‘କୃଷ୍ଣଚନ୍ଦ୍ର’ ଦୁର୍ଗର ମୁଖ୍ୟ ମାର୍ଗରେ ରହିଥିବା କମାଣ ଦୁଇଟିର ନାମ କ’ଣ ଥିଲା ?
ଅନୁଗୁଳର ରାଜା ସୋମନାଥ ସିଂହ ଜଗଦେବ କେଉଁ ଗୁପ୍ତ ଦୁର୍ଗରେ ଆତ୍ମଗୋପନ କରିଥିଲେ ?
ଲେଖକ ବୀରେନ୍ଦ୍ର ମହାନ୍ତି କେଉଁ କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ‘ବାଲ୍ ସାହିତ୍ୟ ପୁରସ୍କାର’ ଲାଭ କରିଛନ୍ତି ?
ମାଧୋ ସିଂହଙ୍କୁ କେବେ ଏବଂ କେଉଁଠାରେ ଫାଶୀ ଦିଆଯାଇଥିଲା ?
ଇଂରେଜ ସୈନ୍ୟମାନେ ଘେଁସ ଗ୍ରାମରେ କାହିଁକି ନିଆଁ ଲଗାଇ ଦେଇଥିଲେ ?
ମାଧୋ ସିଂହ ଘେଁସ ଗାଁର କେଉଁ ସ୍ଥାନରେ ଯୁବକମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଉଥିଲେ ?
ମାଧୋ ସିଂହଙ୍କ କର୍ମସ୍ଥଳୀ ‘ଘେଁସ’ ଗାଆଁ ବର୍ତ୍ତମାନ କେଉଁ ଜିଲ୍ଲାରେ ଅବସ୍ଥିତ ?
ବିପ୍ଳବୀ ମାଧୋ ସିଂହ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ ?
ପାଇକ ବୀର ମଣି ସାଆନ୍ତରା କିପରି ସହିଦ ହୋଇଥିଲେ ?
ମାଧୋ ସିଂହଙ୍କ ଅନ୍ୟ ତିନି ପୁଅଙ୍କୁ ଇଂରେଜ ସରକାର କି କି ଦଣ୍ଡ ବିଧାନ କରିଥିଲେ ?
ମାଧୋ ସିଂହଙ୍କ ସାନପୁଅ ଐରୀ ସିଂହଙ୍କୁ ଇଂରେଜମାନେ କିପରି ହତ୍ୟା କରିଥିଲେ ?
'ମଣି ସାଆନ୍ତରା' କବିତା ଆଧାରରେ ଦୁର୍ଗ ରକ୍ଷକ ମଣି ସାଆନ୍ତରାଙ୍କ ଅଦମ୍ୟ ସାହସ ଓ ଦେଶପ୍ରେମର ପରିଚୟ ପ୍ରଦାନ କର ।
ମେଜର ଫରେଷ୍ଟରଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟମାନେ ଘେଁସ ଗ୍ରାମ ଆକ୍ରମଣ କରିବା ପରେ କ’ଣ ଘଟିଲା ଏବଂ ଏହାର ପ୍ରଭାବ କ’ଣ ହେଲା ?
ମାତୃଭୂମିର ସ୍ୱାଧୀନତା ପାଇଁ ସହିଦ ମାଧୋ ସିଂହ ଓ ତାଙ୍କ ଚାରିପୁଅଙ୍କ ଆତ୍ମବଳିଦାନର ବିବରଣୀ ପ୍ରଦାନ କର ।
ମହାନ୍ ବିପ୍ଳବୀ ମାଧୋ ସିଂହ ଇଂରେଜମାନଙ୍କ ବିରୋଧରେ ବିପ୍ଳବ ପାଇଁ କିପରି ପ୍ରସ୍ତୁତି କରିଥିଲେ ଏବଂ ଘାଟି ଅବରୋଧ କରି ସେ କିପରି ଇଂରେଜ ବାହିନୀକୁ ପରାହତ କରିଥିଲେ ? ବୁଝାଇ ଲେଖ ।
ମାଧୋ ସିଂହ ଇଂରେଜ ସୈନ୍ୟଙ୍କ ହାତରେ କିପରି ଧରାପଡ଼ିଥିଲେ ?
ସମ୍ବଲପୁରରୁ ନାଗପୁରକୁ ସଂଯୋଗ କରୁଥିବା ରାସ୍ତାରେ କେଉଁ ଦୁଇଟି ଘାଟି ଅବସ୍ଥିତ ଏବଂ ଏହାକୁ କିପରି ଅବରୋଧ କରାଯାଇଥିଲା ?
୧୮୫୭ ମସିହା ଅକ୍ଟୋବର ୭ ତାରିଖରେ ବିପ୍ଳବୀମାନେ କେଉଁଠାରେ ଏକଜୁଟ ହୋଇ କ’ଣ କରିଥିଲେ ?
ଇଂରେଜ ସରକାର ଜମିଦାର ନାରାୟଣ ସିଂହଙ୍କୁ କାହିଁକି ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ ?
ଇଂରେଜ ସରକାର ମାଧୋ ସିଂହଙ୍କ ‘ଘେଁସ’ ଜମିଦାରିକୁ କାହିଁକି ବାଜ୍ୟାପ୍ତ ଘୋଷଣା କଲେ ?
ମାଧୋ ସିଂହଙ୍କ ଜାମାତା ନାରାୟଣ ସିଂହ କେଉଁ କାରଣରୁ ଇଂରେଜ ସରକାରଙ୍କ ଦ୍ୱାରା ଦଣ୍ଡିତ ହୋଇଥିଲେ ଏବଂ ଏହାର ପ୍ରତିକ୍ରିୟା ମାଧୋ ସିଂହଙ୍କ ଉପରେ କିପରି ପଡ଼ିଥିଲା ?