ଅର୍ଦ୍ଧସ୍ୱଚ୍ଛ ବସ୍ତୁଗୁଡ଼ିକ ମଧ୍ୟ ଦେଇ ଆଲୋକ ଆଦୌ ଗତି କରିପାରେ ନାହିଁ ।
ଜୁଳୁଜୁଳିଆ ପୋକ ହେଉଛି ଆଲୋକର ଏକ କୃତ୍ରିମ ଉତ୍ସ ।
ସୂର୍ଯ୍ୟଙ୍କଠାରୁ ଆଲୋକ ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ୮ ମିନିଟ୍ ୨୦ ସେକେଣ୍ଡ୍ ସମୟ ନିଏ ।
ଦର୍ପଣ ଦ୍ଵାରା ଆଲୋକର ଦିଗ ପରିବର୍ତ୍ତନ ହେବା ଘଟଣାକୁ ପ୍ରତିଫଳନ କୁହାଯାଏ ।
କେରଳରେ ପାରମ୍ପରିକ ଭାବେ ପ୍ରସ୍ତୁତ ଧାତୁ ଦର୍ପଣର ନାମ ‘ଅରନମୂଲା କନ୍ନଡ଼ି’ ଅଟେ ।
ସମତଳ ଦର୍ପଣରେ ସୃଷ୍ଟି ହେଉଥିବା ପ୍ରତିବିମ୍ବକୁ ପରଦାରେ ଧରି ରଖାଯାଇପାରେ ।
ଓଡ଼ିଶାର ପାରମ୍ପରିକ ଛାୟା ପୁତ୍ତଳିକା ନାଟ୍ୟକୁ ‘ରାବଣ ଛାୟା’ କୁହାଯାଏ ।
ଗୋଟିଏ ସରଳ ପେରିସ୍କୋପ୍ ତିଆରି କରିବା ପାଇଁ ତିନୋଟି ସମତଳ ଦର୍ପଣ ଆବଶ୍ୟକ ହୁଏ ।
ସମତଳ ଦର୍ପଣଠାରୁ ବସ୍ତୁର ଦୂରତା ଏବଂ ଦର୍ପଣଠାରୁ ପ୍ରତିବିମ୍ବର ଦୂରତା ସମାନ ଥାଏ ।
ସ୍ୱଚ୍ଛ ସାମଗ୍ରୀ ମାଧ୍ୟମ ଦେଇ ଆଲୋକ ଆଦୌ ଗତି କରିପାରେ ନାହିଁ ।
ଅସ୍ଵଚ୍ଛ ବସ୍ତୁର ରଙ୍ଗ ବଦଳାଇଲେ ତାହାର ଛାୟାର ରଙ୍ଗ ମଧ୍ୟ ବଦଳିଯାଏ ।
ପିନ୍ହୋଲ୍ କ୍ୟାମେରାର ପରଦାରେ ବସ୍ତୁର ଓଲଟା ପ୍ରତିଛବି ଦେଖାଯାଏ ।
ସମତଳ ଦର୍ପଣରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ସିଧା ବା ସଳଖ ହୋଇଥାଏ ।
ଚନ୍ଦ୍ର ଏକ ଦୀପ୍ତିମାନ ବସ୍ତୁ କାରଣ ଏହା ନିଜସ୍ୱ ଆଲୋକ ନିର୍ଗତ କରେ ।
ଆଲୋକ ସର୍ବଦା ଏକ ସରଳରେଖାରେ ଗତି କରେ ।