ସାହିତ୍ୟ ସୁରଭି · Code ODI
Learning outcomes for ସାହିତ୍ୟ ସୁରଭି cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
23 learning outcomes for this subject.
ବିଭିନ୍ନ ବିଷୟରେ ଆଧାରିତ ଭିନ୍ନଭିନ୍ନ ପ୍ରବନ୍ଧକୁ ପଢି ଆଲୋଚନା କରିବେ, ଯେପରି - ପାଠ୍ୟପୁସ୍ତକରେ କୌଣସି ପକ୍ଷୀ ବିଷୟରେ ପଢି ପକ୍ଷୀ ଉପରେ ଲେଖା ଯାଇଥିବା ବିଶ୍ୱର ସଲିମ ଅଲ୍ଲୀଙ୍କ ପୁସ୍ତକ ପଢି ଆଲୋଚନା କରିବେ।
ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ସାମଗ୍ରୀ, (ଯଥା - ଖବରକାଗଜ, ପତ୍ରପତ୍ରିକା, ଗପ, ଇଣ୍ଟରନେଟ, କାନ୍ଥରେ ଲଗାଯାଇଥିବା ସାମଗ୍ରୀ ଆଦି)କୁ ପଢି ବୁଝିବେ ଓ ସେଥିରେ ନିଜର ପସନ୍ଦ, ଅପସନ୍ଦ, ମତ, ସିଦ୍ଧାନ୍ତ ଆଦିକୁ ମୌଖିକ / ସାଙ୍କେତିକ ଭାଷାରେ ପ୍ରକାଶ କରିବେ।
ପଢିଥିବା ବିଷୟବସ୍ତୁକୁ ବୁଝିବା ପାଇଁ ଚିନ୍ତା କରିବେ ଓ ପ୍ରଶ୍ନ ପଚାରିବେ।
ନିଜ ପରିବେଶରେ ଥିବା ଲୋକକଥା ଓ ଲୋକଗୀତ ବିଷୟରେ କହିବେ / ଶୁଣାଇବେ।
ଅପରିଚିତ ପରିସ୍ଥିତି ଓ ଘଟଣାକୁ କଳ୍ପନା କରିବେ ଓ ସେହି ବିଷୟରେ ନିଜ ମନରେ ସୃଷ୍ଟି ହେଉଥିବା ଛବି ଓ ବିଚାରକୁ ମୌଖିକ / ସାଙ୍କେତିକ ଭାଷାରେ କହିବେ।
ବିଭିନ୍ନ ସମ୍ବେଦନଶୀଳ ବିଷୟରେ (ଯେପରି- ଜାତି, ଧର୍ମ ବର୍ଣ୍ଣ, ଚଳଣି ଆଦି) ନିଜ ସାଙ୍ଗ, ଶିକ୍ଷକ କିମ୍ବା ପରିବାର ଲୋକଙ୍କୁ ପ୍ରଶ୍ନ ପଚାରିବେ, ଯେପରି - ନିଜ ଅଞ୍ଚଳର ଲୋକମାନଙ୍କ ସହିତ ମିଶି ପର୍ବପର୍ବାଣୀ ପାଳନ କରିବା ବିଷୟରେ ଆଲୋଚନା କରିବେ।
କୌଣସି ପ୍ରବନ୍ଧକୁ ପଢି ସେଥିରେ ଥିବା ସାମାଜିକ ମୂଲ୍ୟବୋଧ ବିଷୟରେ ଆଲୋଚନା କରିବେ ଓ କାରଣ ଜାଣିବାକୁ ଚେଷ୍ଟା କରିବେ, (ଯେପରି – ନିଜ ଆଖପାଖରେ ରହୁଥିବା ପରିବାର ଓ ସେମାନଙ୍କର ଚଳଣି ଉପରେ ପ୍ରଶ୍ନ ପଚାରିବେ- ରାଜୁ ମଉସାର ଝିଅ କାହିଁକି ବିଦ୍ୟାଳୟ ଯାଆନାହିଁ?)
ବିଭିନ୍ନ ପ୍ରକାର ସାମଗ୍ରୀ,(ଯେପରି- ଗପ, କବିତା, ଲେଖା, ପ୍ରବନ୍ଧ, ବ୍ୟଙ୍ଗ ଆଦି)କୁ ପଢିବେ କିମ୍ବା ପାଠ୍ୟବିଷୟବସ୍ତୁକୁ ନିରୀକ୍ଷଣ କରିବେ, ଅନୁମାନ କରିବେ, ବିଶ୍ଳେଷଣ କରିବେ ଓ ବିଶେଷ ତଥ୍ୟକୁ ଖୋଜିବେ।
ପଢିଥିବା ବିଷୟବସ୍ତୁକୁ ଚିନ୍ତା କରି ଅଧିକ ବୁଝିବା ପାଇଁ ପ୍ରଶ୍ନ ପଚାରିବେ।
ବିଭିନ୍ନ ପଠନ ସାମଗ୍ରୀରେ ବ୍ୟବହୃତ ଶବ୍ଦ, ଧନ୍ଦା, ଲୋକକଥାକୁ ବୁଝି ପ୍ରୟୋଗ କରିବେ।
ଗପ, କବିତା ଆଦି ପଢି ଲେଖିବାର ବିବିଧ ଶୈଳୀକୁ ଚିହ୍ନଟ କରିବେ, (ଯେପରି - ବର୍ଣ୍ଣନାତ୍ମକ, ବିବରଣାତ୍ମକ, ଭାବାତ୍ମକ ପ୍ରକୃତି ଚିତ୍ରଣ) ଆଦି।
ବିଭିନ୍ନ ପଠନ ସାମଗ୍ରୀକୁ ପଢି ସେଥିରେ ଥିବା ନିର୍ଯ୍ୟାସକୁ ବୁଝି ଏବଂ ନିଜସ୍ତର ଅନୁସାରେ ମୌଖିକ, ଲିଖିତ, ବ୍ରେଲ / ସାଙ୍କେତିକ ରୂପରେ ସେହି ବିଷୟରେ ବିଚାର ରଖିବେ।
କୌଣସି ପାଠ୍ୟବିଷୟକୁ ପଢିବା ପରେ ବୁଝିବା ପାଇଁ ଆବଶ୍ୟକ ସ୍ଥଳେ ନିଜର କେହି ସାଙ୍ଗ ବା ଶିକ୍ଷକଙ୍କ ସାହାଯ୍ୟ ନେବେ। ଅନ୍ୟାନ୍ୟ ସାମଗ୍ରୀ,(ଯେପରି-ଶବ୍ଦକୋଷ, ବିଶ୍ୱକୋଷ, ମାନଚିତ୍ର, ଇଣ୍ଟରନେଟ୍ କିମ୍ବା ଅନ୍ୟ ପୁସ୍ତକର ସାହାଯ୍ୟ ନେଇପାରିବେ)।
ପାଠକ ଓ ଲେଖିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଲେଖିବେ।
ଅପରିଚିତ ପରିସ୍ଥିତି ଓ ଘଟଣାକୁ ପଢି କଳ୍ପନା କରିବେ ଓ ସେହି ବିଷୟରେ ନିଜ ମନକୁ ଆସୁଥିବା ଛବି ଓ ବିଚାର ବିଷୟରେ ଲେଖିବେ ଓ ବ୍ରେଲ ଭାଷାରେ ମଧ୍ୟ ଲେଖିପାରିବେ।
ଭାଷାର ଗୁଣାତ୍ମକତା / ଗଠନକୁ ଲିଖିତ ଭାବରେ ବ୍ୟବହାର କରିବେ,(ଯେପରି - କବିତାରେ ଥିବା ଶବ୍ଦକୁ ବଦଳାଇ ଅର୍ଥ ବାହାର କରିବେ)।
ବିଭିନ୍ନ ବିଷୟରେ ଅନ୍ୟମାନେ କହିଥିବା କଥାକୁ ନିଜ ଶୈଳୀରେ ଲେଖିବେ,ଯେପରି-ବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମ ବିଷୟରେ ବିବରଣୀ ଲେଖିବେ କିମ୍ବା ଗାଁରେ ଥିବା ଦୋକାନୀ ସହିତ କଥାବାର୍ତ୍ତାକୁ ଲେଖିବେ।
ନିଜ ଅନୁଭୂତିକୁ ନିଜ ଭାଷାରେ ଓ ଶୈଳୀରେ ଲେଖିବେ, ଲିଖନର ବିଭିନ୍ନ ତରିକା ଓ ଶୈଳୀକୁ ବ୍ୟବହାର କରିବେ, (ଯେପରି-ମାଧ୍ୟମରେ ଗପ, କବିତା, ପ୍ରବନ୍ଧ) ଆଦି ନିଜ ଅନୁଭୂତିକୁ ଲେଖିବେ।
ଦୈନନ୍ଦିନ ଜୀବନର କୌଣସି ବିଶେଷ ଘଟଣା/ ପରିସ୍ଥିତିକୁ ସୃଜନାତ୍ମକ ଢଙ୍ଗରେ ଲେଖିବେ, (ଯେପରି-ସୋସିଆଲ ମିଡିଆରେ, ଖାତାରେ କିମ୍ବା ସମ୍ପାଦକଙ୍କ ନାମରେ ପତ୍ର) ଆଦି।
ବିବିଧକଳା,(ଯେପରି – ହସ୍ତକଳା,ବାସ୍ତୁକଳା,ନୃତ୍ୟକଳା) ଓ ସେଥିରେ ବ୍ୟବହୃତ ଭାଷାକୁ ସୃଜନାତ୍ମକ ଢଙ୍ଗରେ ପ୍ରୟୋଗ କରିବେ,ଯେପରି – ହାତରେ ମନମୋହକ ମୁଦ୍ରା କରିବେ, ମଞ୍ଜିରେ ବିଭିନ୍ନ ଆକୃତି କରିବେ, ଅନୁଭୂତିକୁ ରସପୂର୍ଣ୍ଣ ଭାବରେ ପ୍ରକାଶ କରିବେ।
ପାଠକ ଓ ଲେଖିବାର ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ନିଜ କଥାକୁ ପ୍ରଭାବଶାଳୀ ଢଙ୍ଗରେ ଲେଖିବେ।
ଅଭିବ୍ୟକ୍ତିର ବିବିଧ ଶୈଳୀ ଓ ରୂପକୁ ଚିହ୍ନଟ କରିବେ, ନିଜେ ଲେଖିବେ, (ଯେପରି -କବିତା, ଗପ, ପ୍ରବନ୍ଧ) ଇତ୍ୟାଦି।
ଅପରିଚିତ ପରିସ୍ଥିତି ଓ ଘଟଣାକୁ ପଢି କଳ୍ପନା କରିବେ ଓ ସେହି ବିଷୟରେ ନିଜ ମନକୁ ଆସୁଥିବା ଛବି ଓ ବିଚାର ବିଷୟରେ ଲେଖିବେ ଓ ବ୍ରେଲ ଭାଷାରେ ମଧ୍ୟ ଲେଖିପାରିବେ।