ପଣ୍ଡିତ ଗୋପବନ୍ଧୁ ଦାସ ୧୯୦୯ ମସିହାରେ ସାକ୍ଷୀଗୋପାଳର ବକୁଳ ବନରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
ଉତ୍କଳ ଗୌରବ ମଧୁସୂଦନ ଦାସ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଛଅଟି ଜିଲ୍ଲାକୁ ନେଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ।
ସୂର୍ଯ୍ୟବଂଶର ପ୍ରଥମ ଗଜପତି କପିଳେନ୍ଦ୍ର ଦେବ ଜନ୍ମରୁ ଜଣେ ରାଜକୁମାର ଥିଲେ ।
ପ୍ରଥମ ନରସିଂହ ଦେବ କାରୁକାର୍ଯ୍ୟ ବିମଣ୍ଡିତ ବିଶାଳ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ ।
ଗଙ୍ଗ ସମ୍ରାଟ ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ପ୍ରଥମରୁ ହିଁ ବୈଷ୍ଣବ ଧର୍ମର ଉପାସକ ଥିଲେ ।
ଭୁବନେଶ୍ଵରର ପ୍ରସିଦ୍ଧ ଶିଶିରେଶ୍ଵର, ତାଳେଶ୍ଵର ଏବଂ ବୋଇତାଳ ମନ୍ଦିରଗୁଡ଼ିକ ଭୌମକର ରାଜବଂଶର କୀର୍ତ୍ତି ଅଟେ ।
ଓଡ଼ିଶାର ଶୈଳୋଦ୍ଭବ ରାଜବଂଶର ପ୍ରଥମ ରାଜଧାନୀ କଟକ ନଗରରେ ପ୍ରତିଷ୍ଠିତ ହୋଇଥିଲା ।
ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତ ମାତ୍ର ୩୪ ବର୍ଷ ବୟସରେ ‘ସିଦ୍ଧାନ୍ତ ଦର୍ପଣ’ ପୁସ୍ତକ ରଚନା କରିଥିଲେ ।
ପଲ୍ଲବମାନଙ୍କ ରାଜଧାନୀ କାଞ୍ଚିପୁରମ୍ ପ୍ରାଚୀନ କାଳରେ “ପ୍ରାସାଦମାନଙ୍କ ସହର” ଭାବରେ ପ୍ରସିଦ୍ଧି ଲାଭ କରିଥିଲା ।
ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କନ୍ୟା ପ୍ରଭାବତୀ ଗୁପ୍ତ ଭକାଟକ ରାଜ୍ୟର ଜଣେ ରାଜକୁମାରଙ୍କୁ ବିବାହ କରିଥିଲେ ।
ଚୀନ ପରିବ୍ରାଜକ ଫା-ହିୟାନ ସମ୍ରାଟ ଅଶୋକଙ୍କ ରାଜତ୍ଵ ସମୟରେ ଭାରତ ଭ୍ରମଣରେ ଆସିଥିଲେ ।
ପ୍ରାଚୀନ ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟ ପ୍ରକାଶ କରିଥିଲେ ଯେ ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂର୍ଣ୍ଣନ କରିବା ଦ୍ଵାରା ଦିନ ଓ ରାତି ହୋଇଥାଏ ।
ସମୁଦ୍ରଗୁପ୍ତଙ୍କ ସଫଳତା ଓ ଗୁଣଗାନ ବର୍ଣ୍ଣନା କରୁଥିବା ‘ପ୍ରୟାଗ ପ୍ରଶସ୍ତି’ର ରଚୟିତା ଥିଲେ ମହାକବି କାଳିଦାସ ।
ଦିଲ୍ଲୀର ମେହେରୌଲିଠାରେ ଥିବା ପ୍ରସିଦ୍ଧ କଳଙ୍କହୀନ ଲୌହସ୍ତମ୍ଭଟି ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ନିର୍ମିତ ହୋଇଥିଲା ।