1ନିମ୍ନଲିଖିତ ସଂରଚନା ଆଧାରିତ ଗାଣିତିକ ସମସ୍ୟାଗୁଡ଼ିକର ବିସ୍ତୃତ ସମାଧାନ କର :
(କ) ସ୍ମିତା ଶାଢ଼ୀ ଧଡ଼ିରେ ତିନୋଟି ଡିଜାଇନ୍ A, B ଏବଂ C ର କ୍ରମିକ ପୁନରାବୃତ୍ତି ଦେଖିଲା । C ଡିଜାଇନ୍ ୩ୟ, ୬ଷ୍ଠ, ୯ମ ସ୍ଥାନରେ ରହିଛି ।
(i) ‘n’ ତମ ପର୍ଯ୍ୟାୟ ପାଇଁ C, B ଏବଂ A ଡିଜାଇନ୍ କେଉଁ କେଉଁ ସ୍ଥାନରେ ଆସିବ ତାହାର ବୀଜଗାଣିତିକ ସୂତ୍ର ଲେଖ ।
(ii) ୩ ଦ୍ୱାରା ବିଭାଜନ କରି ଭାଗଶେଷ ନିୟମ ସାହାଯ୍ୟରେ ୯୯, ୧୨୨ ଏବଂ ୧୪୮ ତମ ସ୍ଥାନରେ କେଉଁ କେଉଁ ଡିଜାଇନ୍ ରହିବ ନିର୍ଣ୍ଣୟ କର । (୫ ମାର୍କ)
(ଖ) ଏକ ଅସୀମ ଚାରି ସ୍ତମ୍ଭ ବିଶିଷ୍ଟ ସଂଖ୍ୟା ଗ୍ରୀଡ୍ରେ ସଂଖ୍ୟାଗୁଡ଼ିକ ଧାଡ଼ି ଅନୁସାରେ ସଜ୍ଜିତ ଅଛି, ଯଥା:
ପ୍ରଥମ ଧାଡ଼ି: 1, 2, 3, 4
ଦ୍ଵିତୀୟ ଧାଡ଼ି: 5, 6, 7, 8
ତୃତୀୟ ଧାଡ଼ି: 9, 10, 11, 12 ...
(i) ‘r’ ତମ ଧାଡ଼ି ଏବଂ ‘c’ ତମ ସ୍ତମ୍ଭରେ ଥିବା ସଂଖ୍ୟା ନିର୍ଣ୍ଣୟ ପାଇଁ ଏକ ବୀଜଗାଣିତିକ ସୂତ୍ର ଗଠନ କର ।
(ii) 124, 147 ଏବଂ 201 ସଂଖ୍ୟାଗୁଡ଼ିକ କେଉଁ କେଉଁ ଧାଡ଼ି ଓ ସ୍ତମ୍ଭରେ ଦେଖାଯିବ ହିସାବ କରି ଦର୍ଶାଅ । (୫ ମାର୍କ)
10 marks