ଗଣିତ ମେଳା Learning Outcomes
Odisha Board Class 3 (ତୃତୀୟ ଶ୍ରେଣୀ) · 19 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ତିନିଅଙ୍କ ବିଶିଷ୍ଟ ସଂଖ୍ୟା ସହ କାର୍ଯ୍ୟ କରିବେ, ୯୯୯ ପର୍ଯ୍ୟନ୍ତ ସଂଖ୍ୟା ପଢିବେ ଓ ଲେଖିବେ।
ସ୍ଥାନୀୟମାନ ଧାରଣା ବ୍ୟବହାର କରି ୯୯୯ ପର୍ଯ୍ୟନ୍ତ ସଂଖ୍ୟାଗୁଡିକ ମଧ୍ୟରେ ତୁଳନା କରିବେ।
ତିନିଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ଯୋଗ ଓ ବିୟୋଗ ପ୍ରକ୍ରିୟା ବ୍ୟବହାର କରି ଦୈନନ୍ଦିନ ଜୀବନର ସରଳ ସମସ୍ୟାର ସମାଧାନ କରିବେ (ଗୋଟିଏ ଘରୁ ଅନ୍ୟ ଘରକୁ ସଂଖ୍ୟା ନ ନେଇ ଓ ନେଇ ଯୋଗଫଳ ନିର୍ଣ୍ଣୟ କରିବେ, ଯୋଗଫଳ ୯୯୯ ମଧ୍ୟରେ ହେଉଥିବ)।
୨, ୩, ୪, ୫ ଓ ୧୦ ଖନ୍ଦା ପ୍ରସ୍ତୁତ କରି ବ୍ୟବହାର କରିବେ ଓ ଦୈନନ୍ଦିନ ପରିସ୍ଥିତିରେ ତହିଁର ବ୍ୟବହାର କରିବେ।
ବିଭିନ୍ନ ପ୍ରସଙ୍ଗ / ପରିସ୍ଥିତିରେ ଉପଯୁକ୍ତ ଗାଣିତିକ ପ୍ରକ୍ରିୟାର ପ୍ରୟୋଗ କରିବେ ଓ ବିଶ୍ଳେଷଣ କରିବେ।