ଝୁଲଣା-୨ Learning Outcomes
Odisha Board Class 2 (ଦ୍ୱିତୀୟ ଶ୍ରେଣୀ) · 17 Learning Outcomes (LO Codes)
LO codes from SCERT Odisha and DIKSHA documents; explanations written by Panchapadi. Sources
ବିଭିନ୍ନ ଉଦ୍ଦେଶ୍ୟ ପାଇଁ ନିଜ ଭାଷା କିମ୍ବା ବିଦ୍ୟାଳୟର ଭାଷାକୁ ବ୍ୟବହାର କରି କଥାବାର୍ତ୍ତା କରିବେ, କବିତା ବୋଲିବେ, ଗପ କହିବେ, ଜାଣିବା ପାଇଁ ପ୍ରଶ୍ନ ପଚାରିବେ, ନିଜ ଅନୁଭୂତିକୁ କହିବେ, ନିଜ ବିଚାର ରଖିବେ
କୁହାଯାଇଥିବା କଥା, ଗପ, କବିତା ଆଦିକୁ ମନ ଦେଇ ଶୁଣି ନିଜ ଭାଷାରେ କହିବେ।
ଦେଖିଥିବା, ଶୁଣିଥିବା କଥା, ଗପ କବିତା ଆଦି ବିଷୟରେ କଥାବାର୍ତ୍ତା କରିବେ ଓ ନିଜ ପ୍ରତିକ୍ରିୟା ରଖିବେ।
ନିଜ ଜୀବନ ଓ ପରିବେଶ ସମ୍ପର୍କିତ ଅନୁଭୂତିକୁ କବିତା, ଗପ, ପୋଷ୍ଟର, ବିଜ୍ଞାପନ ଇତ୍ୟାଦି ମାଧ୍ୟମରେ ପ୍ରକାଶ କରିବେ।
ଭାଷାରେ ନିହିତ ଶବ୍ଦ ଓ ଧ୍ୱନି ସହିତ ଖେଳି ମଜା ନେବେ, ଯେପରି – ଚକା ଚକା ଭଉଁରୀ, ମାମୁଁ ଘର ଚଉଁରୀ।