କର୍ଣ୍ଣେଲ କ୍ୟାମ୍ବେଲଙ୍କ ଆକ୍ରମଣ ସମୟରେ ମଣି ସାଆନ୍ତରା ଭୟଭୀତ ହୋଇ ପଳାୟନ କରିଥିଲେ ।
ଅନୁଗୁଳର ‘କୃଷ୍ଣଚନ୍ଦ୍ର’ ଦୁର୍ଗରେ ଥିବା ଦୁଇଟି କମାଣର ନାମ ‘ଭୀମ’ ଓ ‘ଅର୍ଜୁନ’ ଥିଲା ।
ବୀରେନ୍ଦ୍ର ମହାନ୍ତି ‘ରୁମ୍କୁ ଝୁମା’ କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ପାଇଛନ୍ତି ।
ସାନପୁଅ ଐରୀ ସିଂହଙ୍କୁ ସାଇବର୍ତ୍ତୀ ଗୁମ୍ଫା ଭିତରେ ଧୂଆଁ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା ।
ମାଧୋ ସିଂହଙ୍କ ଦ୍ୱିତୀୟ ପୁଅ କୁଞ୍ଜେଲ ସିଂହଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।
ମାଧୋ ସିଂହଙ୍କ ବଡ଼ପୁଅ ହଟେସିଂହଙ୍କୁ ଇଂରେଜ ସରକାର କଳାପାଣିକୁ ପଠାଇ ଦେଇଥିଲେ ।
ଇଂରେଜ ସରକାର ମାଧୋ ସିଂହଙ୍କୁ ବିଚାରାଳୟରେ ବିଚାର କରିବା ପରେ ଫାଶୀ ଦଣ୍ଡ ଦେଇଥିଲେ ।
ମେଜର ଫରେଷ୍ଟରଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟମାନେ ଘେଁସ ଗ୍ରାମରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ ।
ସମ୍ବଲପୁରରୁ କଲିକତା ଯିବା ରାସ୍ତାରେ ନିଶାଘାଟି ଓ ସିଂଘୋଡ଼ା ଘାଟି ଅବସ୍ଥିତ ଥିଲା ।
୧୮୫୭ ମସିହା ଅକ୍ଟୋବର ୭ ତାରିଖରେ ବିପ୍ଳବୀମାନେ ସମ୍ବଲପୁରର ବରହମ୍ ମନ୍ଦିର ପ୍ରାଙ୍ଗଣରେ ଯୁଦ୍ଧ ଘୋଷଣା କରିଥିଲେ ।
ମାଧୋ ସିଂହ ‘ବୁଢ଼ା ରାଜଗୁଡ଼ି’ ବରଗଛ ମୂଳ ପଡ଼ିଆରେ ଯୁବକମାନଙ୍କୁ ଯୁଦ୍ଧବିଦ୍ୟା ଶିକ୍ଷା ଦେଉଥିଲେ ।
ଦୁର୍ଭିକ୍ଷ ସମୟରେ ଶେଠ୍ ମାଖନଲାଲ୍ ପ୍ରଜାମାନଙ୍କୁ ସାହାଯ୍ୟ କରିବା ପାଇଁ ଖୁସିରେ ଖାଦ୍ୟଶସ୍ୟ ଦେଇଥିଲେ ।
ଜମିଦାର ନାରାୟଣ ସିଂହ ଥିଲେ ମାଧୋ ସିଂହଙ୍କ ଜାମାତା ।
ମାଧୋ ସିଂହଙ୍କ କର୍ମସ୍ଥଳୀ ଘେଁସ ଗାଆଁଟି ବର୍ତ୍ତମାନ କଟକ ଜିଲ୍ଲାରେ ଅବସ୍ଥିତ ।
ସହିଦ୍ ମାଧୋ ସିଂହ ୧୭୮୬ ମସିହାରେ ଜନ୍ମଗ୍ରହଣ କରିଥିଲେ ।