ଓଡ଼ିଶା ସଙ୍ଗୀତର ରାଗାଙ୍ଗ ପର୍ଯ୍ୟାୟ ଗାନ କରିବା ସମୟରେ ୬ ଗୋଟି ସୋପାନ ଦେଇ ଗାୟନ କରିବାକୁ ହୁଏ ।
ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାରେ ଅଟେ ।
ଉସ୍ତାଦ ଜାକିର୍ ହୁସେନ୍ ସୁପ୍ରସିଦ୍ଧ ତବଲା ବାଦକ ଉସ୍ତାଦ୍ ଆଲ୍ଲାଉ ର୍କାଙ୍କ ସୁପୁତ୍ର ଥିଲେ ।
ରାଗ ଭୈରବୀରେ ଗୋଟିଏ ସ୍ଵର ବର୍ଜିତ ହୋଇଥାଏ ।
ହିନ୍ଦୁସ୍ତାନୀ ସଙ୍ଗୀତର ସମୟ ଚକ୍ର ଅନୁଯାୟୀ ରାଗ ଭୈରବ ସକାଳ ସମୟରେ ଗାନ କରାଯାଏ ।
ହିନ୍ଦୁସ୍ତାନୀ ସଙ୍ଗୀତ ପଦ୍ଧତିରେ ସମୁଦାୟ ପାଞ୍ଚଗୋଟି କୋମଳ ସ୍ଵର ବ୍ୟବହୃତ ହୁଏ ।
ଓଡ଼ିଆ ବର୍ଣ୍ଣମାଳାର ୩୪ ଗୋଟି ବ୍ୟଞ୍ଜନ ବର୍ଣ୍ଣକୁ ନେଇ ସମୁଦାୟ ୩୪ ଗୋଟି ଚମ୍ପୂ ଗୀତ ରଚିତ ହୋଇଛି ।
‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ କାବ୍ୟଟି ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଦ୍ଵାରା ରଚିତ ।
ରାଗ ଖମାଜ ‘ଶ୍ରୀ’ ମେଳର ଅନ୍ତର୍ଭୁକ୍ତ ଅଟେ ।
ରାଗ ଖମାଜର ଜାତି ହେଉଛି ସଂପୂର୍ଣ୍ଣ-ସଂପୂର୍ଣ୍ଣ ।
ଓଡ଼ିଶୀ ସଙ୍ଗୀତର ଖେମଟା ତାଳରେ ଗୋଟିଏ ତାଳି ଓ ଗୋଟିଏ ଫାଙ୍କ୍ ଥାଏ ।
ଓଡ଼ିଶୀ ସଙ୍ଗୀତରେ ରୂପକ ତାଳ ସାତ ମାତ୍ରା ବିଶିଷ୍ଟ ଅଟେ ।
କର୍ଣ୍ଣାଟକୀ ସଙ୍ଗୀତରେ ଗାନ କରାଯାଉଥିବା ବିଭିନ୍ନ ପ୍ରବନ୍ଧଗୁଡ଼ିକୁ ‘କୃତି’ ବୋଲି କୁହାଯାଏ ।
କର୍ଣ୍ଣାଟକୀ ସଙ୍ଗୀତ ପଦ୍ଧତିରେ ମୁଖ୍ୟତଃ ନଅଗୋଟି ତାଳ ବ୍ୟବହାର କରାଯାଏ ।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସ୍ଵରଗୁଡ଼ିକ ‘ସାମବେଦ’ର ପାରମ୍ପରିକ ଗାନରୁ ଆସିଅଛି ।