2ନିମ୍ନଲିଖିତ ବ୍ୟାବହାରିକ ସମସ୍ୟାଗୁଡ଼ିକର ପର୍ଯ୍ୟାୟକ୍ରମିକ ସମାଧାନ କର:
(କ) ଲିପ୍ସା 0.25 କିଲୋଗ୍ରାମ ବିନ୍ସ, 0.3 କିଲୋଗ୍ରାମ ଗାଜର, 0.5 କିଲୋଗ୍ରାମ୍ ଆଳୁ, 0.2 କିଲୋଗ୍ରାମ୍ କେପ୍ସିକମ ଏବଂ 0.05 କିଲୋଗ୍ରାମ ଅଦା କିଣିଲା । ସେ ସମୁଦାୟ କେତେ ଓଜନର ଜିନିଷ କିଣିଲା ?
(ଖ) ଏକ ଦୁଗ୍ଧ ସଂଗ୍ରହ କେନ୍ଦ୍ରକୁ ରହିମ୍ ପ୍ରଥମ ତିନିଦିନରେ ଯଥାକ୍ରମେ 3.79 ଲିଟର, 4.2 ଲିଟର ଏବଂ 4.5 ଲିଟର କ୍ଷୀର ଯୋଗାଇଦିଏ । ଯଦି ସେ 6 ଦିନରେ ମୋଟ 25 ଲିଟର କ୍ଷୀର ଯୋଗାଇଥାଏ, ତେବେ ଶେଷ ତିନିଦିନରେ ସେ କେତେ ଲିଟର କ୍ଷୀର ଯୋଗାଇଥିଲା ?
(ଗ) ଜାନୁୟାରୀ ମାସରେ ଚିଙ୍କୁର ଓଜନ 35.75 କିଲୋଗ୍ରାମ ଏବଂ ଫେବୃୟାରୀରେ 34.50 କିଲୋଗ୍ରାମ ଥିଲା । ତା’ର ଓଜନ ବୃଦ୍ଧି ନା ହ୍ରାସ ହୋଇଛି ଏବଂ କେତେ ପରିମାଣରେ ପରିବର୍ତ୍ତନ ହୋଇଛି ?