ଭାଷା ମହକ Learning Outcomes
Odisha Board Class 3 (ତୃତୀୟ ଶ୍ରେଣୀ) · 13 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
କହିଥିବା କଥା, ଗପ, କବିତା, ଇତ୍ୟାଦିକୁ ମନଦେଇ ଶୁଣି ବୁଝି ନିଜ ପ୍ରତିକ୍ରିୟା ରଖିବେ।
ସ୍ବରର ଉପଯୁକ୍ତ ଉତ୍ଥାନ ପତନ, ଗତି, ଲୟ, ଠିକ ଉଚ୍ଚାରଣ ସହିତ ଗପ, କବିତା ଇତ୍ୟାଦିକୁ କହିବେ।
ଶୁଣିଥିବା ବିଷୟବସ୍ତୁ, ଘଟଣା, ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ, ପ୍ରଶ୍ନ ପଚାରିବେ, ନିଜ ପ୍ରତିକ୍ରିୟା ରଖିବେ, ମତାମତ ଦେବେ, ନିଜ ଶୈଳୀ ଓ ଭାଷାରେ ଗପ ଓ କବିତାକୁ କହିବେ।
ଆଖପାଖରେ ଘଟୁଥିବା କାର୍ଯ୍ୟାବଳୀ/ ଘଟଣାବଳୀ ଓ ବିଭିନ୍ନ ପରିସ୍ଥିତିରେ ନିଜ ଅନୁଭୂତି ବିଷୟରେ କହିବେ, ଆଲୋଚନା କରିବେ ଓ ପ୍ରଶ୍ନ ପଚାରିବେ।
ଗପ, କବିତା କିମ୍ବା ଅନ୍ୟ ସାମଗ୍ରୀକୁ ବୁଝିବେ ଓ ସେଥିରେ ନିଜ ଗପ ଓ କଥାକୁ ଯୋଡିବେ।