିରରେ ନୃତ୍ୟ କରୁଥିବା ସେବକ ବା ସେବିକାମାନଙ୍କୁ ‘ବୀଣାକାର’ କୁହାଯାଏ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ମର୍ଦ୍ଦଳ ବଜାଉଥିବା ସେବକମାନଙ୍କୁ ‘ମାଦେଳୀ’ କୁହାଯାଏ ।
‘ଅଭିନୟ ଦର୍ପଣ’ ନାମକ ଗ୍ରନ୍ଥଟି କବିରାଜ ଜୟଦେବଙ୍କ ଦ୍ଵାରା ରଚିତ ହୋଇଛି ।
ଭାରତୀୟ ପରିବେଷଣ କଳାରେ ପ୍ରକାଶିତ ଭାବ ଓ ଆବେଗକୁ ‘ରସ’ କୁହାଯାଏ ।