ପ୍ରସିଦ୍ଧ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କ ଜନ୍ମସ୍ଥାନ କେଉଁଠାରେ ?
ହିନ୍ଦୁସ୍ତାନୀ ସଙ୍ଗୀତର ସମୟ ଚକ୍ର ଅନୁସାରେ ରାଗ ଭୈରବ ଓ ରାଗ ୟମନ କେଉଁ ସମୟରେ ଗାନ କରାଯାଏ ?
ହିନ୍ଦୁସ୍ତାନୀ ସଙ୍ଗୀତରେ କେତୋଟି କୋମଳ ସ୍ଵର ଥାଏ ଓ ସେଗୁଡ଼ିକ କ’ଣ କ’ଣ ?
ଓଡ଼ିଶୀ ସଙ୍ଗୀତରେ ବ୍ୟବହାର କରାଯାଉଥିବା ମୁଖ୍ୟ ତାଳ ବାଦ୍ୟର ନାମ କ’ଣ ?
କର୍ଣ୍ଣାଟକୀ ସଙ୍ଗୀତରେ ଗାନ କରାଯାଉଥିବା ବିଭିନ୍ନ ପ୍ରବନ୍ଧଗୁଡ଼ିକୁ କ’ଣ କୁହାଯାଏ ?
‘ସାମବେଦ’ରେ ଗାନ ବା ଜପ କରାଯାଉଥିବା ତିନିଗୋଟି ପ୍ରାଚୀନ ସ୍ଵର କ’ଣ କ’ଣ ?
ଉସ୍ତାଦ ଜାକିର୍ ହୁସେନ୍ କେଉଁ ବାଦ୍ୟ ବାଦନ ପାଇଁ ପ୍ରସିଦ୍ଧ ଏବଂ ତାଙ୍କ ପିତାଙ୍କ ନାମ କ’ଣ ଥିଲା ?
ରାଗ ଭୈରବୀର ବାଦୀ ସ୍ଵର, ସଂବାଦୀ ସ୍ଵର ଏବଂ ଗାୟନ ସମୟ ଉଲ୍ଲେଖ କର।
ହିନ୍ଦୁସ୍ତାନୀ ସଙ୍ଗୀତ ପଦ୍ଧତିର ‘ରୂପକ ତାଳ’ ବିଷୟରେ ସଂକ୍ଷେପରେ ଲେଖ।
ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ‘ସ୍ଵର’ର ପ୍ରକାରଭେଦ ଏବଂ ‘ସମୟ ଚକ୍ର’ର ଗୁରୁତ୍ଵ ବୁଝାଅ ।
କର୍ଣ୍ଣାଟକୀ ସଙ୍ଗୀତ ପଦ୍ଧତିରେ ବ୍ୟବହୃତ ତାଳ, ଅଙ୍ଗ, ଜାତି ଏବଂ ‘କୃତି’ ବିଷୟରେ ସଂକ୍ଷେପରେ ବୁଝାଅ ।
ଭାରତୀୟ ସଙ୍ଗୀତ ଜଗତର ଦୁଇ ପ୍ରମୁଖ ସାଧକ ଉସ୍ତାଦ ଜାକିର୍ ହୁସେନ୍ ଏବଂ ଗୁରୁ ବନମାଳୀ ମହାରଣାଙ୍କ ଜୀବନୀ ତଥା ସଙ୍ଗୀତ କ୍ଷେତ୍ରକୁ ସେମାନଙ୍କ ଅବଦାନ ସମ୍ପର୍କରେ ଲେଖ ।
‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର ରଚୟିତା କିଏ ଏବଂ ଏଥିରେ କେତୋଟି ଚମ୍ପୂ ଗୀତ ରହିଛି ?
ଛାନ୍ଦ ଗାୟନର ମୁଖ୍ୟ ବୈଶିଷ୍ଟ୍ୟ କ’ଣ ?
ଓଡ଼ିଶୀ ସଙ୍ଗୀତର ରାଗାଙ୍ଗ ପର୍ଯ୍ୟାୟ ଗାନ କରିବାର ଛଅଗୋଟି ସୋପାନ କ’ଣ କ’ଣ ?
ଓଡ଼ିଶୀ ସଙ୍ଗୀତର ‘ଖେମଟା ତାଳ’ର ପରିଚୟ (ମାତ୍ରା, ଭାଗ ଓ ଛନ୍ଦ) ପ୍ରଦାନ କର।
ଓଡ଼ିଶୀ ସଙ୍ଗୀତରେ କେତୋଟି ତାଳର ପ୍ରଚଳନ ରହିଛି ଏବଂ ଧ୍ରୁବପଦାଙ୍ଗରେ କେଉଁ ଦୁଇଟି ତାଳ ବାଦନ କରାଯାଏ ?
କର୍ଣ୍ଣାଟକୀ ସଙ୍ଗୀତ ତାଳର ଗତି ପ୍ରକାଶ କରୁଥିବା ତିନୋଟି ଅଙ୍ଗ ଓ ସେଗୁଡ଼ିକର ଚିହ୍ନ ଲେଖ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସ୍ଵରଗୁଡ଼ିକର ଉତ୍ପତ୍ତି ଓ ବିକାଶ କିପରି ହୋଇଛି, ‘ସାମବେଦ’ ଆଧାରରେ ବୁଝାଇ ଲେଖ ।
ଓଡ଼ିଶୀ ସଙ୍ଗୀତର ଦୁଇଟି ମୁଖ୍ୟ ପ୍ରବନ୍ଧ ‘ଛାନ୍ଦ’ ଏବଂ ‘ଚମ୍ପୂ’ର ବୈଶିଷ୍ଟ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କର ।
ଓଡ଼ିଶୀ ସଙ୍ଗୀତ ପଦ୍ଧତିରେ ବ୍ୟବହୃତ ହେଉଥିବା ବିଭିନ୍ନ ତାଳଗୁଡ଼ିକର ବିସ୍ତୃତ ପରିଚୟ ପ୍ରଦାନ କର ।