1ନିମ୍ନଲିଖିତ ବାସ୍ତବ ପରିସ୍ଥିତି ଆଧାରିତ ଗାଣିତିକ ପ୍ରଶ୍ନଗୁଡ଼ିକର ଯୁକ୍ତିଯୁକ୍ତ ସମାଧାନ କର :
(କ) 2011 ଜନଗଣନା ଅନୁସାରେ ଭୁବନେଶ୍ୱର ସହରର ଲୋକସଂଖ୍ୟା 8,85,363 ଥିଲା । ଯଦି ଗୋଟିଏ କାର୍ରେ 6 ଜଣ ଲୋକ ବସିପାରନ୍ତି, ତେବେ ଭୁବନେଶ୍ୱରର ସମସ୍ତ ଲୋକଙ୍କୁ 1 ଲକ୍ଷ କାର୍ରେ ବସାଇବା ସମ୍ଭବ କି ?
(ଖ) ଟାଇଟାନିକ୍ ଜାହାଜରେ 2,500 ଜଣ ଯାତ୍ରୀ ବସିପାରନ୍ତି । ଭୁବନେଶ୍ୱର ସହରର ସମସ୍ତ ଲୋକ ସେହିପରି 400 ଟି ଜାହାଜରେ ବସିପାରିବେ କି ?
(ଗ) ନମିତା ପ୍ରତିଦିନ 100 କି.ମି. ଯାତ୍ରା କଲେ, ସେ 1 ବର୍ଷ (365 ଦିନ) ଏବଂ 10 ବର୍ଷରେ କେତେ ଦୂରତା ଅତିକ୍ରମ କରିବ ? ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତା 3,84,400 କି.ମି. ହୋଇଥିଲେ, ସେ 10 ବର୍ଷରେ ଚନ୍ଦ୍ର ପାଖରେ ପହଞ୍ଚି ପାରିବ କି ?
10 marks