ଜିଜ୍ଞାସା · Code SCI
Learning outcomes for ଜିଜ୍ଞାସା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
16 learning outcomes for this subject.
ପ୍ରାଣୀଜ ତନ୍ତୁ, ବିଭିନ୍ନ ପ୍ରକାରର ଦାନ୍ତ, ଦର୍ପଣ ଓ ଲେନ୍ସଗୁଡିକୁ ଦେଖ୍ ସେଥ୍ରେ ଥିବା ଗୁଣଗୁଡିକୁ ଯଥା – ରୂପ, ଗଠନ ଓ କାର୍ଯ୍ୟକାରୀତା ଇତ୍ୟାଦି ଦୃଶ୍ୟମାନ ଲକ୍ଷଣଗୁଡିକୁ ଭିତ୍ତିକରି ସାମଗ୍ରୀ ଓ ଜୀବଜନ୍ତୁଙ୍କର ଚିହ୍ନଟୀକରଣ କରିବେ।
ଗୁଣାବଳୀ, ଗଠନ ଓ କାର୍ଯ୍ୟକାରିତାକୁ ଆଧାର କରି ସାମଗ୍ରୀ ଓ ଜୀବଜନ୍ତୁଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ, ଯେପରି – ବିଭିନ୍ନ ପ୍ରାଣୀମାନଙ୍କର ଖାଦ୍ୟ ପରିପାକ, ଏକଲିଙ୍ଗୀ ଓ ଉଭୟଲିଙ୍ଗୀ ଫୁଲ, ତାପ କୁପରିବାହୀ ଓ ସୁପରିବାହୀ, ଅମ୍ଳ କ୍ଷାର ଓ ନିଷ୍କ୍ରିୟ ବସ୍ତୁ, ଦର୍ପଣରେ ଓ ଲେନ୍ସରେ ଗଠନ ହେଉଥିବା ପ୍ରତିବିମ୍ବ ଇତ୍ୟାଦି।
ସାମଗ୍ରୀ ଓ ଜୀବଜନ୍ତୁଙ୍କର ଗୁଣାବଳୀ ଆଧାରରେ ସେଗୁଡିକର ବର୍ଗୀକରଣ କରିବେ। ଉଦାହରଣସ୍ବରୂପ- ପ୍ରାଣୀଜ ତନ୍ତୁ ଓ ଉଦ୍ଭିଜ ତନ୍ତୁ, ଭୌତିକ ପରିବର୍ତ୍ତନ ଓ ରାସାୟନିକ ପରିବର୍ତ୍ତନ।
ପଚାରଯାଇଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପାଇଁ ସରଳ ଅନ୍ଵେଷଣର ଆୟୋଜନ କରିବେ। ଯଥା – ରଙ୍ଗୀନ ଫୁଲରୁ ପ୍ରସ୍ତୁତ ହୋଇଥିବା ପଦାର୍ଥକୁ ଅମ୍ଳ- କ୍ଷାରକର ସୂଚକ ଭାବେ ବ୍ୟବହାର କରାଯାଇପାରେ କି? ସବୁଜ ରଙ୍ଗହୀନ ପତ୍ର ଆଲୋକଶ୍ଳେଷଣ କରନ୍ତି କି? ଧଳା ଆଲୋକ ଅନେକ ରଙ୍ଗର ସମ୍ମିଶ୍ରଣ କି?
ପ୍ରକ୍ରିୟା ଓ ଘଟଣାବଳୀ ସହିତ କାରଣକୁ ସମ୍ପର୍କିତ କରିବେ। ଉଦାହରଣସ୍ବରୂପ – ପବନର ବେଗ ସହିତ ବାୟୁର ଚାପ, ବିଭିନ୍ନ ପ୍ରକାରର ମାଟି ସହିତ ଶସ୍ୟ ଉତ୍ପାଦନ, ଜଳସ୍ତର ହ୍ରାସ ହେବା ସହ ମଣିଷର କାର୍ଯ୍ୟକଳାପ ଇତ୍ୟାଦି।
ପ୍ରକ୍ରିୟା ସହିତ ଘଟଣାବଳୀର ବ୍ୟାଖ୍ୟା କରିବେ। ଉଦାହରଣସ୍ବରୂପ- ପ୍ରାଣୀଜ ତନ୍ତୁର ପ୍ରକ୍ରିୟାକରଣ, ତାପ ସଂଚରିତ ପଦ୍ଧତି ଓ ଉଦ୍ଭିଦର ବିଭିନ୍ନ ଅଂଶ ସହିତ ବିଭିନ୍ନ ସଂସ୍ଥାନ ବା ତନ୍ତ୍ର, ବିଦ୍ୟୁତ ସ୍ରୋତର ତାପୀୟ ଓ ଚୁମ୍ବକୀୟ ପ୍ରଭାବ।
ରାସାୟନିକ ପ୍ରତିକ୍ରିୟାକୁ ଶବ୍ଦ ବ୍ୟବହାର କରି ସମୀକରଣ ଲେଖିବେ। ଉଦାହରଣସ୍ବରୂପ – ଅମ୍ଳ-କ୍ଷାର ପ୍ରତିକ୍ରିୟା, କଳଙ୍କି ଲାଗିବା, ଆଲୋକଶ୍ଳେଷଣ, ଶ୍ବସନ ଇତ୍ୟାଦି।
ମାପିବେ ବା ହିସାବ କରିବେ। ଉଦାହରଣ ସ୍ବରୂପ – ତାପମାତ୍ରା, ନାଡିର ସ୍ପନ୍ଦନହାର, ଗତିଶୀଳ ବସ୍ତୁର ବେଗ, ଏକ ସାଧାରଣ ପେଣ୍ଡୁଲମ୍ ର ସମୟ ଅନୁଯାୟୀ ଗତି ଇତ୍ୟାଦି।
ନାମାଙ୍କିତ ଚିତ୍ର ଓ ପ୍ରବାହ – ଚିତ୍ର, (ଫ୍ଲୋ- ଚାର୍ଟ) ଅଙ୍କନ କରିବେ, ଉଦାହରଣସ୍ବରୂପ- ମଣିଷ ଓ ଉଦ୍ଭିଦରେ ବିଭିନ୍ନ ଅଙ୍ଗ ସଂସ୍ଥାନ, ବୈଦୁତିକ – ପରିପଥ, ପରୀକ୍ଷଣପାଇଁ ସାଜସଜ୍ଜା, ରେଶମକୀଟର ଜୀବନଚକ୍ର ଇତ୍ୟାଦି।
ଲେଖଚିତ୍ର (ଗ୍ରାଫ) ପ୍ରସ୍ତୁତ କରିବେ ଏବଂ ତାହାର ବ୍ୟାଖ୍ୟା କରିବେ। ଉଦାହରଣସ୍ବରୂପ- ଦୂରତା- ସମୟର ଲେଖଚିତ୍ର।
ଚତୁଃପାର୍ଶ୍ଵରେ ଉପଲବ୍ଧ ସାମଗ୍ରୀକୁ ନେଇ ମଡେଲ ପ୍ରସ୍ତୁତ କରିବେ ଓ ତା'ର କାର୍ଯ୍ୟକାରିତାକୁ ବ୍ୟାଖ୍ୟା କରିବେ। ଉଦାହରଣ ସ୍ବରୂପ ଷ୍ଟେଥୋସ୍କୋପ, ଆନିମୋମିଟର/ ବିଦ୍ୟୁତ- ଚୁମ୍ବକ, ନିଉଟନଙ୍କର ବର୍ଣ୍ଣଚକ୍ର ଇତ୍ୟାଦି।
ବିଜ୍ଞାନର ଆବିଷ୍କାରଗୁଡିକର କାହାଣୀ ଆଲୋଚନା କରିବେ ଓ ପସନ୍ଦ କରିବେ।
ଦୈନନ୍ଦିନ ଜୀବନରେ ବିଜ୍ଞାନଭିତ୍ତିକ ଧାରଣାର ଶିକ୍ଷଣକୁ ପ୍ରୟୋଗ କରିବେ – ଉଦାହରଣସ୍ବରୂପ – ଅମ୍ଳତା ସୃଷ୍ଟି ହେଲେ ମୁକାବିଲା କରିବେ, ମୃତ୍ତିକା ପରୀକ୍ଷା କରିବେ ଓ ଯତ୍ନ ନେବେ, କଳଙ୍କି ନ ଲାଗିବା ପାଇଁ ଉପାୟ ଅବଲମ୍ବନ କରିବେ, ଅଙ୍ଗୀୟ ଜନନ ମାଧ୍ୟମରେ ଚାଷ କରିବେ, ଦୁଇ ବା ତତୋଧିକ ବିଦ୍ୟୁତ କୋଷକୁ ଉପଯୁକ୍ତ ଢଙ୍ଗରେ ଯୋଡି ନୂତନ ଜିନିଷ ତିଆରି କରିବା ଦୁର୍ବିପାକ ପରେ ଉପଯୁକ୍ତ ଉପାୟ ଅବଲମ୍ବନ କରିବେ, ଦୂଷିତ ପାଣିର ପରିଷ୍କରଣ ଓ ପୁର୍ନବ୍ୟବହାର ପାଇଁ ଉପାୟ ବତାଇବେ।
ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିବେ। ଉଦାହରଣସ୍ବରୂପ- ସର୍ବସାଧାରଣ ସ୍ଥାନର ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ଉତ୍ତମ ଅଭ୍ୟାସକୁ ମାନିବେ, ପ୍ରଦୂଷଣକାରୀ ଉପାଦାନଗୁଡିକର ବ୍ୟବହାର କମ୍ କରିବେ, ମୃତ୍ତିକା କ୍ଷୟ ନ ହେବା ପାଇଁ ବୃକ୍ଷରୋପଣ କରିବେ। ପ୍ରାକୃତିକ ସମ୍ପଦର ମାତ୍ରାଧିକ ଅପବ୍ୟବହାରର କୁପ୍ରଭାବ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ କରାଇବେ।
ଉପଲବ୍ଧ ହେଉଥିବା ସମ୍ବଳଗୁଡିକର ବ୍ୟବହାର ନିମିତ୍ତ ଯୋଜନା ଓ ଡିଜାଇନ ପ୍ରସ୍ତୁତିରେ ସୃଜନଶୀଳତା ପ୍ରଦର୍ଶନ କରିବେ।
ସାଧୁତା, ବସ୍ତୁନିଷ୍ଠତା, ସହଯୋଗୀତା ଏବଂ ଭୟ ଓ ଅନ୍ଧବିଶ୍ବାସରୁ ମୁକ୍ତ ହେବା ଇତ୍ୟାଦି ମୂଲ୍ୟବୋଧକୁ ପ୍ରଦର୍ଶନ କରିବେ।