ଆମ ବିଚିତ୍ର ପୃଥିବୀ (ପରିବେଶ ବିଜ୍ଞାନ) Learning Outcomes
Odisha Board Class 3 (ତୃତୀୟ ଶ୍ରେଣୀ) · 15 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ନିଜ ଚତୁପାର୍ଶ୍ବସ୍ଥ ପରିବେଶରେ ଥିବା ଉଭିଦର ପତ୍ର, କାଣ୍ଡ ଏବଂ ବକ୍କଳର ଲକ୍ଷଣ (ଯଥା – ଆକୃତି, ରଙ୍ଗ, ଗନ୍ଧ, ଖଦଡା, ଚିକ୍କଣ) କୁ ଚିହ୍ନଟ କରିବେ।
ନିଜ ଚତୁପାର୍ଶ୍ଵର ପରିବେଶରେ ଥିବା ପଶୁପକ୍ଷୀମାନଙ୍କର ସାଧାରଣ ଲକ୍ଷଣ (ଯଥା – ଚଳନ, କେଉଁଠାରେ ଦେଖା ଯାନ୍ତି, ଖାଦ୍ୟାଭ୍ୟାସ, ସ୍ବର) କୁ ଚିହ୍ନଟ କରିବେ।
ପରିବାର ସଦସ୍ୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସହ ସମ୍ପର୍କ ଚିହ୍ନଟ କରିବେ।
ଘରେ, ବିଦ୍ୟାଳୟରେ ଏବଂ ଆଖ ପାଖରେ ଥିବା ବିଭିନ୍ନ ବସ୍ତୁ(ପାତ୍ର, ଚୁଲି, ପରିବହନ) ଓ ଯୋଗାଯୋଗର ମାଧ୍ୟମ (ସଙ୍କେତ, ସଙ୍କେତ ବୋର୍ଡ), ସ୍ଥାନ (ବିଭିନ୍ନ ପ୍ରକାର ବାସସ୍ଥାନ, ବସଷ୍ଟାଣ୍ଡ, ପେଟ୍ରୋଲପମ୍ପ ଇତ୍ୟାଦି), କାର୍ଯ୍ୟ (ଲୋକ ମାନଙ୍କର ବୃତ୍ତି, ରୋଷେଇ କାର୍ଯ୍ୟ ଇତ୍ୟାଦି) କୁ ଚିହ୍ନଟ କରିବେ।
ବିଭିନ୍ନ ବୟସର ବ୍ୟକ୍ତିମାନଙ୍କର, ପଶୁ, ପକ୍ଷୀମାନଙ୍କର ଖାଦ୍ୟର ଆବଶ୍ୟକତା, ଖାଦ୍ୟ ଓ ପାନୀୟ ଜଳର ପ୍ରାପ୍ତି ସ୍ଥାନ ଏବଂ ଘରେ ଓ ଆଖ ପାଖରେ ଜଳର ବ୍ୟବହାରକୁ ବର୍ଣ୍ଣନା କରିବେ।