‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ପଦଟି ସନ୍ତକବି ଭୀମ ଭୋଇଙ୍କ ରଚନା ଅଟେ।
ପାଠ୍ୟ ପୁସ୍ତକରେ ଓଡ଼ିଆ ଭାଗବତରୁ ସମୁଦାୟ ପଚିଶଟି ପଦ ଉଦ୍ଧାର କରାଯାଇଛି।
ବିନମ୍ରତାର ସହ ମଧୁର ବଚନ କହି ଅନ୍ୟ ପ୍ରାଣୀଙ୍କ ମନକୁ ସନ୍ତୁଷ୍ଟ କରାଯାଇପାରେ।
‘ଅର୍ଥ କୋଇଲି’ ଓ ‘ତୁଳାଭିଣା’ ଗ୍ରନ୍ଥ ସନ୍ତକବି ଭୀମ ଭୋଇଙ୍କ ଦ୍ୱାରା ରଚିତ।
ଗୁଜ୍ଜରୀ ଛନ୍ଦ ଗାନ କରିବା ସମୟରେ ତୃତୀୟ, ପଞ୍ଚମ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ।
ମନୁଷ୍ୟ ଯେଉଁ କର୍ମ କରେ, ତାହାର ଫଳ ତାକୁ କେବେହେଲେ ଭୋଗିବାକୁ ପଡ଼େ ନାହିଁ।
‘ନିକଟେ ଥିଲେ ଅନାଦର’ ପଦ ସହିତ ଲୋକବାଣୀ ‘ଅତି ପରିଚୟେ ଗୌରବ ନଷ୍ଟ’ର ସମ୍ପର୍କ ରହିଛି।
ଭାଗବତ ବାଣୀ ବା ଗୁଜ୍ଜରୀ ଛନ୍ଦର ପ୍ରତ୍ୟେକ ପାଦରେ ବାରଟି ଅକ୍ଷର ଥାଏ।
ମହତ ଲୋକମାନଙ୍କ ଆଚାର-ବ୍ୟବହାରକୁ ସାଧାରଣ ଲୋକେ ଅନୁକରଣ କରିଥାନ୍ତି।
ଗୁରୁଙ୍କୁ ସାଧାରଣ ମନୁଷ୍ୟ ବୋଲି ବିଚାର କରିବା ଉଚିତ।
ଉତ୍ତମ ବ୍ୟକ୍ତିଙ୍କ ସହିତ ମିଳାମିଶା କଲେ ତାଙ୍କଠାରୁ ଉତ୍ତମ ବ୍ୟବହାର ଶିକ୍ଷା କରିହୁଏ।
ଓଡ଼ିଆ ଭାଗବତ ଗ୍ରନ୍ଥଟି ବାଲ୍ମୀକି ରାମାୟଣର ଛାୟାରେ ରଚିତ ହୋଇଛି।
ଭକ୍ତକବି ଜଗନ୍ନାଥ ଦାସ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ଯେଉଁ ବ୍ୟକ୍ତି ଅନ୍ୟ ପ୍ରାଣୀକୁ ହିଂସା କରେ, ସେ ଦେବତାଙ୍କୁ ପୂଜା କରି ସହଜରେ ସଂସାରରୁ ତରିଯାଏ।
ଅନେକ ଜନ୍ମର ତପସ୍ୟା ଫଳରେ ଏହି ମର୍ତ୍ତ୍ୟମଣ୍ଡଳରେ ମନୁଷ୍ୟ ଜନ୍ମ ମିଳିଥାଏ।