Class 1 Learning Outcomes (ପ୍ରଥମ ଶ୍ରେଣୀ ଶିକ୍ଷଣ ଫଳାଫଳ)
Odisha Board Class 1 subject-wise LO Codes. ବିଷୟ ଅନୁଯାୟୀ ସମସ୍ତ LO Codes ତାଲିକା ।
ଝୁଲଣା-୧
(14 ଟି LO Code)ବିଭିନ୍ନ ଉଦ୍ଦେଶ୍ୟ ପାଇଁ ନିଜ ଭାଷା କିମ୍ବା ବିଦ୍ୟାଳୟର ଭାଷାକୁ ବ୍ୟବହାର କରି କଥାବାର୍ତ୍ତା କରିବେ ଯେପରି କବିତା ବୋଲିବେ, ଗପ କହିବେ, ଜାଣିବା ପାଇଁ ପ୍ରଶ୍ନ ପଚାରିବେ, ନିଜ ଅନୁଭୂତିକୁ କହିବେ।
ଶୁଣିଥିବା ବିଷୟକୁ ( ଗପ, କବିତା ଆଦି ) କହିବେ, ନିଜ ମତାମତ ଦେବେ ଓ ପ୍ରଶ୍ନ ପଚାରିବେ।
ଭାଷାରେ ଥିବା ଧ୍ୱନି ଓ ଶବ୍ଦ ସହିତ ଖେଳି ଆନନ୍ଦ ପାଇବେ (ଯେପରି - ଚକ, ରଖ, ବକ)।
ପ୍ରିଣ୍ଟ (ଲେଖା ଓ ଛପା ) ଏବଂ ପ୍ରିଣ୍ଟ ନ ହୋଇଥିବା ସାମଗ୍ରୀ (ଯେପରି ଚିତ୍ର କିମ୍ବା ଅନ୍ୟ ଗ୍ରାଫିକ୍ସ) ମଧ୍ୟରେ ପାର୍ଥକ୍ୟ ଦର୍ଶାଇବେ।
ଚିତ୍ରର ସୂକ୍ଷ୍ମତାକୁ ନିରୀକ୍ଷଣ କରିବେ।
ଚିତ୍ରରେ କିମ୍ବା ଏକାଧିକ ଚିତ୍ରରେ କ୍ରମଅନୁସାରେ ଘଟୁଥିବା ଘଟଣା, କାର୍ଯ୍ୟ ଏବଂ ଚରିତ୍ରକୁ ଏକ ଗପ ଭାବରେ ଦେଖି ବୁଝିବେ ଏବଂ କହିବେ।
ପଢିଥିବା ଗପ, କବିତା ଆଦିରେ ଅକ୍ଷର ଚିହ୍ନିବେ, ଶବ୍ଦ, ବାକ୍ୟ ଆଦିକୁ ଦେଖିବେ ଓ ସେଗୁଡିକର ଧ୍ବନିକୁ ଶୁଣି, ବୁଝି ଚିହ୍ନିବେ।
ବିଷୟବସ୍ତୁ ସାହାଯ୍ୟରେ ଆଖପାଖରେ ଥିବା ଛପାଲେଖାର ଅର୍ଥ ଓ ଉଦ୍ଦେଶ୍ୟକୁ ଅନୁମାନ କରିବେ ଯେପରି, ଚକଲେଟ ଜରି ଉପରେ ଲେଖାଥିବା ଚକଲେଟର ନାମ ଆଦି।
ପ୍ରିଣ୍ଟ ( ଲେଖା ଓ ଛପା ) ରେ ଥିବା ଅକ୍ଷର ଶବ୍ଦ ଏବଂ ବାକ୍ୟକୁ ଭାଗ ଭାଗ କରି ଚିହ୍ନିବେ, ଯେପରି ‘ ମୋର ନାମ ସରିତା, କୁହ ନାମ କେଉଁଠି ଲେଖା ହୋଇଛି? ସରିତା କେଉଁଠି ଲେଖା ହୋଇଛି? ‘ମ’ କେଉଁଠି ଲେଖା ହୋଇଛି ଆଙ୍ଗୁଠି ରଖ।’
ପରିଚିତ / ଅପରିଚିତ ଲିଖନ ସାମଗ୍ରୀରେ (ଯେପରି ମଧ୍ୟାହ୍ନ ଭୋଜନ ଚାର୍ଟ, ନିଜ ନାମ, ଶ୍ରେଣୀ ନାମ, ମନପସନ୍ଦର ବହିର ନାମ ଆଦି) ଆଗ୍ରହ ରଖିବେ, କଥାବାର୍ତ୍ତା କରିବେ, ଅର୍ଥ ଖୋଜିବେ, ଯେପରି କେବଳ ଚିତ୍ର କିମ୍ବା ଚିତ୍ର ଓ ପ୍ରିଣ୍ଟ ଆଧାରରେ ଅନୁମାନ କରିବେ, ଅକ୍ଷର ଧ୍ବନିର ସମ୍ବନ୍ଧକୁ ଖୋଜିବେ। ଶବ୍ଦକୁ ଚିହ୍ନିବେ, ପୂର୍ବ ଅନୁଭୂତି ଆଧାରରେ ଅନୁମାନ କରିବେ।
ଓଡିଆ ବର୍ଣ୍ଣମାଳାର ଅକ୍ଷରର ଆକୃତି ଓ ଧ୍ବନିକୁ ଚିହ୍ନିବେ।
ବିଦ୍ୟାଳୟ ବାହାରେ ଓ ଭିତରେ ( ପଠନ କୋଣ / ପାଠାଗାର) ନିଜ ପସନ୍ଦର ବହି ଖୋଜି ପଢିବାକୁ ଚେଷ୍ଟା କରିବେ।
ଲେଖା ଶିଖିବାପରେ ନିଜ ବିକାଶତ୍ମକ ସ୍ତର ଅନୁସାରେ ଚିତ୍ର- ସିଧା, ତେରେଛା ରେଖା, ଅକ୍ଷର, ଆକୃତି, ପ୍ରଚଳିତ ଲେଖା ଶୈଳୀ ମାଧ୍ୟମରେ ଶୁଣିଥିବା ଓ ନିଜ ମନ କଥାକୁ ନିଜ ଭାଷାରେ ଲେଖିବାକୁ ଚେଷ୍ଟା କରିବେ।
ନିଜେ ପ୍ରସ୍ତୁତ କରିଥିବା ଚିତ୍ରକୁ ନାମିତ କରିବେ- ଯେପରି ହାତରେ ତିଆରି ହେଉଥିବା ପଙ୍ଖାର ଚିତ୍ର କରି ବିଞ୍ଚଣା ଲେଖିବେ ( ଶିକ୍ଷାର୍ଥୀଙ୍କର ଘର ଭାଷାରେ ମଧ୍ୟ ଲେଖାଯାଇପାରେ )।
ଗଣିତ ଖେଳ
(12 ଟି LO Code)ବସ୍ତୁଗୁଡିକର କେତେକ ବାହ୍ୟ ବୈଶିଷ୍ଟ୍ୟ ରୁ ସେଗୁଡିକୁ ବର୍ଗୀକରଣ କରିବେ, ଯେପରି – ଆକୃତି,ଆକାର ଓ ଅନ୍ୟ ଦୃଶ୍ୟମାନ ଧର୍ମ ( ଗଡିବା – ଘୋଷାଡିବା)। ସଂଖ୍ୟାମାନଙ୍କୁ କହିବେ ଓ ବସ୍ତୁ, ଚିତ୍ର ଓ ସଂକେତ ବ୍ୟବହାର କରି ୨୦ ପର୍ଯ୍ୟନ୍ତ ଗଣିବେ।
୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ କାର୍ଯ୍ୟ କରିବେ। ୧ ରୁ ୯ ସଂଖ୍ୟକ ବସ୍ତୁକୁ ଗଣିବେ।
୨୦ ପର୍ଯ୍ୟନ୍ତ ସଂଖ୍ୟା ତୁଳନା କରିବେ ଯଥା- ଶ୍ରେଣୀରେ ବାଳକଙ୍କ ସଂଖ୍ୟା ଓ ବାଳିକାଙ୍କ ସଂଖ୍ୟା ମଧ୍ୟରେ କମ୍ ଓ ବେଶୀ। ଦୈନନ୍ଦିନ ଜୀବନରେ ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାର ଯୋଗ ଓ ବିୟୋଗର ପ୍ରୟୋଗ କରିବେ।
ସ୍ଥୁଳ ବସ୍ତୁ ବ୍ୟବହାର କରି ୯ ପର୍ଯ୍ୟନ୍ତ ସଂଖ୍ୟାର ଯୋଗ କରିବେ, ଉଦାହରଣ ସ୍ବରୂପ ୩+୩ ଜାଣିବା ପାଇଁ ୩ ରୁ ଆରମ୍ଭକରି ୩ ପାଦ ଆଗକୁ ଯିବେ ଏବଂ ୩ +୩ = ୬ ନିର୍ଣ୍ଣୟ କରିବେ।
୧ ରୁ ୯ ପର୍ଯ୍ୟନ୍ତ ସଂଖ୍ୟାରେ ବିୟୋଗ କରିବେ, ଯେପରି ୯ଟି ଜିନିଷ ସମୂହରୁ ୩ଟି ଜିନିଷକୁ ବାହାର କରିନେବେ ଓ ବଳକା ଜିନିଷକୁ ଗଣି ๙-๓ = ନିର୍ଣ୍ଣୟ କରିବେ।
୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଯୋଗ ଓ ବିୟୋଗ ସମ୍ବଳିତ ଦୈନନ୍ଦିନ ଜୀବନର ସମସ୍ୟା କୁ ସମାଧାନ କରିବେ
୯୯ ପର୍ଯ୍ୟନ୍ତ ସଂଖ୍ୟାକୁ ଚିହ୍ନଟ କରିବେ, ସଂଖ୍ୟା ସୂଚକଗୁଡିକ ଲେଖିବେ।
ବିଭିନ୍ନ ଘନବସ୍ତୁ/ ଆକୃତିର ଭୌତିକ ଲକ୍ଷଣମାନକ୍ର ନିଜ ଭାଷାରେ ବର୍ଣ୍ଣନା କରିବେ, ଯେପରି - ବଲ୍ ଗଡେ, ବାକ୍ସକୁ ଘୋଷାଡ଼ି ନିଆ ଯାଏ ଇତ୍ୟାଦି।
ଅଣ-ମାନକ ଏକକ ଯଥା – ଆଙ୍ଗୁଳି, ହାତ, ଚାଖଣ୍ଡ, ପାଦକୁ ବ୍ୟବହାର କରି କ୍ଷୁଦ୍ର ମାପକୁ ଅନୁମାନ କରିବେ ଓ ମାପିବେ।
ସଂଖ୍ୟା ଓ ଆକୃତିରେ ଥିବା ସଂରଚନା କୁ ଲକ୍ଷ୍ୟ କରି ତାହାକୁ ଆଗକୁ ବଢେଇବେ ଓ ସଂରଚନା ତିଆରି କରିବେ, ଯେପରି ଆକୃତି/ ବସ୍ତୁ/ ସଂଖ୍ୟା ସଜାଇବେ।
ସରଳ ତଥ୍ୟ ସଂଗ୍ରହ କରି ତାହାକୁ ଲିପିବଦ୍ଧ କରିବେ ( ଚିତ୍ର/ ସଂଖ୍ୟାସୂଚକ ବ୍ୟବହାର କରି) ଓ ଚିତ୍ରକୁ ଦେଖ୍ ବ୍ୟାଖ୍ୟା କରିବେ, ଉଦାହରଣ ସ୍ବରୂପ ବଗିଚାରେ ଅଥବା ବିଭିନ୍ନ ପ୍ରକାରର ଫୁଲର ଚିତ୍ରକୁ ଦେଖ୍ ଶିକ୍ଷାର୍ଥୀ କହିପାରିବେ ଯେ ନିର୍ଦ୍ଦିଷ୍ଟ ରଙ୍ଗର ଫୁଲ ସଂଖ୍ୟା/ ଅଙ୍କ)
ଶୂନର ଧାରଣା ବୁଝିବେ।