ସାମାଜିକ ବିଜ୍ଞାନ · Code SST
Learning outcomes for ସାମାଜିକ ବିଜ୍ଞାନ cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
32 learning outcomes for this subject.
କଞ୍ଚାମାଲ, ଆକାର ଓ ମାଳିକାନା ଉପରେ ପର୍ଯ୍ୟବେଶିତ ବିଭିନ୍ନ ପ୍ରକାର ଶିଳ୍ପକୁ ବିଭାଗୀକରଣ କରିବେ
ମୁଖ୍ୟ ଫସଲ, ବିଭିନ୍ନ ପ୍ରକାର ଚାଷ ଏବଂ ନିଜ ଅଞ୍ଚଳର ବିଭିନ୍ନ କୃଷି କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିବେ
ଜନସଂଖ୍ୟାର ଅସମାନ ବଣ୍ଟନ ଭିତ୍ତିରେ ପୃଥିବୀ ମାନଚିତ୍ରର ବ୍ୟାଖ୍ୟାକରଣ କରିବେ
ଜଙ୍ଗଲରେ ନିଆଁ ଲାଗିବା, ଅତଡା ଖସିବା, ଶିଳ୍ପଜନିତ ବିପର୍ଯ୍ୟୟର କାରଣ ଓ ବିପର୍ଯ୍ୟୟ ହ୍ରାସର ଉପାୟ ବର୍ଣ୍ଣନା କରିବେ
ପୃଥିବୀ ମାନଚିତ୍ରରେ ମୁଖ୍ୟ ଖଣିଜ ଯଥା - କୋଇଲା ଏବଂ ଖଣିଜତୈଳ ବଣ୍ଟନର ସ୍ଥାନ ଚିହ୍ନଟ କରିବେ
ପୃଥିବୀ ପୃଷ୍ଠରେ ପ୍ରାକୃତିକ ଓ ମନୁଷ୍ୟକୃତ ସମ୍ବଳର ଅସମାନ ବଣ୍ଟନର ବିଶ୍ଳେଷଣ କରିବେ
ସମସ୍ତ ଅଞ୍ଚଳର ବିକାଶ ବଜାୟ ରଖିବା ପାଇଁ ପ୍ରାକୃତିକ ସମ୍ୱଳ ଯଥା – ଜଳ, ମୃତ୍ତିକା, ଜଙ୍ଗଲ ଆଦିର ନ୍ୟାୟୋଚିତ ବ୍ୟବହାରର ଯଥାର୍ଥତା ପ୍ରତିପାଦନ କରିବେ।
କେତେଗୁଡିଏ ଦେଶ କାହିଁକି ଏହି ମୁଖ୍ୟ ଫସଲ, (ଯଥା – ଗହମ, ଧାନ, ତୁଳା, ଝୋଟ) ଇତ୍ୟାଦିର ଉତ୍ପାଦନ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି, ଏହାର କାରଣ ବିଶ୍ଳେଷଣ କରିବା ସହ ଏହି ଦେଶଗୁଡିକୁ ପୃଥିବୀ ମାନଚିତ୍ରରେ ଚିହ୍ନଟ କରିବେ
ପୃଥିବୀର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ପ୍ରକାର କୃଷି ଏବଂ ତା'ର ବିକାଶ ମଧ୍ୟରେ ଥିବା ସମ୍ପର୍କ ସ୍ଥାପନ କରିବେ
ଆଧୁନିକ ଯୁଗ କିପରି ମଧ୍ୟଯୁଗ ଓ ପ୍ରାଚୀନ ଯୁଗଠାରୁ ଭିନ୍ନ ତାହା ଦର୍ଶାଇବେ
ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ କିପରି ସବୁଠାରୁ ଶକ୍ତିଶାଳୀ ହୋଇଉଠିଥିଲା ତାହା ବର୍ଣ୍ଣନା କରିବେ
ଦେଶର ବିଭିନ୍ନ ଅଞ୍ଚଳରେ ଔପନିବେଶିକ କୃଷି ସମ୍ୱନ୍ଧୀୟ ନିୟମର ପ୍ରଭାବର ଭିନ୍ନତାକୁ ବର୍ଣ୍ଣନା କରିବେ, ଉଦାହରଣ - ନୀଳ ଆନ୍ଦୋଳନ (ଇଣ୍ଡିଗୋ ରେବେଲିଅନ)।
ଉନବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରକାରର ଆଦିବାସୀ ସଂପ୍ରଦାୟ ଓ ପରିବେଶ ସହ ତାଙ୍କର ସମ୍ପର୍କକୁ ବୁଝାଇବେ
ଆଦିବାସୀ ସଂମ୍ପ୍ରଦାୟ ପ୍ରତି ଥିବା ବିଭିନ୍ନ ଔପନିବେଶିକ ଶାସନର ନୀତିକୁ ବୁଝାଇବେ।
୧୮୫୭ ବିଦ୍ରୋହର ସୃଷ୍ଟି, ପ୍ରକୃତି ଓ ପ୍ରସାର, ଏଥିରୁ ମିଳିଥିବା ଶିକ୍ଷାକୁ ବର୍ଣ୍ଣନା କରିବେ
ପୂର୍ବରୁ ଥିବା ସହରର କେନ୍ଦ୍ରସ୍ଥଳ, ହସ୍ତଶିଳ୍ପ କାରଖାନା ଏବଂ ଔପନିବେଶିକ ସମୟରେ ସୃଷ୍ଟି ହୋଇଥିବା, ଭାରତର କେତେକ ନୂତନ ସହରର କେନ୍ଦ୍ରସ୍ଥଳ ଓ ଶିଳ୍ପ ହ୍ରାସ ହେବାର କାରଣ ବିଶ୍ଳେଷଣ କରିବେ।
ଭାରତର ନୂତନ ଶିକ୍ଷାନୀତିର ଆନୁଷ୍ଠାନିକୀକରଣ ବର୍ଣ୍ଣନା କରିବେ
ଜାତି, ମହିଳା, ବିଧବାବିବାହ, ବାଲ୍ୟ – ବିବାହ, ସାମାଜିକ ସଂସ୍କାର ସହ ସମ୍ପର୍କିତ ସମସ୍ୟା ଓ ବିଭିନ୍ନ ନୀତି, ନିୟମ ଆଦି ଘଟଣା ପ୍ରତି ଔପନିବେଶିକ ଶାସନର ମନୋବୃତ୍ତିର ବିଶ୍ଳେଷଣ କରିବେ।
ଆଧୁନିକ ଯୁଗରେ କଳା କ୍ଷେତ୍ରରେ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବିକାଶର ପ୍ରାଥମିକ ଚିଠା ପ୍ରସ୍ତୁତ କରିବେ।
୧୮୭୦ ଠାରୁ ସ୍ବାଧୀନତା ପର୍ଯ୍ୟନ୍ତ ହୋଇଥିବା ଭାରତୀୟ ଜାତୀୟ ଆନ୍ଦୋଳନର ବିଭିନ୍ନ ମାର୍ଗ ସମ୍ପର୍କିତ ପ୍ରାଥମିକ ଚିଠା ପ୍ରସ୍ତୁତ କରିବେ
ରାଷ୍ଟ୍ରଗଠନ ପ୍ରକ୍ରିୟାରେ ତାତ୍ପର୍ଯ୍ୟପୂର୍ଣ/ ଗୁରୁତ୍ବପୂର୍ଣ ବିକାଶଗୁଡିକ ବିଶ୍ଳେଷଣ କରିବେ
ସମ୍ବିଧାନରେ ବର୍ଣ୍ଣିତ ମୌଳିକ ଅଧିକାର, କର୍ତ୍ତବ୍ୟକୁ ଆଧାର କରି ନିଜ ଅଞ୍ଚଳର ସାମାଜିକ ଓ ରାଜନୈତିକ ଘଟଣାକୁ ଉପଯୁକ୍ତ ଉଦାହରଣ ସହ ବ୍ୟାଖ୍ୟା କରିବେ।
ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ( ଉଦାହରଣ – ଶିଶୁ ଅଧିକାର) ମୌଳିକ ଅଧିକାରଗୁଡିକର ଉଲଂଘନ, ସୁରକ୍ଷା ଓ ପ୍ରୋତ୍ସାହନ ଜ୍ଞାନର ବ୍ୟବହାର କରିବେ
ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ
ଲୋକସଭା ପାଇଁ ହେଉଥିବା ନିର୍ବାଚନ ପ୍ରକ୍ରିୟାକୁ ବୁଝାଇବେ
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର, ସଂସଦୀୟ ନିର୍ବାଚନ ମଣ୍ଡଳୀ ମାନଚିତ୍ରରେ, ନିଜର ନିର୍ବାଚନ ମଣ୍ଡଳୀକୁ ଚିହ୍ନଟ କରିବେ ଓ ନିଜ ଅଞ୍ଚଳର ପାର୍ଲିଆମେଣ୍ଟ ସାଂସଦଙ୍କ ନାମ କହିବେ।
ଆଇନ ପ୍ରସ୍ତୁତିର ପ୍ରକ୍ରିୟାକୁ ବର୍ଣ୍ଣନା କରିବେ। ପାରିବାରିକ ହିଂସା, (ଉଦାହରଣସ୍ବରୂପ – ପାରିବାରିକ ହିଂସା ଆଇନ, ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଆଇନ)
ପ୍ରଥମ ତଥ୍ୟ ବିବରଣୀ କିପରି ଦାଖଲ କରିବେ, ତାହା ପ୍ରଦର୍ଶନ କରିବେ / ବର୍ଣ୍ଣନା କରିବେ
ନିଜ ଅଞ୍ଚଳର ସାମାଜିକ ସୁଯୋଗରୁ ବଞ୍ଚିତ/ ଅବହେଳିତ ଗୋଷ୍ଠୀ ଦ୍ବାରା ନିର୍ଦ୍ଦିଷ୍ଟ ଦଳଗଠନର କାରଣ ଏବଂ ଫଳାଫଳକୁ ବିଶ୍ଳେଷଣ କରିବେ
ସାଧାରଣ ଜନତାଙ୍କୁ ଜଳ, ସ୍ବାସ୍ଥ୍ୟ – ସଂକ୍ରାନ୍ତ, ରାସ୍ତା, ବିଦ୍ୟୁତ ଆଦିର ସୁଯୋଗ ଯୋଗାଇ ଦେବାର ସରକାରଙ୍କ ଭୂମିକା ନିର୍ଣ୍ଣୟ କରିବା ସହ ସେଗୁଡିକର ଉପଲବ୍ଧତା ଚିହ୍ନଟ କରିବେ
କେତେଗୁଡିଏ ଗୁରୁତ୍ବପୂର୍ଣ ମକଦ୍ଦମାର ଉଦାହରଣ ଦେଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟଧାରା ବର୍ଣ୍ଣନା କରିବେ
ଆର୍ଥିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ସରକାରଙ୍କର ଭୂମିକା ବର୍ଣ୍ଣନା କରିବେ