ଭାଷାମହକ Learning Outcomes
Odisha Board Class 5 (ପଞ୍ଚମ ଶ୍ରେଣୀ) · 16 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ଶୁଣିଥିବା କିମ୍ବା ପଢିଥିବା ଲେଖାଗୁଡିକର ( ହାସ୍ୟ, ସାହାସିକ, ସାମାଜିକ ଆଦି ବିଷୟ ଆଧାରିତ ଗପ, କବିତା ଆଦି) ବିଷୟବସ୍ତୁ, ଘଟଣାବଳୀ, ଚିତ୍ର ଓ ଚରିତ୍ର, ଶୀର୍ଷକ ଆଦି ବିଷୟରେ ଆଲୋଚନା କରିବେ /ପ୍ରଶ୍ନ ପଚାରିବେ / ନିଜର ସ୍ବତନ୍ତ୍ର ଟିପ୍ପଣୀ ଦେବେ/ନିଜ କଥା ପାଇଁ ଯୁକ୍ତି ବାଢିବେ/ସିଦ୍ଧାନ୍ତରେ ଉପନୀତ ହେବେ
ନିଜ ଆଖପାଖରେ ଘଟୁଥିବା ବିଭିନ୍ନ ଘଟଣାବଳୀର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ମୌଖିକ ଭାବରେ ନିଜ ପ୍ରତିକ୍ରିୟା ପ୍ରକାଶ କରିବେ, ପ୍ରଶ୍ନ ପଚାରିବେ।
ଭାଷାର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ନିଜ ଭାଷା ( ମୌଖିକ) ଗଢିବେ
ବିଭିନ୍ନ ପ୍ରକାର ସାମଗ୍ରୀ ( ଖବରକାଗଜ, ଶିଶୁ ସାହିତ୍ୟ, ପୋଷ୍ଟର) ରେ ଥିବା ସମ୍ବେଦନଶୀଳ ବିଷୟବସ୍ତୁକୁ ମୌଖିକ, ଲିଖିତ ଭାବରେ ଅଭିବ୍ୟକ୍ତ କରିବେ, ଯେପରି - ଠେକୁଆ କଇଁଛ ଗପ ପଢିବା ପରେ କହିବେ – ମୁଁ ମଧ୍ଯ ନିରନ୍ତର ଚେଷ୍ଟାକରି ସଫଳତା ପାଇବି।
ବିଭିନ୍ନ ପରିସ୍ଥିତି ଓ ଉଦ୍ଦେଶ୍ୟ ( ବୁଲେଟିନ୍ ରେ ଲଗାଯାଇଥିବା ସୂଚନା, କାର୍ଯ୍ୟକ୍ରମ, ରିପୋର୍ଟ, ସୂଚନା ଆଦି ପାଇବା ପାଇଁ) ପଢିବେ ଓ ଲେଖିବେ।