ଜିଜ୍ଞାସା Learning Outcomes
Odisha Board Class 6 (ଷଷ୍ଠ ଶ୍ରେଣୀ) · 13 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ଉଦ୍ଭିଦ ତନ୍ତୁ ଓ ଫୁଲ ଆଦି ପଦାର୍ଥ ଓ ଜୀବଜନ୍ତୁଙ୍କର ରୂପ, ଗଠନ, କାର୍ଯ୍ୟକାରୀତା ଓ ଗନ୍ଧ ଆଦି ଗୁଣାବଳୀର ପର୍ଯ୍ୟବେକ୍ଷଣ ଭିତ୍ତରେ ଚିହ୍ନଟୀକରଣ କରିବେ।
ତନ୍ତୁ ଓ ସୂତା, ଗୁଚ୍ଛମୁଳ ଓ ପ୍ରଧାନମୂଳ, ବିଦ୍ୟୁତ କୁପରିବାହୀ ଓ ସୁପରିବାହୀ ଆଦି ବସ୍ତୁ ଓ ଜୀବଗୁଡିକର ଗୁଣ, ସଂରଚନା(ଗଠନ) ଓ କାର୍ଯ୍ୟକାରିତା ଆଧାରରେ ପୃଥକୀକରଣ କରିବେ।
ପର୍ଯ୍ୟବେକ୍ଷଣ ଯୋଗ୍ୟ ଗୁଣାବଳୀ (ଯଥା: ଦ୍ରାବ୍ୟ ଓ ଅଦ୍ରାବ୍ୟ ସାମଗ୍ରୀ: ସ୍ବଚ୍ଛ, ଅସ୍ବଚ୍ଛ ଓ ଅର୍ଦ୍ଧସ୍ବଚ୍ଛ ସାମଗ୍ରୀ; ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ, ଗୁଳ୍ମ, ଲତା, ବୁଦାଳିଆ ଓ ଗଛ: ଜୈବିକ ଓ ଅଜୈବିକ ପରିସ୍ଥାନର ଉପାଦାନ: ବୃତ୍ତୀୟ, ରୈୟ ଓ ପର୍ଯ୍ୟାୟକ୍ରମିକ ଗତି) ଆଦିଭିଭିରେ ବସ୍ତୁ ଓ ଜୀବ ଓ ପ୍ରକ୍ରିୟାଗୁଡିକର ବିଭାଗୀକରଣ କରିବେ।
ପଚରାଯାଇଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିବା ପାଇଁ ସରଳ ଅନ୍ଵେଷଣର ଆୟୋଜନ କରିବେ ଯଥା- ପଶୁମାନଙ୍କର ଖାଦ୍ୟରେ କେଉଁ ପୋଷକ ଅଛି? ସମସ୍ତ ପ୍ରକାରର ଭୌତିକ ପରିବର୍ତ୍ତନ ପତ୍ୟାବର୍ତ୍ତୀ କି? ଗୋଟିଏ ଚୁମ୍ୱକକୁ ସୂତାରେ ବାନ୍ଧି ମୁକ୍ତ ଭାବରେ ଝୁଲାଇଦେଲେ ତାହା ଏକ ନିର୍ଦ୍ଦିଷ୍ଟ ଦିଗ ସହ ସମାନ୍ତର ହେବ କି?