ଜିଜ୍ଞାସା · Code SCI
Learning outcomes for ଜିଜ୍ଞାସା cover targeted cognitive levels, conceptual understanding, and classroom application. LO codes come from SCERT Odisha and DIKSHA documents; see our sources.
ଜ୍ଞାନ ଓ ବୋଧ (Knowledge)
Fundamental concepts, terminology & definitions.
ପ୍ରୟୋଗ ଓ ଦକ୍ଷତା (Application)
Problem solving, critical inquiry & reasoning.
ଅଭିବ୍ୟକ୍ତି (Expression)
Synthesizing ideas and real-world connections.
15 learning outcomes for this subject.
ସାମଗ୍ରୀ ଓ ଜୀବଜନ୍ତୁଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ, (ଯେପରି – ପ୍ରାକୃତିକ ଓ ମନୁଷ୍ୟକୃତ ତନ୍ତୁ, ସଂସ୍ପର୍ଶ ଓ ଅସଂସ୍ପର୍ଶୀୟ ବଳ, ବିଦ୍ୟୁତ କୁପରିବାହୀ ଓ ସୁପରିବାହୀ ରୂପେ ତରଳ ପଦାର୍ଥ, ପ୍ରାଣୀକୋଷ ଓ ଉଭିଦକୋଷ, ଜନ୍ତୁଜ ଓ ଅଣ୍ଡଜ ପ୍ରାଣୀ) ଇତ୍ୟାଦିର ଗୁଣାବଳୀ,ଗଠନ, ଗୁଣାବଳୀ ଓ କାର୍ଯ୍ୟକାରିତାକୁ ଆଧାର କରି ପାର୍ଥକ୍ୟ ଦର୍ଶାଇବେ।
ସାମଗ୍ରୀ ଓ ଜୀବଜନ୍ତୁ ଗୁଣାବଳୀ ଆଧାରରେ ବର୍ଗୀକରଣ କରିବେ, ଉଦାହରଣ ସ୍ବରୂପ- ଧାତୁ ଓ ଅଧାତୁ, ଖରିଫ ଓ ରବି ଫସଲ, ଉପକାରୀ ଓ କ୍ଷତିକାରକ ଅଣୁଜୀବ, ଲିଙ୍ଗୀୟ ଓ ଅଲିଙ୍ଗୀୟ ଜନନ, ମହାଜାଗତିକ ବସ୍ତୁ, ସରନ୍ତି ଓ ଅସରନ୍ତି ପ୍ରାକୃତିକ ସମ୍ପଦ।
ପଚାରଯାଇଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବାପାଇଁ ସରଳ ଅନ୍ଵେଷଣର ଆୟୋଜନ କରିବେ, ଉଦାହରଣ ସ୍ବରୂପ ଦହନ ପାଇଁ ଆବଶ୍ୟକୀୟ ସର୍ଭଗୁଡିକ କ'ଣ? ଆଚାର ଓ ମୁରବ୍ ବାରେ କାହିଁକି ଲୁଣ ଆଉ ଚିନି ଆମେ ମିଶାଇଥାଉ? ସବୁ ତରଳ ପଦାର୍ଥ ସମାନ ଗଭୀରତାରେ ସମାନ ଚାପ ପକାଇଥା'ନ୍ତି କି?
ପ୍ରକ୍ରିୟା ଓ ଘଟଣାବଳୀକୁ କାରଣ ସହିତ ସମ୍ପର୍କିତ କରିବେ, ଉଦାହରଣ ସ୍ବରୂପ – ବାୟୁରେ ଥିବା ଦୂଷିତ ପଦାର୍ଥଗୁଡିକ କୁହୁଡି ସୃଷ୍ଟି ହେବା, ଅମ୍ଳୀୟ ବର୍ଷାର ପ୍ରଭାବରେ ପ୍ରାଚୀନ କଳାକୀର୍ତ୍ତିର ଅବକ୍ଷୟ ଇତ୍ୟାଦି।
ପ୍ରକ୍ରିୟା ଓ ଘଟଣାବଳୀଗୁଡିକୁ ବୁଝାଇବେ, ଉଦାହରଣ ସ୍ବରୂପ – ମଣିଷ ଓ ପ୍ରାଣୀମାନଙ୍କର ପ୍ରଜନନ, ଧ୍ବନିର ସୃଷ୍ଟି ଓ ସଞ୍ଚରଣ, ବୈଦୂତିକ ସ୍ରୋତର ରାସାୟନିକ ପ୍ରଭାବ, ବହୁ ପ୍ରତିବିମ୍ବ ଗଠନ, ଶିଖାର ଗଠନ ଇତ୍ୟାଦି।
ରାସାୟନିକ ପ୍ରତିକ୍ରିୟାକୁ ଶବ୍ଦ ଦ୍ବାରା ସମୀକରଣରେ ପ୍ରକାଶ କରିବେ/ ଲେଖିବେ, ଉଦାହରଣ ସ୍ବରୂପ- ବାୟୁ, ଜଳ ଓ ଅମ୍ଳ ସହିତ ଧାତୁ ଓ ଅଧାତୁଗୁଡିକର ପ୍ରତିକ୍ରିୟାଗୁଡିକ ଇତ୍ୟାଦି।
ଆପତନ କୋଣ ଓ ପ୍ରତିଫଳନ କୋଣର ପରିମାଣ ମାପ କରିବେ
ଅଣୁଜୀବ, ପିଆଜ ଚୋପା, ମଣିଷର ଗାଲ ଭିତର ପଟୁ ସଗୃହୀତ କୋଷ ଇତ୍ୟାଦିର ସ୍ଲାଇଡ ପ୍ରସ୍ତուତ କରିବେ ଓ ସେଗୁଡିକର ସୂକ୍ଷ୍ମ ଗୁଣାବଳୀ ସମ୍ପର୍କରେ ବର୍ଣ୍ଣନା କରିବେ।
ନାମାଙ୍କିତ ଚିତ୍ର / ପ୍ରବାହ ଚିତ୍ର ଅଙ୍କନ କରିବେ, ଉଦାହରଣ ସ୍ବରୂପ କୋଷର ଗଠନ, ଆଖ୍, ମଣିଷର ପ୍ରଜନନ ଅଙ୍ଗ,ପରୀକ୍ଷଣ ପରିସ୍ଥିତି ଇତ୍ୟାଦି।
ଚତୁଃପାର୍ଶ୍ଵରେ ଉପଲବ୍ଧ ସାମଗ୍ରୀକୁ ନେଇ ମଡେଲ ପ୍ରସ୍ତուତ କରିବେ ଏବଂ ସେଗୁଡିକର କାର୍ଯ୍ୟକାରିତା ସମ୍ପର୍କରେ ବର୍ଣ୍ଣନା କରିବେ, ଉଦାହରଣସ୍ବରୂପ- ଏକତାରା,ଇଲେକ୍ଟ୍ରୋସ୍କୋପ, ଅଗ୍ନି ନିର୍ବାପକ ଯନ୍ତ୍ର ଇତ୍ୟାଦି।
비ଜ୍ଞାନର ଧାରଣାଗୁଡିକର ଶିକ୍ଷଣକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବେ,ଉଦାହରଣ ସ୍ବରୂପ ଜଳ ବିଶୋଧନ କରିବେ, ଜୈବ ଅବକ୍ଷୟ ଯୋଗ୍ୟ ଓ ଜୈବ – ଅବକ୍ଷୟ ଅଯୋଗ୍ୟ ବସ୍ତୁକୁ ଅଲଗା କରିବେ, ଶସ୍ୟ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବେ,ଭିନ୍ନଭିନ୍ନ ଉଦ୍ଦେଶ୍ୟରେ ଉପଯୁକ୍ତ ଧାତୁ ଓ ଅଧାତୁର ବ୍ୟବହାର କରିବେ, ଘର୍ଷଣର ବୃଦ୍ଧି/ ହ୍ରାସ କରିବେ, କୈଶୋରାବସ୍ଥା ସମ୍ୱନ୍ଧୀୟ ଭ୍ରାନ୍ତଧାରଣା ଓ କୁପ୍ରଥାକୁ ପ୍ରତିହିତ କରିବେ।
ବିଜ୍ଞାନଭିଭିକ ଆବିଷ୍କାରମୂଳକ କାହାଣୀଗୁଡିକର ଆଲୋଚନା କରିବେ ଓ ପସନ୍ଦ କରିବେ
ପରିବେଶର ସୁରକ୍ଷା ପାଇଁ ଉଦ୍ୟମ ରଖିବେ, ଉଦାହରଣ ସ୍ବରୂପ- ସମ୍ବଳର ନ୍ୟାୟନ ॥ୟଯୁକ୍ତ ବ୍ୟବହାର, ସାର ଓ କୀଟନାଶକ ନାଶକର ନିୟନ୍ତ୍ରିତ ବ୍ୟବହାର କରିବେ, ପରିବେଶଗତ ବିପର୍ଯ୍ୟୟ ମୁକାବିଲା କରିବାପାଇଁ ବିଭିନ୍ନ ଉପାୟର ପ୍ରସ୍ତାବ ଦେବେ ଇତ୍ୟାଦି।
ଉପଲବ୍ଧ ହେଉଥିବା ସମ୍ୱଳଗୁଡିକର ବ୍ୟବହାର ନିମିତ୍ତ ଯୋଜନା ଓ ଡିଜାଇନ୍ ପ୍ରସ୍ତուତିରେ ସୃଜନଶ ଶୀଳତା। ପ୍ରଦର୍ଶନ କରିବେ
ସାଧୁତା, ବସ୍ତୁନିଷ୍ଠତା ଓ ସହଯୋଗିତାର ମୂଲ୍ୟବୋଧକୁ ପ୍ରଦର୍ଶିତ କରିବେ, ଭୟ ଓ କୁସଂସ୍କାରଠାରୁ ମୁକ୍ତ ହେବା ଗୁଣାବଳୀକୁ ପ୍ରକାଶ କରିବେ।