ଘଟଣାର ଶେଷରେ ମାଆ ଓ ପୁଅ ନିଜ ଭୁଲ ବୁଝି ପ୍ରତିଦିନ ସକାଳେ କାମ କରିବାକୁ ବାହାରିଲେ ।
ଚୋରମାନେ ଛାଡ଼ିଯାଇଥିବା ସିନ୍ଦୁକ ଭିତରେ କେବଳ ପଥର ଓ ମାଟି ଭର୍ତ୍ତି ହୋଇଥିଲା ।
ବାଡ଼ିଆଡ଼େ ଚୋରି ସିନ୍ଦୁକ ଭାଗବାଣ୍ଟ କରୁଥିବା ଚୋରମାନେ ମାଡ଼ହାଣ୍ଡି ଖୋଲି ମାଡ଼ ଖାଇ ପଳାଇଲେ ।
ମାଡ଼ ଖାଇବା ପରେ ବୁଢ଼ୀ ମାଆ ହାଣ୍ଡିଟିକୁ ନେଇ ନଈ ପାଣିରେ ଭସାଇ ଦେଇଥିଲା ।
ହାଣ୍ଡି ଉପରେ ତେଲୁଣି ବା ଢାଙ୍କୁଣି ଘୋଡ଼ାଇ ଦେବା ପରେ ମାଡ଼ ବନ୍ଦ ହୋଇଯାଉଥିଲା ।
ମାଡ଼ହାଣ୍ଡି ଖୋଲିବା ମାତ୍ରେ ସେଥିରୁ ଚକୁଳିଆ ପଣ୍ଡା ଉପରେ କେବଳ ଫୁଲ ବୃଷ୍ଟି ହୋଇଥିଲା ।
ମାଆ-ପୁଅଙ୍କ କର୍ମକୋଢ଼ିଆପଣ ଦେଖି ସେମାନଙ୍କୁ ଶିକ୍ଷା ଦେବା ପାଇଁ ଗଙ୍ଗାମାତା ମାଡ଼ହାଣ୍ଡି ପଠାଇଲେ ।
ପ୍ରତିଦିନ ଖାଦ୍ୟହାଣ୍ଡି ମିଳିବା ପରେ ମାଆ-ପୁଅ ପୂର୍ବ ଅପେକ୍ଷା ଆହୁରି ଅଧିକ କାମଧନ୍ଦା କଲେ ।
ପ୍ରଥମ ହାଣ୍ଡିରୁ ଚକୁଳିଆ ପଣ୍ଡା ପେଟପୂରା ଖାଇବା ପରେ ମଧ୍ୟ ସେଥିରୁ ଖାଦ୍ୟ ସରି ନ ଥିଲା ।
ଚକୁଳିଆ ପଣ୍ଡାର ଡାକ ଶୁଣି ଗଙ୍ଗାମାତା ତା’ ପାଖକୁ ଏକ ସୁନା ଥାଳି ଭସାଇ ଦେଇଥିଲେ ।
ପଦ୍ମପୋଖରୀ ଭିତରେ ଗଙ୍ଗାମାତା ବାସ କରୁଥିଲେ ।
ପଦ୍ମପୋଖରୀର ଚାରିପାଖ ପାହାଚଗୁଡ଼ିକ ଲାଲ୍ ଇଟାରେ ତିଆରି ହୋଇଥିଲା ।
ଦିନେ ଗାଆଁ ପିଲାମାନେ ଚକୁଳିଆ ପଣ୍ଡାକୁ ଟେକାବୋଲୁଅ ଫିଙ୍ଗି ମାଡ଼ମାରି ତଡ଼ି ଦେଇଥିଲେ ।
ଚକୁଳିଆ ପଣ୍ଡା ନଅଟି ଗାଆଁ ବୁଲିଲେ ଦଶ ସେର ଚାଉଳ ଭିକ ପାଉଥିଲା ।
‘ମାଡ଼ହାଣ୍ଡି କଥା’ ଗଳ୍ପଟି ଲେଖକ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ଉତ୍କଳକାହାଣୀ’ରୁ ସଂଗୃହୀତ ହୋଇଛି ।