2ନିମ୍ନଲିଖିତ ବ୍ୟବହାରିକ ଗାଣିତିକ ପ୍ରଶ୍ନ ଦୁଇଟିର ସମାଧାନ କର :
(କ) ସରକାର ରାସ୍ତା ନିର୍ମାଣ ପାଇଁ ରେବତୀଙ୍କ ଜମିର ୧/୬ ଅଂଶ ନେଇଛନ୍ତି । ବର୍ତ୍ତମାନ ରେବତୀଙ୍କ ପାଖରେ ଥିବା ବଳକା ଜମିର ଅଧା ସେ ଝିଅ କ୍ରିଷ୍ଣାକୁ ଏବଂ ୧/୩ ଅଂଶ ପୁଅ ଅନିଲକୁ ଦେଇ ଅବଶିଷ୍ଟ ଜମି ନିଜ ପାଇଁ ରଖିଲେ । ତେବେ କ୍ରିଷ୍ଣା, ଅନିଲ ଏବଂ ରେବତୀ ସମୁଦାୟ ଜମିର କେତେ କେତେ ଅଂଶ ପାଇଲେ ?
(ଖ) ୯ମ ଶତାବ୍ଦୀରେ ଶ୍ରୀଧରାଚାର୍ଯ୍ୟଙ୍କ ପାଟୀଗଣିତ ପୁସ୍ତକରେ ବର୍ଣ୍ଣିତ ପ୍ରଶ୍ନ ଅନୁସାରେ : ୧ ÷ (୧/୬), ୧ ÷ (୧/୧୦), ୧ ÷ (୧/୧୩), ୧ ÷ (୧/୯) ଓ ୧ ÷ (୧/୨) କୁ ମିଶାଇଲେ ମିଶାଣଫଳ କେତେ ହେବ ?
5 marks