ଗଣିତ ଖେଳ Learning Outcomes
Odisha Board Class 1 (ପ୍ରଥମ ଶ୍ରେଣୀ) · 12 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ବସ୍ତୁଗୁଡିକର କେତେକ ବାହ୍ୟ ବୈଶିଷ୍ଟ୍ୟ ରୁ ସେଗୁଡିକୁ ବର୍ଗୀକରଣ କରିବେ, ଯେପରି – ଆକୃତି,ଆକାର ଓ ଅନ୍ୟ ଦୃଶ୍ୟମାନ ଧର୍ମ ( ଗଡିବା – ଘୋଷାଡିବା)। ସଂଖ୍ୟାମାନଙ୍କୁ କହିବେ ଓ ବସ୍ତୁ, ଚିତ୍ର ଓ ସଂକେତ ବ୍ୟବହାର କରି ୨୦ ପର୍ଯ୍ୟନ୍ତ ଗଣିବେ।
୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ କାର୍ଯ୍ୟ କରିବେ। ୧ ରୁ ୯ ସଂଖ୍ୟକ ବସ୍ତୁକୁ ଗଣିବେ।
୨୦ ପର୍ଯ୍ୟନ୍ତ ସଂଖ୍ୟା ତୁଳନା କରିବେ ଯଥା- ଶ୍ରେଣୀରେ ବାଳକଙ୍କ ସଂଖ୍ୟା ଓ ବାଳିକାଙ୍କ ସଂଖ୍ୟା ମଧ୍ୟରେ କମ୍ ଓ ବେଶୀ। ଦୈନନ୍ଦିନ ଜୀବନରେ ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାର ଯୋଗ ଓ ବିୟୋଗର ପ୍ରୟୋଗ କରିବେ।
ସ୍ଥୁଳ ବସ୍ତୁ ବ୍ୟବହାର କରି ୯ ପର୍ଯ୍ୟନ୍ତ ସଂଖ୍ୟାର ଯୋଗ କରିବେ, ଉଦାହରଣ ସ୍ବରୂପ ୩+୩ ଜାଣିବା ପାଇଁ ୩ ରୁ ଆରମ୍ଭକରି ୩ ପାଦ ଆଗକୁ ଯିବେ ଏବଂ ୩ +୩ = ୬ ନିର୍ଣ୍ଣୟ କରିବେ।
୧ ରୁ ୯ ପର୍ଯ୍ୟନ୍ତ ସଂଖ୍ୟାରେ ବିୟୋଗ କରିବେ, ଯେପରି ୯ଟି ଜିନିଷ ସମୂହରୁ ୩ଟି ଜିନିଷକୁ ବାହାର କରିନେବେ ଓ ବଳକା ଜିନିଷକୁ ଗଣି ๙-๓ = ନିର୍ଣ୍ଣୟ କରିବେ।