Sahitya · Code MIL
Learning outcomes for Sahitya cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
20 learning outcomes for this subject.
ବିଭିନ୍ନ ପ୍ରକାର ପ୍ରବନ୍ଧ ପଢି ଦଳରେ ଆଲୋଚନା କରିବେ।
କୌଣସି ପ୍ରସଙ୍ଗ ପଢି ଲେଖକଙ୍କ ବିଚାରକୁ ବୁଝି ଓ ନିଜ ଅନୁଭୂତି ସହିତ ତାହାର ସାମଞ୍ଜସ୍ୟ ଓ ଅସାମଞ୍ଜସ୍ୟକୁ ନିଜ ଆଧାରରେ ପ୍ରକାଶ କରିବେ।
କୌଣସି ଚିତ୍ର କିମ୍ବା ଦୃଶ୍ୟକୁ ଦେଖ୍ ସେହି ଅନୁଭୂତିକୁ ନିଜ ଢଙ୍ଗରେ ମୌଖକ ବା ସାଙ୍କେତିକ ଭାଷାରେ ବ୍ୟକ୍ତ କରିବେ।
ପଢିଥିବା ବିଷୟବସ୍ତୁକୁ ଭଲ ଭାବରେ ଚିନ୍ତା କରି ବୁଝିବା ପାଇଁ ପ୍ରଶ୍ନ ପଚାରିବେ / ଆଲୋଚନା କରିବେ
ନିଜ ପରିବେଶରେ ଥିବା ଲୋକକଥା ଓ ଲୋକଗୀତ ବିଷୟରେ ଆଲୋଚନା କରିବେ ଓ ଏହାର ପ୍ରସାର କରିବେ
ବିବିଧ କଳା,( ଯେପରି -ହସ୍ତକଳା, ବାସ୍ତୁକଳା, ନୃତ୍ୟକଳା) ଓ ସେଥ୍ରେ ବ୍ୟବହୃତ ଭାଷାକୁ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ଓ ସେଗୁଡିକୁ ବୁଝିବାକୁ ଚେଷ୍ଟା କରିବେ।
ବିଭିନ୍ନ ସ୍ଥାନୀୟ, ସାମାଜିକ ଓ ପ୍ରାକୃତିକ ଘଟଣାବଳୀ ପ୍ରତି ନିଜର ତାର୍କିକ ପ୍ରତିକ୍ରିୟା ଦେବେ, ଯେପରି- ବର୍ଷା ଦିନେ ଚାରିଆଡେ ସବୁଜ କାହିଁକି ଦେଖାଯାଏ?
କୌଣସି ପାଠ୍ୟବିଷୟକୁ ପଢି ତାହାର ଉପଯୋଗିତା ବିଷୟରେ କହିବେ
କୌଣସି ପାଠ୍ୟବିଷୟକୁ ତନ୍ନତନ୍ନ କରି ଖୋଜି ସେଥୁରେ ଥିବା ବିଶେଷ ଧାରଣାକୁ ବୁଝିବେ
ପଢିଥିବା ବିଷୟବସ୍ତୁକୁ ଭଲରେ ବୁଝିବା ପାଇଁ ଚିନ୍ତା କରିବେ ଓ ପ୍ରଶ୍ନ ପଚାରିବେ।
ଗପ, କବିତା ଆଦି ପଢି ଲେଖିବାରେ ବିଭିନ୍ନ ତରିକା ଓ ଶୈଳୀକୁ ଚିହ୍ନିବେ, ଯେପରି - ବର୍ଣ୍ଣନାତ୍ମକ,ଭାବାତ୍ମକ,ପ୍ରକୃତି ଚିତ୍ରଣ ଆଦି।
କୌଣସି ପାଠ୍ୟବିଷୟକୁ ପଢିବା ପରେ ଯଦି ବୁଝିବା ଆବଶ୍ୟକ ହୁଏ ତେବେ ସାଙ୍ଗ ବା ଶିକ୍ଷକଙ୍କ ସାହାଯ୍ୟ ନେବେ। ଉପଯୁକ୍ତ ସାମଗ୍ରୀ - ଶବ୍ଦକୋଷ,ମାନଚିତ୍ର, ଇଣ୍ଟରନେଟ କିମ୍ବା ଅନ୍ୟ ପୁସ୍ତକର ମଧ୍ୟ ସାହାଯ୍ୟ ନେଇ ପାରିବେ I
ବିବିଧ କଳା, ଯେପରି - ହସ୍ତକଳା,ବାସ୍ତୁକଳା,ନୃତ୍ୟକଳା ଆଦି ସହିତ ଜଡିତ ସାମଗ୍ରୀରେ ବ୍ୟବହୃତ ଭାଷାକୁ ଜାଣିବା ସହିତ ଆଗ୍ରହ ପ୍ରକାଶ କରିବେ।
ଭାଷାର ଗୁଣାତ୍ମକତା/ ଗଠନ ଏବଂ ନୂଆ ଶବ୍ଦକୁ ବ୍ୟବହାର କରିବେ, ଯେପରି – କୌଣସି କବିତାରେ ବ୍ୟବହୃତ ଶବ୍ଦ ବିଶେଷ, ବାକ୍ୟାଶର ବ୍ୟବହାର।
ବିଭିନ୍ନ ପରିସ୍ଥିତିରେ | ପ୍ରବନ୍ଧରେ କୁହାଯାଇଥିବା ଅନ୍ୟର ଅନ କଥାକୁ ନିଜ ଶୈଳୀରେ ଲେଖିବେ, ଯେପରି - ନିଜ ଗାଁ ମନ୍ଦିର ବିଷୟରେ କଥାବାର୍ତ୍ତା କିମ୍ବା ଭିନ୍ନ ବୃଭିଧାରୀଙ୍କ କଥୋପକଥନ।
ଓଡିଆ ଭାଷାରେ ବିଭିନ୍ନ ପ୍ରକାର ସାମଗ୍ରୀ (ଖବରକାଗଜ, ପତ୍ରପତ୍ରିକା, ଗପ, ଇଣ୍ଟରନେଟ୍ ରେ ପ୍ରକାଶିତ ସାମଗ୍ରୀ) କୁ ପଢି ବୁଝିବେ ଓ ସେଥ୍ରେ ନିଜ ପସନ୍ଦ-ଅପସନ୍ଦ ଓ ଟିପ୍ପଣୀ ଲେଖିବେ ଏବଂ ବ୍ରେଲ ଭାଷାରେ ମଧ୍ୟ ପ୍ରକାଶ କରିବେ |
ନିଜ ଅନୁଭୂତିକୁ ନିଜ ଶୈଳୀରେ ଲେଖିବେ
ବିଭିନ୍ନ ବିଷୟ ଓ ଉଦ୍ଦେଶ୍ୟ ପାଇଁ ଲେଖୁବା ସମୟରେ ଉପଯୁକ୍ତ ଶବ୍ଦ, ବାକ୍ୟ ସଂରଚନା, ଲୋକକଥା, ବିରାମ ଚିହ୍ନ ଏବଂ ଅନ୍ୟ ବ୍ୟାକରଣଗତ - କାଳ, କ୍ରିୟା,କର୍ତ୍ତା ଆଦିକୁ ଠିକ୍ ଭାବରେ ବ୍ୟବହାର କରିବେ।
ବିଭିନ୍ନ ସମ୍ବେଦଶୀଳ ବିଷୟକୁ (ଯେପରି - ଜାତି,ଧର୍ମ,ବର୍ଣ୍ଣ, ଚଳଣି ଆଦି) ତର୍କ ମାଧ୍ୟମରେ ବୁଝି ଲେଖିବେ।
ବିଭିନ୍ନ ପତ୍ର ପତ୍ରିକା ପାଇଁ ସାମଗ୍ରୀ ଯୋଗାଇବେ, ଲେଖିବେ ଓ ସଂପାଦନା କରିବେ