ଜ୍ୟାମିତିର ପ୍ରସିଦ୍ଧ ପୁସ୍ତକ 'The Elements' ପ୍ରାଚୀନ ଗ୍ରୀକ୍ ଗଣିତଜ୍ଞ ୟୁକ୍ଲିଡ୍ଙ୍କ ଅବଦାନ ଅଟେ।
ଗୋଟିଏ ତ୍ରିଭୁଜରେ ଏକାଧିକ ସ୍ଥୂଳକୋଣ ରହିବା ସମ୍ଭବ ଅଟେ।
ତ୍ରିଭୁଜର ତିନୋଟି ଯାକ ଶୀର୍ଷବିନ୍ଦୁ କେବେହେଲେ ଏକ ସରଳରେଖା ଉପରେ ଅବସ୍ଥିତ ହୋଇପାରିବେ ନାହିଁ।
ଏକ ସମବାହୁ ତ୍ରିଭୁଜର ଗୋଟିଏ କୋଣ ସ୍ଥୂଳକୋଣ ହୋଇପାରିବ।
ଦୁଇଟି ବାହୁର ଦୈର୍ଘ୍ୟ ଏବଂ ସେମାନଙ୍କ ଅନ୍ତର୍ଗତ କୋଣର ପରିମାଣ ଜଣାଥିଲେ ତ୍ରିଭୁଜଟିଏ ଅଙ୍କନ କରାଯାଇପାରିବ।
ଦୁଇଟି ବୃତ୍ତର ବ୍ୟାସାର୍ଦ୍ଧର ସମଷ୍ଟି ସେମାନଙ୍କ କେନ୍ଦ୍ରଦ୍ୱୟ ମଧ୍ୟରେ ଥିବା ଦୂରତା ସହ ସମାନ ହେଲେ ତ୍ରିଭୁଜ ଅଙ୍କନ ସମ୍ଭବ ହୁଏ।
ତ୍ରିଭୁଜର ଏକ ଅନ୍ତଃସ୍ଥ କୋଣ ଏବଂ ତାହାର ସନ୍ନିହିତ ବହିଃସ୍ଥ କୋଣର ପରିମାଣର ସମଷ୍ଟି ୧୮୦° ହୋଇଥାଏ।
ଯେଉଁ ତ୍ରିଭୁଜର ଦୁଇଟି ବାହୁର ଦୈର୍ଘ୍ୟ ସମାନ, ତାହାକୁ ବିଷମବାହୁ ତ୍ରିଭୁଜ କୁହାଯାଏ।
ଏକ ସମକୋଣୀ ତ୍ରିଭୁଜରେ ତାର ଗୋଟିଏ ବାହୁ ହିଁ ଏକ ଉଚ୍ଚତା ହୋଇଥାଏ।
ଗୋଟିଏ ତ୍ରିଭୁଜରେ ଦୁଇଟି କୋଣର ପରିମାଣ ଯଥାକ୍ରମେ ୯୦° ଏବଂ ୯୫° ହୋଇପାରିବ।
ତ୍ରିଭୁଜର ଯେକୌଣସି ଏକ ଶୀର୍ଷବିନ୍ଦୁରୁ ଏହାର ବିପରୀତ ବାହୁ ପ୍ରତି ଅଙ୍କିତ ଲମ୍ବକୁ ତ୍ରିଭୁଜର ଉଚ୍ଚତା କୁହାଯାଏ।
କୌଣସି ତ୍ରିଭୁଜର ଗୋଟିଏ କୋଣ ସୂକ୍ଷ୍ମକୋଣ ହେଲେ ତାହାକୁ ସୂକ୍ଷ୍ମକୋଣୀ ତ୍ରିଭୁଜ କୁହାଯାଏ।
ସମବାହୁ ତ୍ରିଭୁଜର ପ୍ରତ୍ୟେକ ବାହୁର ଦୈର୍ଘ୍ୟ ପରସ୍ପର ସମାନ ଅଟେ।
୩ ସେ.ମି., ୪ ସେ.ମି. ଏବଂ ୮ ସେ.ମି. ଦୈର୍ଘ୍ୟ ବିଶିଷ୍ଟ ବାହୁକୁ ନେଇ ଏକ ତ୍ରିଭୁଜ ଅଙ୍କନ କରାଯାଇପାରିବ।
ଯେକୌଣସି ତ୍ରିଭୁଜର ତିନୋଟି କୋଣର ପରିମାଣର ସମଷ୍ଟି ସର୍ବଦା ୧୮୦° ଅଟେ।