E 401
ନିଜ ଚତୁପାର୍ଶ୍ଵ ପରିବେଶରେ ଥିବା ଉଦ୍ଭିଦର ବିଭିନ୍ନ ଅଂଶ -ଯଥା -ଫୁଲ, ଫଳ, ମୂଳ ଇତ୍ୟାଦିର ସରଳ ଗଠନ ( ଉଦାହରଣ ଆକୃତି, ରଙ୍ଗ, ଗନ୍ଧ, କେଉଁଠାରେ ଦେଖାଯାଏ ଓ ଅନ୍ୟାନ୍ୟ ) କୁ ଚିହ୍ନଟ କରିବେ।
E 402
ପଶୁପକ୍ଷୀ ମାନଙ୍କର ବିଭିନ୍ନ ଲକ୍ଷଣ ( ଥଣ୍ଟ, ଦାନ୍ତ, ପଞ୍ଝା,କାନ, ଲୋମ, ବସା, ବାସସ୍ଥାନ) ଇତ୍ୟାଦି କୁ ଚିହ୍ନଟ କରିବେ।
E 403
ସମ୍ପ୍ରସାରିତ ପରିବାରରେ ସଦସ୍ୟମାନଙ୍କ ମଧ୍ୟରେ ଏବଂ ସେମାନଙ୍କ ସହ ନିଜର ସମ୍ପର୍କ ଚିହ୍ନଟ କରିବେ।
E 404
କେତେକ ପ୍ରାଣୀ ( ପିମ୍ପୁଡି, ମହୁମାଛି, ହାତୀ), ପକ୍ଷୀ ( ବସା ତିଆରି ) ମାନଙ୍କର ଦଳୀୟ କାର୍ଯ୍ୟ, ପରିବାରରେ ପରିବର୍ତ୍ତନ ( ଉଦାହରଣ- ଜନ୍ମ, ବିବାହ, ସ୍ଥାନାନ୍ତରଣ ଇତ୍ୟାଦି କାରଣରୁ) ବିଷୟରେ ବର୍ଣ୍ଣନା କରିବେ।
E 405
ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରକାର କୁଶଳୀ କାର୍ଯ୍ୟ ( ଚାଷ, ନିର୍ମାଣ, ଚିତ୍ର ଏବଂ ହସ୍ତଶିଳ୍ପ ଇତ୍ୟାଦି) ସେଗୁଡିକର ଉତ୍ତରାଧିକାର (ପୂର୍ବଜଙ୍କ ଠାରୁ ) ଏବଂ ପ୍ରଶିକ୍ଷଣ ( ଅନୁଷ୍ଠାନର ଭୂମିକା ବିଷୟରେ) ବର୍ଣ୍ଣନା କରିବେ।
E 406
ଦୈନନ୍ଦିନ ଆବଶ୍ୟକତା ( ଉଦାହରଣ – ଖାଦ୍ୟ, ଜଳ,ପୋଷାକ) ଯାହା ବିଭିନ୍ନ ଉତ୍ସରୁ ଘରକୁ ଆସେ ( ଉଦାହରଣ – କ୍ଷେତରୁ ଶସ୍ୟ ମଣ୍ଡି ଏବଂ ଘର, ବିଭିନ୍ନ ଉତ୍ସରୁ ଜଳ ଘରକୁ ଆସିବା ଏବଂ ଘରେ/ବାହାରେ ଏହାର ବିଶୁଦ୍ଧି କରଣ ହେବା) ସେଗୁଡିକର ଉତ୍ପାଦନ ଏବଂ ସଂଗ୍ରହ ବିଷୟରେ ବର୍ଣ୍ଣନା କରିବେ।
E 407
ଅତୀତ ଓ ବର୍ତ୍ତମାନର ବିଭିନ୍ନ ବସ୍ତୁ ଓ କାର୍ଯ୍ୟ ( ଉଦାହରଣ – ପରିବହନ, ମୁଦ୍ରା, ଘର, ସାମଗ୍ରୀ, ଉପକରଣ, କୌଶଳ, କୃଷି, ନିର୍ମାଣ, କାର୍ଯ୍ୟ ଇତ୍ୟାଦି ) ମଧ୍ଯରେ ପାର୍ଥକ୍ୟ ଦର୍ଶାଇବେ।
E 408
ପରିଲିକ୍ଷିତ ଲକ୍ଷଣ ଉଦାରହରଣସ୍ବରୂପ - ଆକୃତି ( କାନ, ଲୋମ, ଥଣ୍ଟ, ଦାନ୍ତ, ଚର୍ମର ପୃଷ୍ଠ ଓ ଗଠନ) ସହଜାତ ପ୍ରବୃତ୍ତି ( ଗୃହପାଳିତ / ବନ୍ୟ) ଫଳ/ ପରିବା/ମଞ୍ଜି/ ମସଲା ଏବଂ ସେମାନଙ୍କର ଜୀବନକାଳ), ବ୍ୟବହାର ( ଖାଦ୍ୟରୂପେ, ଔଷଧ ରୂପେ, ସଜ୍ଜୀକରଣ ପାଇଁ ଅନ୍ୟାନ୍ୟ, ପୁନଃ ବ୍ୟବହାର), ବିଶେଷତା ( ଗନ୍ଧ, ସ୍ବାଦ, ପସନ୍ଦ ଇତ୍ୟାଦି) ଆଧାରରେ ପଶୁ, ପକ୍ଷୀ ଉଦ୍ଭିଦ, ବସ୍ତୁ ଆବର୍ଜନା ଇତ୍ୟାଦିର ବର୍ଗୀକରଣ କରିବେ।
E 409
ବିଭିନ୍ନ ଘଟଣା ସମ୍ୱନ୍ଧୀୟ ଅବସ୍ଥା ଓ ଧର୍ମକୁ ଅନୁମାନ କରିବେ, ସ୍ଥାନ ସମ୍ୱନ୍ଧୀୟ ( ଦୂରତା, ଓଜନ, ସମୟ ଅବଧି) କୁ ମାନକ / ଆଞ୍ଚଳିକ ଏକକ ( କିଲୋ,ଗଜ,ପାଓ ଇତ୍ୟାଦି) ରେ ଆକଳନ କରିବେ ଏବଂ ବିଭିନ୍ନ ପ୍ରକାର ସରଳ ସାଧନୀ ବ୍ୟବହାର କରି କାରଣ ଓ ଫଳାଫଳ ମଧ୍ଯରେ ସମ୍ପର୍କ ସ୍ଥାପନ କରିବେ। ( ଉଦାହରଣ – ବାଷ୍ପୀଭବନ,ଘନୀକରଣ,ବିଘଟନ, ଅବଶୋଷଣ, ସ୍ଥାନ ପାଇଁ ନିକଟ / ଦୂର ବସ୍ତୁ – ଆକାର ଓ ବୃଦ୍ଧି, ଫୁଲ,ଫଳ, ପନିପରିବା ସମ୍ୱନ୍ଧୀୟ ଜୀବନ କାଳ।)
E 410
ବିଭିନ୍ନ ଉପାୟରେ ନିଜର ପର୍ଯ୍ୟବେକ୍ଷଣ ଅନୁଭୂତି, ବସ୍ତୁ, କାର୍ଯ୍ୟ, ଘଟଣା, ପରିଭ୍ରମଣ ସ୍ଥାନ ( ଯଥା- ମେଳା, ପର୍ବ, ଐତିହାସିକ ସ୍ଥାନ) ସମ୍ୱନ୍ଧୀୟ ତଥ୍ୟ ଲିପିବଦ୍ଧ କରିବେ ଏବଂ ଘଟଣା ଓ କାର୍ଯ୍ୟର ପ୍ରଣାଳୀକୁ ଅନୁମାନ କରିବେ।
E 411
ମାନଚିତ୍ର ବ୍ୟବହାର କରି ବିଭିନ୍ନ ସଙ୍କେତ, ବସ୍ତୁ ଓ ସ୍ଥାନ ର ଅବସ୍ଥିତି ଓ ବିଦ୍ୟାଳୟ ପାଖରେ ଥିବା ଜଣାଶୁଣା ସ୍ଥାନକୁ ଭୂଚିହ୍ନ ରୂପେ ନେଇ ଦିଗ ନିର୍ଣ୍ଣୟ କରିବେ।
E 412
ସୂଚନା ଫଳକ, ପୋଷ୍ଟର, ମୁଦ୍ରା, ରେଳଟିକେଟ / ସମୟ ସାରଣୀରେ ଥିବା ସୂଚନାକୁ ବ୍ୟବହାର କରିବେ। ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା ମାନଙ୍କରେ ଲାଗିଥିବା ପୋଷ୍ଟର ଓ ସୂଚନାକୁ ବ୍ୟବହାର କରିବେ।
E 413
ସ୍ଥାନୀୟ/ ବର୍ଜ୍ୟବସ୍ତୁକୁ ବ୍ୟବହାର କରି କୋଲାଜ, ନକ୍ସା, ମଡେଲ, ରଙ୍ଗୋଲି, ପୋଷ୍ଟର, ଆଲବମ୍ ଓ ସରଳ ମାନଚିତ୍ର, (ବିଦ୍ୟାଳୟ ଓ ଆଖ ପାଖ ଅଞ୍ଚଳ ) ଫ୍ଲୋ ଡାଇଗ୍ରାମ ଇତ୍ୟାଦି ତିଆରି କରିବେ।
E 414
ପରିବାର / ବିଦ୍ୟାଳୟ / ଆଖପାଖରେ ପର୍ଯ୍ୟବେକ୍ଷଣ/ ଅନୁଭବ କରୁଥିବା କୌଣସି ସମସ୍ୟା, ଉଦାହରଣ ସ୍ବରୂପ ଧରାବନ୍ଧା ପ୍ରଥା ( ପସନ୍ଦ କରିବାରେ, ନିଷ୍ପତ୍ତି ନେବାରେ ସମାଧାନ କରିବାରେ) ଜନସାଧାରଣ ସ୍ଥାନରେ ପାଣି, ମଧ୍ୟାହ୍ନ ଭୋଜନ / ସାମୁହିକ ଭୋଜି ଇତ୍ୟାଦିରେ ଜାତି ଭେଦ ପ୍ରଥା, ଶିଶୁ ଅଧିକାର ( ବିଦ୍ୟାଳୟ ଯିବା, ଶିଶୁ ପୋଷଣ, ଦଣ୍ଡ ବିଧାନ, ଶିଶୁ ଶ୍ରମିକ) ଇତ୍ୟାଦିରେ ସ୍ବର ଉତ୍ତୋଳନ କରିବେ।
E 415
ସ୍ବାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଉପାୟ, ସମ୍ୱଳର ବ୍ୟବହାର ହ୍ରାସ କରିବା, ପୁନଃ ବ୍ୟବହାର, ପୁନଃ ଚକ୍ରିକରଣ କରିବାର ଉପାୟ, ଜୀବନ୍ତ ବସ୍ତୁ ( ଉଦ୍ଭିଦ, ପ୍ରାଣୀ, ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ ବ୍ୟକ୍ତି), ବିଭିନ୍ନ ସମ୍ୱଳ ( ଖାଦ୍ୟ, ଜଳ ଏବଂ ଜନସାଧାରଣ ସମ୍ପତ୍ତି) ର ଯତ୍ନ ନେବାର ଉପାୟ ବିଷୟରେ ପ୍ରସ୍ତାବ ଦେବେ।