ଗଣିତ ମେଳା Learning Outcomes
Odisha Board Class 5 (ପଞ୍ଚମ ଶ୍ରେଣୀ) · 15 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ନିଜ ପରିବେଶରେ ବ୍ୟବହାର ହେଉଥିବା ୧୦୦୦ରୁ ଅଧିକ ବଡ ସଂଖ୍ୟାକୁ ପଢିବେ ଓ ଲେଖିବେ ( ଏକ ଲକ୍ଷ ପର୍ଯ୍ୟନ୍ତ)।
୧୦୦୦ରୁ ବଡ ସଂଖ୍ୟାରେ ଚାରି ମୌଳିକ ଗାଣିତିକ ପ୍ରକ୍ରିୟା ସଂପାଦନ କରିବେ, ଯେଉଁଥିରେ ସ୍ଥାନୀୟମାନ ଧାରଣାର ବ୍ୟବହାର ହେଉଥିବ (ଯୋଗ ଓ ବିୟୋଗ କ୍ଷେତ୍ରରେ)।
ମାନକ କଳନବିଧି ବ୍ୟବହାର କରି ଗୋଟିଏ ସଂଖ୍ୟାରେ ଆଉ ଗୋଟିଏ ସଂଖ୍ୟାକୁ ଭାଗ କରିବେ।
ସଂଖ୍ୟାରେ ଯୋଗ, ଫେଡାଣ, ଗୁଣନ ଓ ଭାଗଫଳକୁ ଆକଳନ (ଅନୁମାନ) କରିବେ ଏବଂ ସାଧାରଣ କଳନବିଧି ବ୍ୟବହାର କରି ବା ସଂଖ୍ୟାକୁ ଭାଙ୍ଗି ବା ଗାଣିତିକ ପ୍ରକ୍ରିୟା ଭଳି ବିଭିନ୍ନ ଉପାୟ ଅବଲମ୍ବନ କରି ପ୍ରକୃତ ଉତ୍ତର ନିର୍ଣ୍ଣୟ କରିବେ।
ଭଗ୍ନାଂଶ ଓ ଭଗ୍ନସଂଖ୍ୟା ସମ୍ବନ୍ଧରେ ଧାରଣା ଆହରଣ କରିବେ ଏବଂ ଏକ ସମୂହର ଅଂଶକୁ ଭଗ୍ନସଂଖ୍ୟାରେ ପ୍ରକାଶ କରିବେ।